ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବ୍ୟାସ ସରୋବର ପୀଠରେ ବୃକ୍ଷରୋପଣ

ବ୍ୟାସନଗର: ତା ୫-୬-୨୦୨୧ ବିଶ୍ଵ ପରିବେଶ ଦିବସ ଅବସରରେ ସ୍ଥାନୀୟ ବ୍ୟାସସରୋବର ପୀଠରେ ଦୁର୍ଯୋଧନ ରାଉତ ଫାଉଣ୍ଡେସନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ବ୍ୟାସନଗର ପୌର ପରିଷଦ ଓ ତାର ଆଖପାଖ ଅଞ୍ଚଳର ପ୍ରତ୍ୟେକ ଗ୍ରାମରେ ୧୦୧ ବଟବୃକ୍ଷ ଲଗାଯିବ ବୋଲି ଆଜି ବିଶ୍ଵ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣର ଶୁଭରମ୍ଭ କରି ଦୁର୍ଯ୍ୟୋଧନ ରାଉତ ଏହା ପ୍ରକାଶ କରିଛନ୍ତି । ୧୦ ଫୁଟ୍ ଉଚ୍ଚତା ବିଶିଷ୍ଟ ବଟବୃକ୍ଷ ଲଗାଯିବା ସଙ୍ଗେ ସଙ୍ଗେ ତାର ରକ୍ଷଣା ବେକ୍ଷଣ କିପରି ସ୍ଥାୟୀ ଭାବେ ହୋଇପାରିବ ସେଥିପାଇଁ ସମସ୍ତ ପ୍ରକାର ସୁବନ୍ଦୋବବସ୍ତ ଫାଉଣ୍ଡେସନ ତରଫରୁ କରାଯାଇଛି ବୋଲି ଶ୍ରୀ ରାଉତ ପ୍ରକାଶ କରିଛନ୍ତି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଲେଖ ଆଶ୍ରମର ପୂଜ୍ୟ ସ୍ବାଧୀନ ବାଵା ଓ ବିଶିଷ୍ଟ ବ୍ୟବସାୟୀ ବିନୋଦ ବିହାରୀ ସାମଲ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟବସାୟୀ କୈଳାଶ ଚନ୍ଦ୍ର ରାଉତ, କାଳନ୍ଦୀ ଚରଣ ରାଉତ, ନାରାୟଣ ମସକରା, ଦୁର୍ଗେଶ ରଞ୍ଜନ ରାଉତ ପ୍ରମୁଖ ସହଯୋଗ କରିଥିଲେ ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close