ସାମୁଦ୍ରିକ ଝଡ଼ ‘ୟାଶ୍‌’ ପାଇଁ ପାରାଦୀପ ବନ୍ଦର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ପାରାଦ୍ଵୀପ, ୨୪/୫(ଚକ୍ରଧର ଦାଶଙ୍କ ଠାରୁ): ସମ୍ଭାବ୍ୟ  ବାତ୍ୟା ‘ୟାଶ୍‌’କୁ ନେଇ ପାରାଦ୍ଵୀପ ବନ୍ଦର ପକ୍ଷରୁ ସମସ୍ତ ଜାହାଜକୁ ସମୁଦ୍ର ଭିତରକୁ ପଠାଇ ଦିଆଯାଇଛି। ଆସନ୍ତା କାଲି ଅପରାହ୍ନ ଦୁଇଟା ସୁଦ୍ଧା ବନ୍ଦରର ସମସ୍ତ କାର୍ଯ୍ୟ ବନ୍ଦ କରାଯିବ । ବନ୍ଦର ନିଷିଦ୍ଧାଞ୍ଚଳରେ ଥିବା ଟ୍ରକ୍ ଓ ଡମ୍ପର ଗୁଡିକରୁ ପଣ୍ୟ କାଢ଼ିବା ସହିତ ସକାଳ ସୁଦ୍ଧା ସେମାନଙ୍କୁ ବନ୍ଦର ନିଷିଦ୍ଧାଞ୍ଚନରୁ ବାହାରକୁ ବାହାର କରିଦିଆ ଯିବ । ସମସ୍ତ ବଡ଼ ବଡ଼ ମେସିନଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖାଯିବ । ବନ୍ଦର ପକ୍ଷରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖାଯାଇଛି ଏବଂ ୬ଟି ବାତ୍ୟା ଆଶ୍ରୟସ୍ଥଳୀରେ ବନ୍ଦର ପକ୍ଷରୁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ବୋଲି ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ଶ୍ରୀ ବିନୀତ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
     ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦ୍ଵୀପ ବନ୍ଦରାଞ୍ଚଳ ସମେତ ପାରାଦୀପ ଉପକୂଳରେ ବସବାସ କରୁଥିବା ଅଧିବାସୀମାନଙ୍କ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବାତ୍ୟା ‘ୟାଶ୍‌’କୁ ସଠିକ୍ ପରିଚାଳନା ସହିତ ସରକାରଙ୍କ ଜିରୋ କାଜୁଆଲଟିକୁ ପ୍ରାଧାନ୍ୟ ଦେବା ପାଇଁ ପାରାଦ୍ଵୀପରେ ପହଞ୍ଚିଛନ୍ତି ଆଇ.ଜି ଅପରେସନ ଅମିତାଭ ଠାକୁର ଓ ଜଗତସିଂହପୁର ଏସପି ପ୍ରକାଶ ଆର । ଉଭୟ ପାରାଦ୍ଵୀପ ଥାନାରେ ପହଞ୍ଚିଛି ସମିକ୍ଷା କରିବା ସହିତ ଏନଡିଆରେଫ ଓ ଓଡ୍ରାଫ ଟିମ୍ ସହିତ ଆଲୋଚନା କରି ବାତ୍ୟା ସମୟରେ ଓ ବାତ୍ୟା ପରର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଷଣ୍ଢକୁଦ ବସ୍ତି ଅଞ୍ଚଳ ପରିଦର୍ଶନ କରିଛନ୍ତି । ଆସନ୍ତା କାଲି ସକାଳୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଆଇ.ଜି ଅମିତାଭ ଠାକୁର ଓ ଏସ ପି ଆର  ପ୍ରକାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅପରପକ୍ଷରେ ପାରାଦ୍ଵୀପରେ ବାତ୍ୟା ‘ୟାଶ୍‌’ର ପ୍ରାକ ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ତୁହାକୁ ତୁହା ବର୍ଷା ସହିତ ପବନ‌ ହେଉଥିବା ବେଳେ ୪ଟା ପରେ ସମ୍ପୁର୍ଣ୍ଣ କଳା ମେଘରେ ଆଛାଦିତ ରହିଛି ଏବଂ ବର୍ଷା ମଧ୍ୟ ହେଉଛି । ଯାହାକୁ ଲକ୍ଷ୍ୟକରି ପାରାଦ୍ଵୀପ ମ୍ୟୁନିସିପାଲଟି ପକ୍ଷରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ମାଇକ ଯୋଗେ ସୂଚନା ଦିଆଯାଇଛି । ମୁଖ୍ୟତଃ ସମୁଦ୍ର କୂଳିଆ ଷଣ୍ଢକୁଦ, ନୂଆବଜାର ଓ ନେହେରୁ ବଙ୍ଗଳା ବସ୍ତି ଅଞ୍ଚଳରେ‌ ପ୍ରଚାର କରାଯାଇଛି । କାଲି ସକାଳ ସୁଦ୍ଧା ସମସ୍ତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବ । ଯେଉଁମାନେ ନ ଯିବେ ସେମାନଙ୍କୁ ଜୋରଜବରଦସ୍ତି ନେବା ପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତ ରହିଛି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close