‘କୋଭିଡ଼’ ନିୟମ ଅବମାନନା କରି ବେଫିକର ବ୍ୟବସାୟ କରୁଥିବା ଯାଜପୁରରୋଡର ‘ବାହେତୀ ବ୍ରଦର୍ସ’ ସିଲ

ବ୍ୟାସନଗର,୨୩/୫(ପ୍ରଦୀପ କୁମାର ବାରିକ/ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ୨ୟ ଲହର କରୋନା ଅଧିକ ଉତ୍କଟ ହେଉଥିବାରୁ ସରକାର ଏହାର ଚେନ୍ ବ୍ରେକ୍ ପାଇଁ ‘ଲକ୍‌ଡ଼ାଉନ’ ଓ ସପ୍ତାହନ୍ତ ‘ସଟ୍‌ଡ଼ାଉନ’ ଲାଗୁ କରିଛନ୍ତି । ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ତୃପକ୍ଷ ରାଜ୍ୟରେ ଏହାକୁ କଡାକଡ଼ି କରିବାକୁ ଲାଗିପଡ଼ିଛନ୍ତି । ଅବଶ୍ୟ କେତେକ କ୍ଷୁଦ୍ର ବ୍ୟବସାୟୀ ଦୀର୍ଘ ଦିନର ବନ୍ଦରେ ପ୍ରଭାବିତ ହୋଇ ଜୀବନ ଜୀବିକା ପାଇଁ ପ୍ରଶାସନ ଓ ପୋଲିସର ଦୃଷ୍ଟି ଆଢ଼ୁଆଳରେ ଲୁଚି ଛପି ଦୋକାନ ଖୋଲୁଥିବାର ଦେଖାଯାଉଛି । ଏହି ଧାରା ମଧ୍ୟ ବ୍ୟବସାୟିକ ଗୁରୁତ୍ୱ ବହନ କରୁଥିବା ଯାଜପୁରରୋଡ ସହରରେ ଦେଖିବାକୁ ମିଳେ । ବଡ଼ ବଡ଼ ‘ବ୍ୟବସାୟିକ କମ୍ପେ୍ଲକ୍ସ’ ଓ ‘ସପିଙ୍ଗ ମଲ୍‌’ ଆଦିମାନେ ସରକାରଙ୍କ ନୀତି ନିୟମ ମାନି ସେମାନେ ତାଙ୍କର ସଂସ୍ଥା ବନ୍ଦ ରଖିଥିବା ବେଳେ ପୁରୁଣା ଢ଼ାଂଚାରେ ଚାଲୁଥିବା କେତେକ ବଡ଼ ବଡ଼ ଦୋକାନୀ ଦୋକାନ ଖୋଲି ବେପାର କରୁଛନ୍ତି । ଉଦାହରଣସ୍ୱରୂପ ଯାଜପୁରରୋଡର ‘ମହି ପାଲ’ ଗଳିରେ ଥିବା ‘ବାହେତୀ ବ୍ରଦର୍ସ’ । ଲୁଗାପଟା, ବିଭିନ୍ନ ବସ୍ତ୍ର, କପଡ଼ା ଆଦିର ବ୍ୟାପକ କାରବାର କରୁଥିବା ଏହି ସଂସ୍ଥା ବର୍ଷତମାମ ରାତିଦିନ ବେପାର କରିଥାଏ । କ଼ିଛି ବର୍ଷ ହେଲାଣି ଏହି ସଂସ୍ଥା ଦୈନିକ ଲକ୍ଷ ଲକ୍ଷ ଟଙ୍କାର ବେପାର କରିଆସୁଛି । ବର୍ଷରେ ବହୁ କୋଟି ଟଙ୍କା ବେପାର କରୁଥିବା ବେଳେ ଜି.ଏସ.ଟି ଓ ଆୟକର ବିଭାଗର କ୍ୱଚିତ୍ ଏହି ସଂସ୍ଥା ଉପରେ ଦୃଷ୍ଟି ପଡ଼ିବାକୁ ନେଇ ବିଭିନ୍ନ କଥା ଆଲୋଚିତ ହୁଏ । କପଡ଼ା/ଲୁଗା ଦୋକାନ ଏହି ‘ଲକ୍‌ଡ଼ାଉନ’ ଓ ସପ୍ତାହନ୍ତ ‘ସଟ୍‌ଡ଼ାଉନ’ରେ ସଂପୁର୍ଣ୍ଣ ବନ୍ଦ ରହୁଥିବା ବେଳେ ଏହି ସଂସ୍ଥା ପୋଲିସ ଓ ପ୍ରଶାସନକୁ ଭୂୟାଁ ବୁଲାଇ ବେପାର କରୁଥିଲା । । ପୁଣି ଏହି ବେପାରରେ ତା’ର ବହୁ ସଂଖ୍ୟକ କର୍ମଚାରୀ କାର୍ଯ୍ୟ କରିବାକୁ ଆସିଥାନ୍ତି । ଏ ବାବଦରେ ସୂଚନା ପାଇଁ ପ୍ରଶାସନ ଓ ପୋଲିସର ମିଳିତ ସ୍କ୍ୱାର୍ଡ ଆଜି ପୂର୍ବାହ୍ନରେ ଅଚାନକ ଚଢ଼ଉ କରି ସଂସ୍ଥାର ବେପରୁଆ କାରବାର ଉପରେ ଛାନଭିନ୍ କରିଥିଲେ । ଚଢ଼ଉ ସମୟରେ ପ୍ରାୟ ୨୦୦ ଗ୍ରାହକ ଉପସ୍ଥିତ ଥିବା ବେଳେ ବହୁ ସଂଖ୍ୟକ କର୍ମଚାରୀ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା । ଏତେ ଦିନ ପରେ ଜଣେ ବଡ଼ ବେପରୁଆ ଅଧିକ କାରବାର କରୁଥିବା ଧନି ସଂସ୍ଥା ଉପରେ ପ୍ରଶାସନର ନଜର ପଡ଼ିବାରୁ ବହୁ ବ୍ୟକ୍ତି ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ‘ଖାଲି କେରାଣ୍ଡି ପଛରେ ନ ପଡ଼ି ବୁଢ଼ା ଶେଉଳ ପଛରେ ପଡ଼ିବା ଉଚିତ୍‌’ ବୋଲି କେତେକ ବ୍ୟକ୍ତବ୍ୟ ଛଳରେ କହିଛନ୍ତି । ଆଜିର ଏହି ଚଢ଼ଉରେ ଯାଜପୁରରୋଡ ଆଦର୍ଶ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି ଓ ତାଙ୍କ କର୍ମଚାରୀ, ବ୍ୟାସନଗର ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଶରତ ଚନ୍ଦ୍ର ମହାପାତ୍ର, ବ୍ୟାସନଗର ପୈାର ପରିଷଦର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା, ପୈାର କର୍ମଚାରୀ ଅମିତ୍ କୁମାର ପୁରୋହିତ, ଉଦୟ ବାରିକ ପ୍ରମୁଖ ପ୍ରମୁଖ ସାମିଲ ଥିଲେ । ଚଢ଼ଉ ପରେ କୋଭିଡ଼ ନିୟମ ଉଲ୍ଲଂଘନ କରି ବେପାର କରୁଥିବା ଅଭିଯୋଗରେ ଦୋକାନଟିକୁ ‘ସିଲ’ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି । ଏ ସଂର୍ପକରେ ତଦନ୍ତ ଚାଲୁ ରହିଛି ଓ ଜୋରିମାନା ଆଦାୟ କରାଯିବ ବୋଲି ସେ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close