କାନରା ବ୍ୟାଙ୍କ କର୍ମଚାରୀ ପ୍ରସନ୍ନ ବିଶ୍ଵାଳଙ୍କ ଅକାଳ ବିୟୋଗ

ଯାଜପୁରରୋଡ: କାନାରା ବ୍ୟାଙ୍କର ଯାଜପୁରରୋଡ ଶାଖାର ବରିଷ୍ଠ କିରାଣୀ, କାନାରା ବ୍ୟାଙ୍କ କର୍ମଚାରୀ ସଙ୍ଘର ରାଜ୍ୟ କମିଟିର ସହ ସମ୍ପାଦକ, ଯାଜପୁରରୋଡ ବ୍ୟାଙ୍କ କର୍ମଚାରୀ ସମନ୍ଵୟ ସମିତିର ସମ୍ପାଦକ ପ୍ରସନ୍ନ କୁମାର ଵିଶ୍ଵାଳଙ୍କର ଗତକାଲି ମଙ୍ଗଳବାର ରାତି ସାଢ଼େ୧୨ଟା ସମୟରେ କଟକ ବଡ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । କରୋନାରେ ସଂକ୍ରମିତ ହୋଇ ସେ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉ ଥିଲେ । ରବିବାର ରାତିରେ ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ନିଅ।ଯାଇଥିଲା । ମୃତ୍ୟୁ ଵେଳକୁ ତାଙ୍କୁ ୫୫ ବର୍ଷ ହୋଇଥିବା ବେଳେ ତାଙ୍କର ପତ୍ନୀ, ପୁତ୍ର ଓ କନ୍ଯା, ଆତ୍ମୀୟ ସ୍ଵଜନ ଓ ବ୍ୟାଙ୍କ କର୍ମଚାରୀ ସାଥୀମାନଙ୍କୁ ଅବେଳରେ ଛାଡି ଚାଲିଯାଇଛନ୍ତି୍। ଆଜି ଅପରାହ୍ନରେ କଟକର ଖାନନଗର ଶ୍ମଶାନରେ ଶେଷକୃତ୍ଯ ସଂପର୍ଣ୍ଣ ହୋଇଯାଇଛି। ବ୍ୟାଙ୍କ ପକ୍ଷରୁ ଓଡିଶା ସର୍କଲର ଉପ ମହାପ୍ରବନ୍ଧକ, କାନାର ବ୍ୟାଙ୍କ କର୍ମଚାରୀ ୟୁନିୟର ସମ୍ପାଦକ ଶୁଭ୍ରାଂଶୁ ଶତପଥୀ, ଓଡିଶା ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପ୍ରଫୂଲ୍ଲ କୁମାର ତ୍ରିପାଠୀ, ଏଆଇଟିୟୁସିର ସମ୍ପାଦକ କିଶୋର ଜେନା, ବିପିନ ବିହାରୀ ପାଢୀ, ସୁବାଷ ଵୋଷ, କୀର୍ତନ ବିହାରୀ ସେଠି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଶଵାଧାରରେ କଟକର ଵିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଗଠନ ପକ୍ଷରୁ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା। ତାଙ୍କ ଭଉଣୀ ତଥା ଶ୍ରୀମନ୍ଦିର ବସର ସତ୍ଵାଧିକାରୀଣୀ ସଂଯୁକ୍ତା ଜେନା, ପରିବାର ବର୍ଗ ଓ କାନାରା ବ୍ୟାଙ୍କ କର୍ମଚାରୀ ଶେଷକୃତ୍ୟ ବେଳେ ଉପସ୍ଥିତ ଥିଲେ। ତାଙ୍କର ଅକାଳ ବିୟୋଗରେ ଯାଜପୁରରୋଡ ସମେତ ନିଜ ଜନ୍ମଭୂମୀ ଗ୍ରାମ ଅଟିରା ଓ ବରୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ସେ ସବୁ ବେଳେ ଆଗୁଆ ଥିଲେ ।
        ତାଙ୍କ ବିୟୋଗରେ ବ୍ୟାସନଗରର ‘ସମାଜ’ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢ଼ୀ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ତାଙ୍କ ପରିବାରବର୍ଗକୁ ଭଗବାନ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ଶ୍ରୀ ପାଢ଼ୀ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।  ଶ୍ରୀ ପାଢ଼ୀ କହିଛନ୍ତି ଯେ, ତାଙ୍କ ଭଳି ଜଣେ ସରଳ, ନିଷ୍କପଟ, ମିଷ୍ଟଭାଷୀ, ପରୋପକାରୀ ମଣିଷକୁ ହରାଇ ମୁଁ ଗଭୀର ମର୍ମାହତ । ବ୍ୟାଙ୍କ ସମ୍ମୁଖରେ ଥିବା କୁଳିଅ। ଚାହା ଦୋକାନରେ ଅଉ ତାଙ୍କ ହସହସ ମୁହଁ ଦେଖିବାକୁ ମିଳିବ ନାହିଁ । ଦୁନିଅଁ।କୁ ଜାଣି ନ ଥିବା ଅଭିମାନୀ ଝିଅ ଖବର କିଏ ବୁଝିବ ? ପୁଅକୁ ପାଠ ପଢ଼ାଇ ବଡ ମଣିଷ କରିବା ସ୍ବପ୍ନ ଅଧୁରା ରହିଗଲା। ନିରିମାଖୀ ପତ୍ନୀ ସଂସାର ଚଳାଇବାକୁ ସାହାସ କାହାଠୁ ପାଇବେ ? ଘର କିଣି ଦଖଲ ନେଇ ନ ପାରିବା ବେଦନା ଅବେଳରେ ଚାଲିଯିବାର ପ୍ରମୁଖ କାରଣ ହୋଇଥିବା ବେଳେ ତାକୁ କିଏ ସମାଧାନ କରିବ ? କାହା ଉପରେ ରାଗି ପାରୁ ନ ଥିବା ମଣିଷ ପ୍ରସନ୍ନ ବାବୁଙ୍କୁ ହରାଇ ଅ।ଜି ଯାଜପୁରରୋଡ କାନରା ବ୍ୟାଙ୍କ ସମେତ ପରିଚିତ ଲୋକଙ୍କ ଅ।ଖିରେ ଅବାରିତ ଲୁହ ।  ତାଙ୍କ ଅ।ତ୍ମାର ସଦଗତି କାମନା କରିବା ସହିତ ପରିବାରକୁ ଇଶ୍ୱର ଅ।ଶିର୍ବାଦ ପ୍ରଦାନ କରିବାକୁ ଶ୍ରୀ ପାଢ଼ୀ  ନିବେଦନ କରିଛନ୍ତି ।  
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close