ଯାଜପୁର ବାଳାଶ୍ରମ କର୍ମଚାରୀଙ୍କୁ ଟୀକାକରଣ କରାଗଲା

ଯାଜପୁର, ୨୦ା୫ : ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଳାଶ୍ରମ ତଥା ଅନ୍ୟାନ୍ୟ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ଏବଂ ଚାଇଲଡ ଲାଇନର କର୍ମକର୍ତାମାନଙ୍କୁ କରୋନା ଟୀକାକରଣ କରାଯାଇଚ୍ଥି । ଯାଜପୁର ସହର ସ୍ଥିତ ଉତ୍କଳ ବାଳାଶ୍ରମ ଓ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ମୋଟ ୨୩ ଜଣ କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ କରାଯାଇଚ୍ଥି । ଜିଲ୍ଲାର ବଡଚଣା ବ୍ଳ୍‌କ ସମିଆ ପଂଚାୟତର ବୁଢାକେନ୍ଦୁଆ ଠାରେ ଥିବା ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ନେସନ, ଶାସନ ପୁରୁଷୋତମପୁର ଠାରେ ଥିବା ଆମ ଘର, ଯାଜପୁରରୋଡର ନୂଆ ଗାଁ ଠାରେ ଥିବା ଅନ୍ନପୂର୍ଣ୍ଣା ଶିଶୁ ଗୃହ ଓ ବିଂଝାରପୁର ବ୍ଳକର ଅଳକୁଣ୍ଡ ଠାରେ ଥିବା ବଳଦେବ ଜୀଉ ସେବାଶ୍ରମ ଗୁଡିକର କର୍ମକର୍ତାମାନଙ୍କୁ ଟୀକାକରଣ ଏବଂ ଅନ୍ତେବାସୀଙ୍କ ସହ କୋଭିଡ ଟେଷ୍ଟ କରିବା ପାଇଁ ଜିଲ୍ଲାପାଳ ଚକ୍ରୱର୍ତା ସିଂହ ରାଠୋର ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଚ୍ଥନ୍ତି । ଯାଜପୁର ସହର ସ୍ଥିତ ଉତ୍କଳ ବାଳାଶ୍ରମ ଓ ଚାଇଲଡ୍ ଲାଇନର କର୍ମକର୍ତା ଯେଉଁମାନେ କି ଶିଶୁ ମାନଙ୍କ ଲାଳନ ପାଳନ ଓ ଉଦ୍ଧାର ଥଇଥାନ କାର୍ଯ୍ୟରେ ନିୟୋଜିତ ରହିଚ୍ଥନ୍ତି ସେମାନଙ୍କୁ ଟୀକାକରଣ କରାଯାଇଚ୍ଥି । ସେହିପରି ଉତ୍କଳ ବାଳାଶ୍ରମର ୪୧ ଜଣ ଅନ୍ତେବାସୀ ଓ କର୍ମକର୍ତାଙ୍କର କୋଭିଡ ଟେଷ୍ଟିଂ ମଧ୍ୟ କରାଯାଇଚ୍ଥି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସୂଚନା ଦେଇଚ୍ଥନ୍ତି । ଅନ୍ୟ ଶିଶୁ ଯତ୍ନକାରୀ ଅନୁଷ୍ଠାନରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଉଚ୍ଥି ବୋଲି ସେ କହିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close