‘ଉଦୟବଟ’ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

ବ୍ୟାସନଗର, ୦୫/୦୬(ଉ.ନ୍ୟୁଜ୍‌.ବ୍ୟୁରୋ): ‘ପ୍ରକୃତି ବଂଚିଲେ ଆମେ ବଂଚିବା’ ବିଶ୍ୱ ପରିବେଶ ଦିବସର ଅନୁଚିନ୍ତା ହେଉ ବୋଲି ଆଜି ଶନିବାର ‘ଉଦୟବଟ’ ତରଫରୁ ଡିଜିଟାଲ ‘ଗୁଗ୍‌ଲ ମିଟ୍‌’ ଆପ ଜରିଆରେ ଅନୁଷ୍ଠିତ ଆୟୋଜିତ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ମତପ୍ରକାଶ ପାଇଛି । ଭଲ ପରିବେଶ, ସ୍ୱଚ୍ଛ ପାଣି, ସ୍ୱଚ୍ଛ ପବନ, ସତେଜ ପନିପରିବା ଓ ଫଳମୂଳ, ଉତମ ଖାଦ୍ୟ ଖାଇବା ଦ୍ୱାରା ଆମ ରାଜ୍ୟ ଓଡ଼ିଶା ଓ ଆମ ଦେଶ ଭାରତରେ କରୋନାକୁ ପ୍ରଶମିତ କରିହେବ ବୋଲି ମତପ୍ରକାଶ ପାଇଥିଲା । ଏହାଛଡ଼ା ପ୍ରକୃତିମାତାର ଉପଯୁକ୍ତ ସୁରକ୍ଷା, ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ, ବଚିଂଥିବା ବୃକ୍ଷରାଜିର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ କୈାଣସି ଗୋଟିଏ ଅନୁଷ୍ଠାନ ନୁହେଁ ବରଂ ସମସ୍ତ ଜନସାଧାରଣଙ୍କ ଭୂମିକା ରହିଛି ବୋଲି ବକ୍ତାମାନେ ନିବେଦନ କରିଥିଲେ । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଟକସ୍ଥିତ ଡି.ଜି (ଭିଜିଲାନ୍ସ) କାର୍ଯ୍ୟାଳୟରେ ଅବସ୍ଥାପିତ ଡି.ଏଫ.ଓ (ଭିଜିଲାନ୍ସ) ରଜନୀକାନ୍ତ ମହାନ୍ତି, ବିଶ୍ୱ ଓଡ଼ିଆ ମହାସଂଘ, ମୁମ୍ବାଇର ସଭାପତି ଡ଼ା. ସୁରେନ୍ଦ୍ରନାଥ ମହାପାତ୍ର, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ବରିଷ୍ଠ ସମାଜସେବୀ ଚନ୍ଦ୍ରମଣି ସାମଲ, କ୍ରୋମନଗର ବିଦ୍ୟାପୀଠ, ଯାଜପୁରରୋଡର ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ପରିବେଶବିଦ୍‌, ସମାଜସେବୀ ତଥା କୋରାଇର ବିଧାୟକ ପ୍ରାର୍ଥୀ ଇଂ. ବିଶ୍ୱଜିତ୍ ମହାନ୍ତି, ଶିକ୍ଷାବିଦ୍ ପ୍ରଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ସେଂଟ ଜାଭିର‌୍ୟସ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସୈାଭାଗ୍ୟ ମୁଦୁଲି ପ୍ରମୁଖ ନିଜ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟରେ କାଳକ୍ରମେ ୩୩% ଜଂଗଲ ଖସି ଖସି ଆସି ୨୧% ପ୍ରତିଶତରେ ପହଚିଂଥିବାରୁ ଡି.ଏଫ.ଓ (ଭିଜିଲାନ୍ସ) ଶ୍ରୀ ମହାନ୍ତି ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ । ଅଧିକ ସଂଖ୍ୟକ ଅମ୍ଳଜାନ ପ୍ରଦାନକାରୀ ବୃକ୍ଷ ଯଥା:- ନିମ୍ବ, ଅଶ୍ୱତ୍‌ଥ, ତୁଳସୀ ଆଦି ବୃକ୍ଷରୋପଣ କରିବାକୁ ସେ ପରାମର୍ଶ ଦେଇଥିଲେ । ଦୁର୍ନୀତି ରୋକିବାକୁ ଜନସାଧାରଣ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଏହି ପରିବେଶ ସଚେତନା କାର୍ଯ୍ୟକ୍ରମରେ ନାରୀନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ଯୁବ ଆଇନଜୀବୀ ତଥା ବିଜେପି ନେତା ଦୀପକ ସେନଗୁପ୍ତା, ଭଦ୍ରଖ ବନ୍ତର ସାମ୍ବାଦିକ ଜଗନ୍ନାଥ ଦାସ, ଟମକାର ସାମ୍ବାଦିକ ଆକାଶଜ୍ୟୋତି ମହାପାତ୍ର, ଯାଜପୁର ଜିଲ୍ଲା ବନ୍ୟପ୍ରାଣୀ ୱାଡ଼େନ କୈଳାସ ଚନ୍ଦ୍ର ସାସମଲ, ଭାରତ ଭୂଷଣ ରାଉତ, ଜଗନ୍ନାଥ ମହାରଣା ପ୍ରମୁଖ ଯୋଗ ଦେଇ ପ୍ରକୃତିର ସୁରକ୍ଷା ଓ ସମ୍ମାନ ଉପରେ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇଥିଲେ । ବୃକ୍ଷରୋପଣକୁ ବ୍ୟାପକ କରିବାକୁ ସରକାର ଯୋଜନା କରିବା ଉଚିତ । ବୃକ୍ଷ ଏକାଧାରାରେ ପରିବେଶ ସନ୍ତୁଳନରେ, ଖାଦ୍ୟ ଯୋଗାଇବାରେ, ଔଷଧ ତିଆରିରେ, ଗୋପାଳନ ପାଇଁ, ମୂଲ୍ୟବାନ କାଠ ଉତ୍ପାଦନ କରି ଅର୍ଥ ଉପାର୍ଜ୍ଜନରେ, ତାପମାତ୍ରାକୁ ସନ୍ତୁଳନ କରିବା ଆଦି ବହୁ କାର୍ଯ୍ୟରେ ସହାୟକ ହୋଇ ଚାଲିଛି । ଚାରିଆଡେ କଂକ୍ରିଟକରଣ ହେଉଥିବାରୁ, କଳ କାରଖାନାର ଧୂଳି ଧୂଆଁ, ଗାଡି ଘୋଡାର ବହୁଳ ବ୍ୟବହାର ଯୋଗୁ ଆଜି ବିଶ୍ୱର ତାପମାତ୍ରା ସାଂଘାତିକ ଭାବେ ବୃଦ୍ଧି ପାଇ ଚାଲିଥିବା ବେଳେ କରୋନା ସମୟରେ ପରିବେଶର ସନ୍ତୁଳନ ଉପରେ ସମସ୍ତେ ଧ୍ୟାନ ଦେବା ଉଚିତ୍ । ସମସ୍ତେ ପ୍ରକୃତିକୁ ଭଲ ପାଇବା ସହ ଆନ୍ତରିକତାର ସହ ଏହାର ସୁରକ୍ଷା ପାଇଁ ଯତ୍ନଶୀଳ ଉଦ୍ୟମ ନ କଲେ ମନୁଷ୍ୟ ସମାଜ ପାଇଁ ପ୍ରକୃତି ଦାରୁଣ ହୋଇପାରେ । ସକାଳେ ବୃକ୍ଷରୋପଣ କରାଯାଇଥିଲା । ‘ଉଦୟବଟ’ ତରଫରୁ ବୃକ୍ଷରୋପଣ ପୂର୍ବପରି ଜାରୀ ରହିବ ବୋଲି ସଂପାଦକ ଶ୍ରୀ ରାଉତ ଘୋଷଣା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close