ଗାଡି ସହ କାଠ ଜବତ, ଜଣେ ଗିରଫ, ରାଜନଗର ଅଂଚଳରେ ଚାଲିଛି ୧୦ଟି ପାଖାପାଖି ବେଆଇନ କରତକଳ

ବ୍ୟାସନଗର,୩୦/୫(ଉ.ନ୍ୟୁଜ୍ ବ୍ୟୁରୋ): ଆଜି ସକାଳ ପ୍ରାୟ ୯ଟା ସମୟରେ କଟକ ବନଖଣ୍ଡ ଅଧିକାରୀ ସୁଦର୍ଶନ ପାତ୍ରଙ୍କ ନିର୍ଦ୍ଦେଶରେ ଯାଜପୁରରୋଡ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରି ଯାଜପୁର ଟାଉନର ବଲ୍ଲଭୀ ଘାଟରୁ ଏକ ପିକ୍ ଅପ ଭ୍ୟାନକୁ ଜବତ କରିବା ସହ ଚୋରା କାଠ ଚାଲାଣ କରୁଥିବା ଅଭିଯୋଗରେ ଗାଡିର ଡ୍ରାଇଭର ମଂଗଳପୁର ଥାନା ଅର୍ନ୍ତଗତ ବଉଳାଙ୍ଗର ଅଭୟ ଜେନା, ୩୮ଙ୍କୁ ଗିରଫ କରାଯାଇଛି । ଏହି ଗାଡିରେ ୮୦ ସିପ୍ଟରୁ ଅଧିକ ପରିମାଣର ଓ ପ୍ରାୟ ୦୧ଲକ୍ଷ ଟଙ୍କାର ‘ଫାସି’ କାଠର ଗଣ୍ଡି ଭଦ୍ରଖର ଭଣ୍ଡାରୀପୋଖରୀ ଅଂଚଳରୁ କେନ୍ଦ୍ରାପଡାର କଣ୍ଡିଆ ହାଟ ସ୍ଥିତ ‘ସାମଲ ସ’ ମିଲ’କୁ ଯାଜପୁର ଟାଉନ ଦେଇ ଯାଉଥିବାର ଖବର ଏକ ବିଶ୍ୱସ୍ଥ ସୂତ୍ରରୁ ଜଂଗଲ ବିଭାଗକୁ ମିଳିଥିଲା । ଜଂଗଲ ନିୟମର ୫୬ ଧାରାରେ ଜବତ ହୋଇଥିବା ଗାଡିର ନଂ. ହେଲା ଓଡି-୩୪ସି-୦୦୫୮ । ଏହି ଚଢ଼ଉରେ ଯାଜପୁରୋଡ ବନପାଳ ପରେଶ ସାହୁ, ଗାର୍ଡ ଦୁର୍ଯ୍ୟୋଧନ ବେଜ୍‌, ପାରା ସ୍କ୍ୱାର୍ଡ ଷ୍ଟାଫ୍ ତ୍ରିଲୋଚନ ଦାଶ, ନିର୍ମଳ ମଲ୍ଲିକ, ଅଜୟ ମଲ୍ଲିକ ପ୍ରମୁଖ ବନାଂଚଳ ଅଧିକାରୀ ଶ୍ରୀ ମହାପାତ୍ରଙ୍କ ସହ ସାମିଲ ହୋଇଥିଲେ । ଏ ବାବଦରେ ଆଜି ସଂଧ୍ୟାରେ ଯାଜପୁରରୋଡ ଫରେଷ୍ଟ ଅଫିସରେ କେସ ନଂ.୧୭/୨୦୨୧-୨୨ ପଞ୍ଜିକୃତ ହେଇଥିବା ବେଳେ ତଦନ୍ତ ଚାଲୁରହିଛି । ଆସନ୍ତା କାଲି ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି । ଯାଜପୁରରୋଡ ବନାଂଚଳ ଅଧିକାରୀଙ୍କ ନେତୃତ୍ୱରେ ଗତ ୧୫ ଦିନ ତଳେ ଅନୁରୂପ ଭାବେ ମୂଲ୍ୟବାନ ସାଇଜ୍ ‘ଶାଳ’ କାଠ ପରିବହନ କରୁଥିବା ଅଭିଯୋଗରେ ଏକ ଟାଟା ଏ.ସି ଗାଡିକୁ ମଧ୍ୟ ଜବତ କରାଯାଇଥିଲା । ପ୍ରାୟ ୦୨ ତଳେ ନୂତନ ବନାଂଚଳ ଅଧିକାରୀ ଶ୍ରୀ ମହାପାତ୍ର ଏଠାରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ୨ ମାସ ମଧ୍ୟରେ ୦୨ଟି ଗାଡି ଜବତ କରିବା ତାଙ୍କ କଡ଼ା ଆଭିମୁଖ୍ୟର ପରିଚୟ ଦିଏ ।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ କଣ୍ଡିଆ, ଆଳି ପ୍ରଭୃତି ଅଂଚଳରେ ପ୍ରାୟ ୧୦ଟିରୁ ଅଧିକ କରତ କଳ ବେଆଇନ ଭାବେ ଚାଲୁ ରହିଥିବାର ଜଣାଯାଇଛି । ଜଂଗଲ ବିଭାଗର ଉଚ୍ଚ କର୍ତୃପକ୍ଷ ସବୁ ଜାଣି ନ ଜାଣିଲା ପରି ଅଭିନୟ କରିଆସୁଛନ୍ତି ବୋଲି ପରିବେଶବିଦ୍ ତଥା ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ ଅଭିଯୋଗ କରିଛନ୍ତି । ନିୟମିତ ଭାବେ ଭଦ୍ରଖର ଭଣ୍ଡାରୀପୋଖରୀ, କେଉଁଝର, କରଜିଂଆ ଆଦି ଅଂଚଳରୁ ମୂଲ୍ୟବାନ କାଠ ଓ କାଠର ଗଣ୍ଡିମାନ ବିଭିନ୍ନ ଗାଡିରେ ଏହିସବୁ କରତ କଳମାନଙ୍କୁ ଆସୁଛି । ବହୁ ନକଲି ନମ୍ବର ଗାଡିରେ ମଧ୍ୟ ଏହି କାରବାର ହେଉଛି । କୋଭିଡ଼-୧୯ କଟକଣା ଯୋଗୁ ରାଜ୍ୟ ବ୍ୟାପି ଲକ୍‌ଡାଉନ ଓ ସପ୍ତାହନ୍ତ ସଟ୍‌ଡାଉନ ଜାରୀ ରହିଥିଲେ ବି କେତେକ ଉଚ୍ଚ ଜଂଗଲ ବିଭାଗର ଅଧିକାରୀ ଓ ପୋଲିସକୁ ହାତ କରି ମାସିକିଆ ବଟି ଦେଇ ସ’ମିଲ ମାଲିକମାନେ ଏହି ଚୋରା କାରବାରକୁ ବେଶ ଅନାୟସରେ ଚଳାଇ ରଖିବାକୁ ସକ୍ଷମ ହେଉଛନ୍ତି । ଏହା ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଜଂଗଲ ବିଭାଗର ପ୍ରମୁଖ ଶାସନ ସଚିବ, ପି.ସି.ସି.ଏଫ, ଡି.ଜି (ଭିଜିଲାନ୍ସ) ପ୍ରମୁଖ ଧ୍ୟାନ ଦେବାକୁ ଶ୍ରୀ ରାଉତ ଦାବୀ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close