ଟିକା ପ୍ରମାଣପତ୍ରରେ ଲାଗିବ ମମତାଙ୍କ ଫଟୋ

ଯାଜପୁର, (ସନ୍ତୋଷ ରଥଙ୍କ ଠାରୁ): ଟିକା ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ହଟାଇ ନିଜ ଫଟୋ ଲଗାଇବାକୁ ନିର୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ ଏହାର ହିତାଧିକାରୀମାନେ ମମତାଙ୍କ ଫଟୋ ଥିବା ପ୍ରମାଣପତ୍ର ପାଇବେ। ଏହି ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷୀୟଙ୍କୁ ଟିକା ଦିଆଯିବ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଟିକା ପ୍ରମାଣପତ୍ରରେ ମୋଦୀଙ୍କ ଫଟୋ ସ୍ଥାନ ପାଇବା ନେଇ ଆପତ୍ତି ଉଠାଇଥିଲେ ମମତା।
      ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବାରୁ ନିର୍ବାଚନ ଆୟୋଗ ଏହି ରାଜ୍ୟରେ ପ୍ରଦାନ କରାଯାଉଥିବା ପ୍ରମାଣପତ୍ରରୁ ମୋଦୀଙ୍କ ଫଟୋ ପ୍ରତ୍ୟାହାର କରିବାକୁ ନିର୍ଦେଶ ଦେଇଥିଲେ। ପୂର୍ବରୁ ଛତିଶଗଡ଼ ସରକାର ମଧ୍ୟ ଟିକା ପ୍ରମାଣପତ୍ରରୁ ମୋଦୀଙ୍କ ଫଟୋ ହଟାଇ ଦେଇଛନ୍ତି। ସେହି ସ୍ଥାନରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଫଟୋ ସ୍ଥାନ ପାଇଛି।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close