ବାତ୍ୟା ‘ୟାସ୍’ର ପରବର୍ତ୍ତୀ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା

ବାଲେଶ୍ୱର ; ୨୮/୦୫ ( ବ୍ରଜ ଗୋପାଳ ସେନଙ୍କ ଠାରୁ ) :  ବାତ୍ୟା ‘ୟାସ୍’ର ପରବର୍ତ୍ତୀ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି।ବାତ୍ୟା ପ୍ରଭାବିତ ଜିଲ୍ଲାର ୧୨୮ଟି ଗାଁ ଜଳବନ୍ଦୀ ହୋଇ ରହିଛି।ଜଳବନ୍ଦୀ ହୋଇ ରହିଥିବା ୧୨୮ ଗାଁର ସମସ୍ତ ପରିବାରକୁ ୭ ଦିନ ଲାଗି ରିଲିଫ୍ ଯୋଗାଇ ଦିଆଯିବ।ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପରେ ଏ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ‌।ଏଥିସହ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରମୁଖ ରାସ୍ତା ଗୁଡ଼ିକ ୨୪ ଘଣ୍ଟାରେ ମରାମତି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ବାତ୍ୟା ପ୍ରଭାବିତ ଜିଲ୍ଲାରେ ୮୦ ପ୍ରତିଶତ ବିଦ୍ୟୁତ୍ ସରବରାହ ୨୪ ଘଣ୍ଟାରେ ଦିଆଯିବ।ବାତ୍ୟାର ସଫଳ ମୁକାବିଲା ଓ ପ୍ରଭାବୀ ସ୍ଥାନାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ପଞ୍ଚାୟତିରାଜ ପ୍ରତନିଧି, ଜିଲ୍ଲା ପ୍ରଶାସନ,ପୋଲିସ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ବାତ୍ୟା ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ୟ ସେବା ଜାରି ରଖିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close