ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୀକ୍ଷା ପରେ ଓଡିଶା କୁ ୫୦୦କୋଟି ବାତ୍ୟା ସହାୟତା

ବାଲେଶ୍ୱର; ୨୯/୦୫ ( ବ୍ରଜ ଗୋପାଳ ସେନଙ୍କ ଠାରୁ) :  ଜାତୀୟ ବିପତ୍ତିରେ ବାତ୍ୟା ସାହାଯ୍ୟ ମାଗି ଦେଶର ବୋଝ ବଢାଇବାକୁ ଚାହେଁନି ଓଡିଶା ମୁଖ୍ୟମନ୍ତ୍ରୀକଂ ଟୁଇଟର ଜବରଦସ୍ତ ଟ୍ରେଣ୍ଡ, ଇଣ୍ଟରନେଟ୍ ୟୁଜର କହିଲେ-‘ନବୀନ ପ୍ରକ୍ରୁତରେ ଜନନାୟକ’ ଦେଶ ବର୍ତ୍ତମାନ କୋଭିଡ୍ ମହାମାରୀର ମୁକାବିଲା କରୁଛି, ଏଭଳି ପରିସ୍ଥିତିରେ ଆମେ କେନ୍ଦ୍ର ଉପରେ କୌଣସି ଆର୍ଥିକ ବୋଝ ଲଦିବାକୁ ଚାହୁଁନୁ । ସେଥିପାଇଁ ବାତ୍ୟା ୟାସର କ୍ଷୟକ୍ଷତି ପାଇଁ ତତ୍କାଳ ଆର୍ଥିକ ସାହାଯ୍ୟ ଦାବି କରିନାହୁଁ । ନବୀନଙ୍କ ଏଭଳି ଚିନ୍ତାଧାରାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର । ସୋସିଆଲ ମିଡିଆରେ ନବୀନଙ୍କ ଏହି ଟୁଇଟ୍ ଜବରଦସ୍ତ ଟ୍ରେଣ୍ଡ କରୁଛି । ନବୀନ ଜଣେ ଷ୍ଟେଟସ୍ ମ୍ୟାନ ଭଳି ନିଜର ପରିଚୟ ଦେଇଛନ୍ତି ବୋଲି ଏବେ ଆଲୋଚନା।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ତାକଂର ଶାସନ ବା ରେକଡ୍ ବିଜୟ ପାଇଁ ଚରଚିତ ନୁହନ୍ତି । ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ବିପଯ୍ୟୟ ପରିଚାଳନା ତାକଂ ଶାସନରେ ରାଜ୍ୟର ବିକାଶର ରୋଡ୍ ମ୍ୟାପକୁ ଅଧିକ ଆଖି ଦୂଶିଆ କରିଛି.ଠିକ୍ ସେହି ଭଳି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ କଂ ଚିନ୍ତାଧାର ବେଶ ନିଆରା। ତାହା କେତେ ଉପରେ ତାକୁ ନେଇ ସୋସିଆଲ ମିଡିଆରେ ଏକ ତୁଳନାତ୍ମକ ଚିତ୍ର ଦେଉଛନ୍ତି ଅନେକ ୟୁଜର୍ସ ବା ନେଟିଜେନ୍ସ। ନେଟିଜେନ୍ସ କଂ ମତରେ ନବୀନ କଂ ଏପରି କଥାରୁ ସ୍ପଷ୍ଟ ଯେ ଆଂଚଳିକ ରାଜନୀତି ରୁ ଉର୍ଦ୍ଧକୁ ଉଠି ବି ଦେଶ କଥା ଆଗ ଚିନ୍ତା କରାଯାଇପାରିବ। କେବଳ ଓଡିଶା ନୁହେଁ ସାରା ଦେଶ ଆଜି କୋଭିଡ ମହାମାରୀ ସ୍ତିତି କୁ ମୁକାବିଲା କରୁଛି।ଏହି ସମୟରେ ବାତ୍ୟା ୟାସ୍ ୩ଟି ରାଜ୍ୟ ଓଡିଶା ,ପଶ୍ଚିମବଂଗ ଏବଂ ଝାଡଖଣ୍ଡ ଅନେକ ଖୟଖତି କରିଛି।ଓଡିଶାର ୪ ଜିଲ୍ଲା ପ୍ରଭାବିତ ହୋଇଛି।ହେଲେ ଶୁକ୍ରବାର ସରକାର ବତ୍ୟା  କ୍ଷୟକ୍ଷତି ପାଇଁ କୌଣସି ଆର୍ଥିକ ଅନୁଦାନ ଦାବି କରିନାହାନ୍ତି। ଅବଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା କରି ଦିଲ୍ଲୀ ଫେରିବା ପରେ ଓଡିଶା ପାଇଁ ୫୦୦କୋଟି ଟଂକା ବାତ୍ୟା ସହାୟତା ମଞ୍ଜୁର କରିଛନ୍ତି। 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close