ଯାଜପୁର ଜିଲ୍ଲାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମାଧ୍ୟମରେ ବ୍ୟାଙ୍କ କର୍ମଚାରୀଙ୍କ ଟୀକାକରଣ

ଯାଜପୁର: ଓଡିଶା ରାଜ୍ୟ ସରକାର ବ୍ୟାଙ୍କ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ଘୋଷଣା କଲା ପରେ ଆଜି ଯାଜପୁର ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ମିଳିତ ଉଦ୍ୟମରେ ଯାଜପୁର ଜିଲ୍ଲାର ସରକାରୀ ତଥା ବେସରକାରୀ ବ୍ୟାଙ୍କ କର୍ମଚାରୀମାନଙ୍କ ଟୀକାକରଣ କରାଯାଇଛି। ଭାରତୀୟ ଷ୍ଟେଟବ୍ୟାଙ୍କର ଚାରୋଟି ଶାଖା ଯଥା ଯାଜପୁର ଟାଉନ, ଯାଜପୁରରୋଡ଼, ଚଣ୍ଡିଖୋଲ ଓ କୁଆଖିଆ ଶାଖାରେ ଯଥାକ୍ରମେ 152, 80, 100 ଓ 50 ସର୍ବମୋଟ 382 ଜଣଙ୍କର covid ଟୀକାକରଣ କରାଯାଇଅଛି। ସାମ୍ପ୍ରତିକ ପରିସ୍ଥିତିରେ ବ୍ୟାଙ୍କ କର୍ମଚାରୀମାନେ ପ୍ରତ୍ୟେହ ଶତାଧିକ ଗ୍ରାହକମାନଙ୍କ ସଂସ୍ପର୍ଶରେ ଆସୁଥିବାରୁ ସେମାନଙ୍କ ଜୀବନ ତଥା ଗ୍ରାହକମାନଙ୍କ ଜୀବନ ସୁରକ୍ଷାକୁ ଆଖି ଆଗରେ ରଖି ନିଆଯାଇଥିବା ଆଗୁଆ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଉକ୍ତ କାର୍ଯ୍ୟକ୍ରମଟିକୁ ମୁଖ୍ୟତଃ ଯାଜପୁର ଜିଲ୍ଲା LDM ମନୋଜ କୁମାର ପ୍ରଧାନୀ, ମୁଖ୍ୟ ପ୍ରବନ୍ଧକ ଜନ୍ମେଞ୍ଜୟ ବଂଶୀଧର ଜେନା ଓ ଯାଜପୁରରୋଡ଼ ଆଞ୍ଚଳିକ କାର୍ଯ୍ୟାଳୟ ମୁଖ୍ୟ ପ୍ରବୀର ଚନ୍ଦ୍ର ସାହୁ ଆୟୋଜନ କରାଇଥିଲେ। ମୁଖ୍ୟ ପ୍ରବନ୍ଧକ ଅରୁଣ କୁମାର ରାଉତରାୟ, ରାଜେନ୍ଦ୍ର ନାରାୟଣ ପତ୍ରୀ ଓ ରମଣୀ ରଞ୍ଜନ ଭାଗବତ ସାହୁ  ଯାଜପୁରରୋଡ଼, ଚଣ୍ଡିଖୋଲ ଓ କୁଆଖିଆ କ୍ୟାମ୍ପର ପରିଚାଳନା କରିଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ରସୁଲପୁର BDO ଉମାକାନ୍ତ ପରିଡା କୁଆଖିଆ କ୍ୟାମ୍ପର ଉଦଘାଟନ କରିଥିଲେ।ପରବର୍ତ୍ତୀ ପର୍ଯ୍ୟାୟରେ ଖୁବଶୀଘ୍ର ଅବଶିଷ୍ଟ ବ୍ୟାଙ୍କ କର୍ମଚାରୀଙ୍କ ଟୀକାକରଣ କରାଯିବ। ସାମାଜିକ ଦୂରତ୍ୱ ରଖି ଶୃଙ୍ଖଳାର ସହ ଟୀକାକରଣ କାର୍ଯ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପୂର୍ଣ ସହଯୋଗ କରିଥିବାରୁ ସବୁ ବ୍ୟାଙ୍କ ମିଳିତ ଭାବରେ କୃତଜ୍ଞତା ଜଣାଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close