ଆରପାରିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଓ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଡ଼ ବିଜୟ ସାହୁ

ଭୂବନେଶ୍ବର ;୦୩/୦୬ (ଜ୍ୟୋତି ରଞ୍ଜନଙ୍କ ଠାରୁ ) ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ତଥା ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଡକ୍ଟର ବିଜୟ କୁମାର ସାହୁଙ୍କର ଆଜି ପରଲୋକ ଘଟିଛି । କିଛି ଦିନ ତଳେ ସେ କୋଭିଡ ସଂକ୍ରମିତ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ମଧ୍ୟାହ୍ନରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଲୋକ ସଂପର୍କ ଅଧିକାରୀ ଶରତ କର ଏହି ସୂଚନା ଦେଇଛନ୍ତି।

କରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସା ଚାଲୁଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ମାସରେ ତାଙ୍କୁ ହାଇଦ୍ରାବାଦସ୍ଥିତ କ୍ରିଷ୍ଣା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍‌କୁ ଏୟାର ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା । ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ମଧ୍ୟ  ନିଯୁକ୍ତ କରିଥିଲେ। ଡ଼ ବିଜୟ କୁମାର ସାହୁ ରାଜ୍ଯର ସରକାରୀ ବିଦ୍ୟାଳୟରେ ଗୁଣବତ୍ତା ଶିକ୍ଷାଦାନ ଏବଂ ସଂସ୍କରଣ ଆଣିବା ଦିଗରେ ସର୍ବଦା ଚେଷ୍ଟାରତ ଥିଲେ । ପେଶାରେ ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଥିବା ଡ଼ ସାହୁ ପରବର୍ତ୍ତୀ ସମୟରେ ଶିକ୍ଷା ଉଦ୍ୟୋଗୀ ଭାବେ ବେଶ୍ ପରିଚିତ ଥିଲେ । ଡ଼ ବିଜୟ ସାହୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏଥି ସହିତ ଟ୍ୱିଟ୍ କରିଛନ୍ତି ଯେ, ‘ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ସରକାରୀ ସ୍କୁଲ ପାଠପଢା ଶୈଳୀକୁ ପରିବର୍ତ୍ତନ କରିବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା । ତାଙ୍କ ପରିବାର ବର୍ଗଙ୍କୁ ମଧ୍ୟ ସମବେଦନା ଜଣାଇବା ସହ ଶିକ୍ଷା ପ୍ରତି ତାଙ୍କର ଅବଦାନ ସର୍ବଦା ଅବିସ୍ମରଣୀୟ ଏବଂ ପ୍ରଶଂସନୀୟ ବୋଲି ନବୀନ କହିଛନ୍ତି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close