ସାବିତ୍ରୀ ଉପଲକ୍ଷେ ବାଲେଶ୍ବର ଫାଣ୍ଡି ଛକ ନିକଟରେ ବଜାର ଭିଡ଼

ବାଲେଶ୍ବର ; ୧୦/୦୬ ( ବ୍ରଜ ଗୋପାଳ ସେନଙ୍କ ଠାରୁ ) : ଦୀର୍ଘ ଦିନ ଧରି କରୋନା  ତାର କାୟା ବିସ୍ତାର କରି ଚାଲିଥିବା ସ୍ଥଳେ କୋଭିଡ କଟକଣା ଥାଇ ମଧ୍ୟ ସାବିତ୍ରୀ ଉପଲକ୍ଷେ ବାଲେଶ୍ବର ଫାଣ୍ଡି ଛକ ନିକଟରେ ଦେଖିବାକୁ ମିଳିଥିଲା ବଜାର ଭିଡ଼ । ଓଡ଼ିଶାରେ ବାର ମାସରେ ତେର ପର୍ବ ଭିତରେ ସାବିତ୍ରୀ ବ୍ରତ ଅନ୍ୟତମ। ସାବିତ୍ରୀ ଓଷା ବା ସାବିତ୍ରୀ ବ୍ରତ ଓଡ଼ିଶାରେ ସଧବା ନାରୀମାନଙ୍କ ପାଳିତ ଏକ ମୁଖ୍ୟ ଓଷା। ସାବିତ୍ରୀ ସାଧ୍ୱୀ ନାରୀଙ୍କର ଆଦର୍ଶ। ତେଣୁ ନିଜ ପତିଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ଏହି ଓଷା ପାଳନ କରିଥାଆନ୍ତି। ଜ୍ୟୈଷ୍ଠ ଅମାବାସ୍ୟା ଦିନ ଏହି ସାବିତ୍ରୀ ଓଷା ପାଳନ କରାଯାଇଥାଏ। ସାବିତ୍ରୀ ଓଷା ପାଇଁ ବାଲେଶ୍ବର ଫାଣ୍ଡି ଛକରେ ଦେଖିବାକୁ ମିଳିଥିଲା ଭିଡ଼।କୋଭିଡ ନିୟମଠାରୁ ଦୂରରେ ରହି ଚାଲିଥିଲା ଫଳ ଦୋକାନରେ କିଣା ବିକା। ଲୋକେ କୋଭିଡ ନିୟମକୁ ମାନୁ ନ ଥିବାର ପରିଲକ୍ଷିତ ହୋଇଛି। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close