ସୋସୋ ମୁସଲିମ ସାହିରେ ମାସ୍କ ଓ କରୋନା ସଚେତନତା ପତ୍ର ବଣ୍ଟନ
ହାଟଡ଼ିହି ; ୦୧/୦୬ (ଉ.ପ୍ର) : କରୋନା ବିରୋଧରେ ଲଢେଇକୁ ଆହୁରି ମଜବୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସମାଜସେବୀ।
ସୂଚନାନୁଯାୟୀ ଗତ ୩୦ ତାରିଖ ରବିବାର ସୋସୋ ମୁସଲିମ ସାହିରେ ଲୋକଙ୍କୁ ସଚେତନ କରାଇବା ସହ କରୋନା ଭଳି ମହାମାରୀ ସମୟରେ ଲୋକଙ୍କ ସୁଖ ଦୁଃଖର ସାଥି ଭାବରେ ଛିଡ଼ାହୋଇ ସଚେତନତା ପତ୍ର ଦେବା ସଙ୍ଗେ ସଙ୍ଗେ ମାସ୍କ ପ୍ରଦାନ କରିଛନ୍ତି ସାମ୍ବାଦିକ ଗୋପାଳ ରାଉତ , ସୋସୋ ପଞ୍ଚାୟତର ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ,ଶରତ ରାଉତ, ପ୍ରଣବ ମହାନ୍ତି ପ୍ରମୁଖ। ଏହି ସାହିରେ ମାସ୍କ ବଣ୍ଟନ ସମୟରେ ଏସ କେ ଜାହିର, ଏସ କେ ସହାଜନ, ଏସ କେ ଅବଦୁଲ ମୁଜାହୀନ, ଏସ କେ ସକୀର ପ୍ରମୁଖ ସହଯୋଗ କରିଥିଲେ। ଏଥି ସହ ଗ୍ରାମକୁ କିଭଳି କରୋନା ମୁକ୍ତ କରାଯିବ ଏ ବିଷୟରେ ଲୋକଙ୍କୁ ସତର୍କତାର ବାର୍ତ୍ତା ଜଣାଇଛନ୍ତି ସାମ୍ବାଦିକ ଶ୍ରୀ ରାଉତ।
Live Share Market