ସିଙ୍ଗାପୁର ଆଣ୍ଡ ଏସିଆନ ସ୍କୁଲସ ମେଥ ଅଲମ୍ପେଡ଼ ( SASMO-2021)ରେ ମାଉଣ୍ଟ ଲିଟେରା ଜି ସ୍କୁଲ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ସ୍ଵର୍ଣପଦକ

ବ୍ୟାସନଗର; ୦୮/୦୬ (ଉ.ପ୍ର): ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଞ୍ଚଳର କୁସୁନପୁର ଠାରେ ଥିବା ” ମାଉଣ୍ଟ ଲିଟେରା ଜି ସ୍କୁଲର ଛାତ୍ର ଚିରଞ୍ଜୀବ କର ବିଦ୍ୟାଳୟ ତଥା କଲେଜ ସହ ନିଜ ଅଂଚଳ ପାଇଁ ଗୈାରବ ଆଣିଛନ୍ତି । ଚିରଞ୍ଜୀବ ଯାଜପୁରରୋଡରେ ଥିବା ମାଉଣ୍ଟ ଲିଟେରା ଜି ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଅଟନ୍ତି। ତାଙ୍କର ଅକ୍ଲାନ୍ତ ପରିଶ୍ରମ ଆଜି ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇପାରିଛି। ସିଙ୍ଗାପୁର ଆଣ୍ଡ ଏସିଆନ ସ୍କୁଲସ ମେଥ ଅଲମ୍ପେଡ଼ ( SASMO-2021) ରେ ଦେଶରେ ତୃତୀୟ ସ୍ଥାନ ହାସିଲ କରିବା ସହ ଗ୍ଲୋବାଲ ରେଙ୍କରେ ୧୪ତମ ସ୍ଥାନ ପ୍ରାପ୍ତ କରି ଜି ସ୍କୁଲ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହା ମାଉଣ୍ଟ ଲିଟେରା ଜି ସ୍କୁଲ ପାଇଁ ଗର୍ବ ଏବଂ ଆନନ୍ଦର ଆଉ ଏକ ସମ୍ମାନଜନକ ମୁହୂର୍ତ୍ତ ବୋଲି କୁହାଯାଉଛି। ଚିରଞ୍ଜୀବ କର କେବେ ବି ଅନୁଷ୍ଠାନରେ ପୁରସ୍କାର ଆଣିବା ପାଇଁ କୌଣସି ସୁଯୋଗ ହରାନ୍ତି ନାହିଁ | ତାଙ୍କର ଅହେତୁକ ପରିଶ୍ରମ, ଚେଷ୍ଟା ,ଆଗ୍ରହ ପାଇଁ ସେ ସିଙ୍ଗାପୁର ଏବଂ ଏସିଆ ସ୍କୁଲ୍ ଅଫ୍ ମ୍ୟାଥସ୍ ଅଲମ୍ପିଆଡ୍ (SASMO- 2021) ରେ ସମ୍ମାନଜନକ ସ୍ୱର୍ଣ୍ଣ ପଦକ ଜିତିପାରିଛନ୍ତି। ମାଧ୍ୟମିକ-1 ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ହାସଲ କରିଥିବା ପାଞ୍ଚ ଜଣ ଛାତ୍ରଙ୍କ ମଧ୍ୟରେ ସେ ଜଣେ ଅଟନ୍ତି। ସେ ଜୁଲାଇ 2021 ରେ ଅନୁଷ୍ଠିତ ହେବାକୁ ଥିବା ସିମକୋ- 2021 ରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଥିଲେ। ସେ ସାଇନ୍ସ ଅଲମ୍ପିଆଡ ଫାଉଣ୍ଡେସନରେ ଆନ୍ତର୍ଜାତୀୟ ମାନ୍ୟତା 1 ଏବଂ ସିଲଭର ଜୋନର ଗଣିତ ଏବଂ ବିଜ୍ଞାନ ଅଲିମ୍ପିଆଡରେ ପ୍ରଥମ ମାନ୍ୟତା ସହିତ ଅନୁଷ୍ଠାନକୁ ଖ୍ୟାତି ଆଣିଛନ୍ତି । ଭବିଷ୍ୟତରେ ଜଣେ ସଫଳ ବିଦ୍ୟାର୍ଥୀ ଭାବେ ପ୍ରତିଷ୍ଠା ଅର୍ଜ୍ଜନ କରିବା ସହ ନିଜ ଜନ୍ମ ମାଟି, ସ୍କୁଲ, କଲେଜର ନାମ ଟେକ ରଖିବେ ବୋଲି ସେ ଆଶାର୍ଥୀ ଅଛନ୍ତି । କଳିଙ୍ଗନଗର ମାଉଣ୍ଟ ଲିଟେରା ଜି ସ୍କୁଲର ଚେୟାରମ୍ୟାନ ବୁଦ୍ଧଦେବ ରାଉତ ,ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଅଧ୍ୟକ୍ଷ କୋଲାଲ ମିତ୍ର, ଉପାଧ୍ୟକ୍ଷ ସୁକାନ୍ତ କୁମାର ତ୍ରିପାଠୀ, ଏକାଡେମୀକ ମୂଖ୍ୟ ବଲବୀର ସିଂ, ସୋନିଆ ବେଦୀଙ୍କ ସହ ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ଚିରଞ୍ଜୀବଙ୍କୁ ଆଶୀର୍ବାଦ ଜଣାଇବା ସହ ତାଙ୍କର ସଫଳତା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close