ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ତରଫରୁ ବିଶ୍ୱ ଜୈବ ବିବିଧତା ଦିବସ ପାଳିତ

ବ୍ୟାସନଗର,୨୪/୫: ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ତରଫରୁ ‘ବିଶ୍ୱ ଜୈବ ବିବିଧତା ଦିବସ’ ପାଳିତ ହୋଇଯାଇଛି । ଏହା ମଂଚର ସଭାପତି ତଥା ବରିଷ୍ଠ ଶିକ୍ଷାବିଦ୍ ଉପେନ୍ଦ୍ରନାଥ ବେହୁରିଆ ସଭାପତିତ୍ୱ କରିଥିଲେ । ଏଥିରେ ପରିବେଶବିଦ୍ ତଥା ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପର୍ଯ୍ୟାପ୍ତ ବୃକ୍ଷରୋପଣ ଦ୍ୱାରା ପରିବେଶର ସନ୍ତୁଳନ ରକ୍ଷା ହେବା ସହ ପୃଥିବୀର ତାପମାତ୍ରାକୁ ନିୟନ୍ତ୍ରିତ ରଖିବା, ଆବଶ୍ୟକୀୟ ଅମ୍ଳଜାନ ପାଇବାରେ ସକ୍ଷମ ହେବ ବୋଲି କହିଥିଲେ । ଅମ୍ଳଜାନ ପାଇବା ପାଇଁ ନିମ୍ବ, ଅଶ୍ୱତଥ୍‌, ତୁଳସୀ ଆଦି ଉପକାରୀ ବୃକ୍ଷ ରୋପଣ କରିବାକୁ କହିଥିଲେ । ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ କହିଥିଲେ ଆଜି ଅମ୍ଳଜାନ ପାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି । ଏଥିପାଇଁ ବୃକ୍ଷରୋପଣ ଉପରେ ଆମେ ଗୁରୁତ୍ୱ ଦେବା ଉଚିତ୍ ବୋଲି ଶ୍ରୀ ସାମଲ କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ମଂଚର ସହ-ସଂପାଦକ ପ୍ରଫୁଲ୍ଲ କୁମାର ନାୟକ, ଶ୍ରମିକ ନେତା ଘନଶ୍ୟାମ ରାଉତ, ଯୋଗ ଗୁରୁ ବଟକୃଷ୍ଣ ପ୍ରଧାନ, ଉପେନ୍ଦ୍ରନାଥ ମହାନ୍ତି, ଅରୁଣା ଖଣ୍ଡାଇ, ସନାତନ ମଲ୍ଲିକ, ଯୁଧିଷ୍ଠିର ମଲ୍ଲିକ ପ୍ରମୁଖ ଯୋଗ ଦେଇ ଏହି ଦିବସର ଅନୁଚିନ୍ତା କରିଥିଲେ । ଶେଷରେ ମଂଚର କୋଷାଧ୍ୟକ୍ଷ ଶତୃଘ୍ନ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close