ଯାଜପୁରୋଡର ସାପଗଡିଆ ଛକରେ ଦୁର୍ଘଟଣା, ରାସ୍ତା ତଳକୁ ଖସିଗଲା କାର

ବ୍ୟାସନଗର, ୦୨/୬(ପ୍ରଦୀପ କୁମାର ବାରିକଙ୍କ ଠାରୁ): କରୋନା କଟକଣା ‘ଲକ୍‌ଡ଼ାଉନ’ ଓ ସପ୍ତାହନ୍ତ ‘ସଟ୍‌ଡ଼ାଉନ’ ଲାଗୁ ସତ୍ୱେ ଅତି ଦରକାର ନ ଥିବା ସ୍ଥଳେ ମଧ୍ୟ କେତେକ ସହରରେ ଘୁରି ବୁଲୁଛନ୍ତି । ବୁଲେଟର ଶଦ୍ଦ ପ୍ରଦୂଷଣ ଓ ଦାଦାଗିରି ଚାଳନା ସାହିବସ୍ତିର ରାସ୍ତାରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ହୃଦୟଫଟା ଚିତ୍କାର କରୁ୍‌ଥିବା ଓ ରଡି ମାରି ଗର୍ବରେ ମାଟି ଦୁଲୁକାଇ ପ୍ରବଳ ବେଗରେ ଯାଉଥିବା ବେଳେ କେତେକ ମଦୁଆ ଓ ନିଶାଡିଆ ନିଶା ପାଇଁ ସାହି ବସ୍ତିର ଆଡ୍ଡାକୁ ସୁଯୋଗ ଦେଖି ଯାଉଛନ୍ତି । ଆଗ ବନ୍ଦ ପଛ ମେଲା ଦୋକାନ ବି ଗରାଖମାନଙ୍କୁ ବେଶ୍ ଭଲ ଆପାୟିତ କରୁଛି । ‘ଲକ୍‌ଡ଼ାଉନ’ ଓ ସପ୍ତାହନ୍ତ ‘ସଟ୍‌ଡ଼ାଉନ’ର ସମୟ ସୀମା ସିନା ବଢ଼ି ବଢ଼ି ଚାଲିଛି ହେଲେ ଅମାନିଆଙ୍କୁ ସବୁ ହାତ ପାଆନ୍ତାରେ ମିଳି ଯାଉଛି । ନିଶାର ପସରା ସବୁଆଡେ ମେଲୁଛି । ଅବକାରୀ ବିଭାଗ କିଛି କରୁଛି ସେମିତି କିଛି ଖାସ୍ ଦେଖିବାକୁ ମିଳେ ନାହିଁ ଏଠି! ଏହାଛଡ଼ା କିଛି ଚାଳକ ଏପରି ବେଗରେ ଗାଡି ଚଳାଉଛନ୍ତି ଯେ, ଜଣାଯାଏ ଯେମିତି କିଛି ଅତି ଜରୁରୀ ଅଛି । ସେମାନଙ୍କ ଆଗରେ ଜଣେ ଛୋଟ ପିଲା, ବରିଷ୍ଠ ନାଗରିକ, ଶାରିରୀକ ଅସୁସ୍ଥ ବ୍ୟକ୍ତି ପଡିଗଲେ ବଂଚିବା ମୁସ୍କିଲ । ସବୁଦିନେ କେଉଁଠି ନା କେଉଁଠି ଏମିତି ଘଟଣାମାନ ଘଟିଥାଏ । ହେଲେ ଚୋର ମୁହଁ ଟାଣ ପରି ଅମାନିଆ, ଅସୈାଜନ୍ୟ ଚାଳକମାନେ ବହୁ ଘଟଣାକୁ ପ୍ରଭାବ ପକାଇ ଦବାଇ ଦେଇଥାନ୍ତି । କୁହାଯାଏ, ଦୁର୍ଘଟଣା ଅସାବଧାନତା ଓ ବେପରୁଆ ଗାଡିଚାଳନା ପାଇଁ ବେଶି ଘଟିଥାଏ । ସହର ଅଥବା ଜନଗହଳି ସ୍ଥାନ, ଛକ, ବଙ୍କାଣୀ ଆଦିରେ ଦୃତ ଗତିରେ ଗାଡି ଚଳାଇବା ଅର୍ଥ ଦୁର୍ଘଟଣାକୁ ନିମନ୍ତ୍ରଣ କରିବା!
ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା ପ୍ରାୟ ୭ଟା ୧୫ମି. ସମୟରେ ଏକ କାର ଷ୍ଟେସନ ପଟୁ ପ୍ରବଳ ବେଗରେ ସାପଗଡିଆ ଛକ ଦେଇ ପାସ କରୁଥିବା ବେଳେ ଷ୍ଟାଡିୟମ ଆଡୁ ଆସୁଥିବା ଏକ ଟ୍ରାକ୍ଟର ସହ ସାପଗଡିଆ ଛକ ନିକଟରେ ସାମନାସାମନି ଧକ୍କା ହୋଇଥିଲା । କାରଟି ଭାରସ୍ୟାମ ହରାଇ ରାସ୍ତା ତଳକୁ ଖସି ଯାଇଥିବା ବେଳେ ଏହାର ଆଗ ପଟଟି କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଟ୍ରାକ୍ଟରଟି ପଳାଇ ଯାଉଥିବା ବେଳେ ବଙ୍ଗାଳୀସାହି ପାଖରେ କିଛି ପିଲା ତା’କୁ ଅଟକାଇଥିଲେ । ଦୁର୍ଘଟଣାଗ୍ରସ୍ତ କାରର ନଂ. ହେଲା ଓଡି ୩୩ଭି-୭୬୧୯ । ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close