ତୁରନ୍ତ ଜଳେଶ୍ଵରରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ନହେଲେ ଆସନ୍ତା ୧୭ଜୁନ ଠାରୁ ଅନିର୍ଦିଷ୍ଟ କାଳ ଧାରଣା

ବାଲେଶ୍ବର/ଜଳେଶ୍ବର ; ୧୦/୦୬ ( ବ୍ରଜ ଗୋପାଳ ସେନଙ୍କ ଠାରୁ ) : ଜଳେଶ୍ୱର ଠାରେ ଏକ କୋଭିଡ ହସ୍ପିଟାଲ ଦାବୀ କରି ଗତ ମାସ ୧୩ଏବଂ ୨୦ ତାରିଖରେ ଜିଲ୍ଲାପାଳଙ୍କ ପାଖକୁ ସିପିଆଇଏମ ତରଫରୁ ଏକ ଦାବୀ ପତ୍ର ଦିଆଯାଇଥିଲା l ରାଜ୍ୟ ସରକାର ଏହି ଦାବୀ ପ୍ରତି କର୍ଣ୍ଣପାତ କରୁନାହାନ୍ତି l ଏବେ କରୋନା କମିବାର ଦେଖା ଯାଉନି l ମୃତ୍ୟ ହାର ମଧ୍ୟ ବଢିଚାଲିଛି l ଜଳେଶ୍ୱରକୁ କେନ୍ଦ୍ର କରି ୫୦ରୁ ୬୦  କିମି  ପରିଧି ମଧ୍ୟରେ ଭୋଗରାଇ, ରାଇବଣିଆ, ବସ୍ତା ଓ ବାଲିଆପାଳର କିଛି ଅଞ୍ଚଳ ଆସୁଛି l ଏ ଅଂଚଳର ଲୋକଙ୍କୁ ପାଖା ପାଖି ବାଲେଶ୍ୱର ଯିବା ପାଇଁ ୧୦୦କି. ମି. ଯିବାକୁ ପଡୁଛି l ଅନେକ ସମୟରେ ଆଇ ସି ୟୁ ଅଭାବରୁ କଟକ ଯିବାକୁ ପଡୁଛି l ଏବେ ପୁଣି କଭିଡ -୩ ଆସୁଛି ବୋଲି ବୈଜ୍ଞାନିକ ଓ ଡାକ୍ତର ମାନେ ସତର୍କ କଲେଣି l ଏ ଭଳି ପରିସ୍ଥିତି ରେ ଏକ କୋଭିଡ୍ ହସ୍ପିଟାଲ ଜଳେଶ୍ୱର ଠାରେ ଅତ୍ୟନ୍ତ ଜରୁରୀ l ଏହି ଦାବୀ ପୁନଃ ଜିଲ୍ଲାପାଳ ମହୋଦୟ ଙ୍କୁ ଜଳେଶ୍ୱର ତହସିଲଦାର ଙ୍କ ଜରିଆରେ ଦିଆ ଯାଇଛି l ଏଥର ସରକାର କୌଣସି ପଦକ୍ଷେପ ନ ନେଲେ ୧୭ଜୁନ ଠାରୁ  ଜଳେଶ୍ୱର ତହସିଲ ଆଗରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା ଦିଆ ଯିବ ବୋଲି ଘୋଷଣା କରାଯାଇଛି ଓ ସରକାରଙ୍କୁ ଦାବୀ ପତ୍ର ମାଧ୍ୟମରେ ସିପିଆଇଏମ ଜଳେଶ୍ୱର ଶାଖା ତରଫରୁ ଜଣାଇ ଦିଆଯାଇଛି l ଉକ୍ତ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଦିଲ୍ଲୀପ କୁମାର,ଗିରି ଶିଶିର ହୁଇ, ଶିତାଂଶୁ ସେନାପତି, ଦିପ୍ତିମାନ ଆଚାର୍ଯ୍ୟ, ଜିତାଂଶୁ ନନ୍ଦୀ, ଦିଲ୍ଲୀପ ପରିଡ଼ା,ପଲ୍ଟୁ ଦାସ, ରବିନ୍ଦ୍ର ବାରିକ,ରତନ ଦାସ ଜୀବନ ପରିଡ଼ା ପ୍ରମୁଖ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close