ଡି.ଜି (ଭିଜିଲାନ୍ସ) ଡଃ. ଦେବାଶିଷ ପାଣିଗ୍ରାହୀଙ୍କ ଆରୋଗ୍ୟ କାମନା କରି ବ୍ୟାସନଗରର ସାପଗଡ଼ିଆ ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରରେ ସମୂହ ଦୀପଦାନ ଓ ପ୍ରାର୍ଥନା

 

ବ୍ୟାସନଗର,୦୮/୬: ‘ଉଦୟବଟ’ ଆନୁକୂଲ୍ୟରେ ସ୍ଥାନୀୟ ବ୍ୟାସନଗର ପୈାରାଚଂଳର ସାପଗଡିଆ ଛକ ସ୍ଥିତ ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରେ ଆଜି ସନ୍ଧ୍ୟାରେ ଓଡ଼ିଶାର ଡି.ଜି (ଭିଜିଲାନ୍ସ) ଡ଼ଃ. ଦେବାଶିଷ ପାଣିଗ୍ରାହୀଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ଏକ ସମୂହ ଦୀପଦାନ ଓ ପ୍ରାର୍ଥନା କାର୍ଯ୍ୟକ୍ରମ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ, ଡ଼ଃ. ପାଣିଗ୍ରାହୀ କରୋନା ସଂକ୍ରମିତ ହୋଇ କଟକର ଘରୋଇ ଡାକ୍ତରଖାନା ‘ଅଶ୍ୱିନୀ ହସ୍‌ପିଟାଲ’ରେ ଚିକିତ୍ସାଧିନ ଥିଲେ । ଗତକାଲି ତାଙ୍କର ଅବସ୍ଥା ଗୁରୁତର ହେବାରୁ ଉନ୍ନତ ଚିକିତ୍ସା ପାଇଁ କଲିକତାର ଏକ ଘରୋଇ ସୁପର ସ୍ପେଶାଲିଟି ହସ୍‌ପିଟାଲକୁ ଗତକାଲି ରାତ୍ରୀରେ ଏକ ଏୟାର ଆମ୍ବୁଲାନ୍ସ ଯେଗୋ ତାଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । କଲିକତାର ଏହି ଘରୋଇ ମେଡିକାଲର ୪ଜଣ ଅଭିଜ୍ଞ ଡାକ୍ତରୀ ଦଳ ଗତକାଲି କଟକକୁ ଆସି ତାଙ୍କୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଥିଲେ । ଡ଼ଃ. ପାଣିଗ୍ରାହୀ ଏଠାରେ ଭେଟିଂଲେଟରରେ ଥିଲେ । ସୂଚନାଯୋଗ୍ୟ, ଏଠାରେ ତାଙ୍କ ସ୍ୱାସ୍ଥାବସ୍ଥାରେ କୈାଣସି ଉନ୍ନତି ପରିଲକ୍ଷିତ ନ ହେବାରୁ ତାଙ୍କୁ ‘ଇକ୍‌ମୋ’ ଚିକିତ୍ସା ଯୋଗାଇ ଦେବାର ଆବଶ୍ୟକତା ଦେଖାଦେଇଥିଲା । ଏହି ବ୍ୟବସ୍ଥା ଓଡ଼ିଶାରେ ଉପଲବ୍ଧ ନ ଥିବାରୁ ତାଙ୍କୁ କଲିକତା ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଡ଼ଃ. ପାଣିଗ୍ରାହୀ ଜଣେ ଦକ୍ଷ, ନିଷ୍ଠାପର ଓ ଦାୟିତ୍ୱବାନ ପୋଲିସ ଉଚ୍ଚ ଅଧିକାରୀ ଭାବେ ରାଜ୍ୟରେ ବେଶ ଜଣାଶୁଣା । ସେ ଜଣେ ଭଦ୍ର, ଜ୍ଞାନୀ, ଅମାୟିକ ବ୍ୟକ୍ତିବିଶେଷ ଓ ଲୋକାଭିମୁଖି ଅଧିକାରୀ ଭାବେ ଦୀର୍ଘ ବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଦୁର୍ନିତୀ ନିବାରଣ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜ୍ଜନ କରିଛନ୍ତି । ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତଙ୍କ ବହୁ ଦୁର୍ନିତୀ ସମ୍ବଳିତ ଅଭିଯୋଗର ସେ ତତ୍‌କାଳ ତଦନ୍ତ ନିର୍ଦ୍ଦେଶ ଦେଇ ଆସିଛନ୍ତି । ତାଙ୍କର ଏପରି ସ୍ୱାସ୍ଥ୍ୟଜନିତ ଅବସ୍ଥାରେ ‘ଉଦୟବଟ’ ପରିବାର ଗଭୀର ଭାବେ ମର୍ମାହତ ହୋଇଛି । ଏଠାରେ ଅନୁଷ୍ଠିତ ଆଜିର ଏହି ଦୀପଦାନ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିଦ୍ ତଥା ପ୍ରଧ୍ୟାପକ ଡଃ. ଅକ୍ଷୟ କୁମାର ପଣ୍ଡା, ବରିଷ୍ଠ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି, ‘ଉଦୟବଟ’ର କାର୍ଯ୍ୟକାରୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ପ୍ରେମଲତା ମହାପାତ୍ର, ସାମାଜିକ କର୍ମୀ ଚକ୍ରଧର ମଲ୍ଲିକ, ଫେରୋକ୍ରୋମ କଲୋନି ଗେଟ୍ ପତଞ୍ଜଳି ବ୍ୟବସାୟ ପ୍ରତିଷ୍ଠାନର ପ୍ରଭାସ ଚନ୍ଦ୍ର ନାୟକ, ମନ୍ଦିର କମିଟିର ବରିଷ୍ଠ କର୍ମକର୍ତା ତଥା ସମାଜସେବୀ ଗଦାଧର ଜେନା ଓ ରାମଚନ୍ଦ୍ର ମହାପାତ୍ର, ବିଜୟଲକ୍ଷ୍ମୀ ପଣ୍ଡିତ୍‌, ସସ୍ମିତା ମଲ୍ଲିକ, ଇନ୍ଦୁମତୀ ସାହୁ, ଗୈାରୀଶଙ୍କର ପତି ପ୍ରମୁଖ ଯୋଗ ଦେଇ ପ୍ରଭୁ ଲକ୍ଷ୍ମୀନାରାୟଣଙ୍କ ନିକଟରେ ଡଃ. ପାଣିଗ୍ରାହୀଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିବା, ନାମଜପ କରିବା, ମନ୍ଦିରର ପୂଜକ ମାନସ କୁମାର ଦ୍ୱିବେଦୀ ଶାସ୍ତ୍ର ପାଠ କରିବା ସହ ସମୂହ ଦୀପଦାନ କରିଥିଲେ । ଏଥିସହିତ ସମାଜରୁ କରୋନା ସଂକ୍ରମଣ ହ୍ରାସ ପାଇବା ପାଇଁ, ସମସ୍ତ ଜନସାଧାରଣଙ୍କ ଉନ୍ନତ ସ୍ୱାସ୍ଥ୍ୟ କାମନା କରି ପ୍ରଭୂଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରାଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close