ଯାଜପୁର ଜିଲା ପ୍ରଶାସନକୁ ୫ଟି ଅକ୍ସିଜେନ୍ କନ୍‌ସେନ୍‌ଟ୍ରେଟର ପ୍ରଦାନ

ଯାଜପୁର, ୧୯.୦୫: କରୋନା ମହାମାରୀ ଏକ ଅଦୃଶ୍ୟ ଶତ୍ରୁ । ଏହା ନିଜର ରୂପ ଓ ଚରିତ୍ର ପ୍ରତ୍ୟେକ ମୁହୁର୍ତରେ ବଦଳାଇ ଚାଲିଛି । ବର୍ତମାନ ସ୍ଥିତି ଅନୁସାରେ ସଂକ୍ରମଣ ବୃଦ୍ଧି ସହ ଅକ୍ସିଜେନ୍ ମାତ୍ରା ଶରୀରରୁ ଦୃତ ହ୍ରାସ କରାଉଛି । ଅକ୍ସିଜେନ୍ କମିଯିବାରୁ ସଂକ୍ରମିତ ଗୁରୁତର ହୋଇ ପଡ଼ୁଛନ୍ତି । ତେଣୁ ଅକ୍ସିଜେନ୍ ଅଧିକରୁ ଅଧିକ ଆବଶ୍ୟକ ପଡ଼ୁଛି । ଏହାକୁ ଅନୁଭବ କରି ଯାଜପୁର ଜିଲା ସ୍କୁଲର ପୁରାତନ ଛାତ୍ର ଶିବାଶିଷ ଦାସ ଯିଏକି କାନାଡ଼ାର ଟରୋେଂଟାରେ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟରତ, ସେ ଯାଜପୁରଜିଲା ପ୍ରଶାସନକୁ ୫ଗୋଟି ଅକ୍ସିଜେନ୍ କନ୍‌ସେନ୍‌ଟ୍ରେଟର ପ୍ରଦାନ କରିଛନ୍ତି ।
     ଆଜି ବୁଧବାର ପୁର୍ବାହ୍ନରେ ଇଂ. ଶିବାଶିଷଙ୍କ ପିତା ଦୀଲିପ କୁମାର ଦାସ ଓ ଭାଇ ଦେବାଶିଷ ଦାସ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଏହି କନ୍‌ସେନ୍‌ଟ୍ରେଟରକୁ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲିକ, ମିହିର ପ୍ରସାଦ ମହାନ୍ତି ଓ ସିଡ଼ିଏମ୍‌ଓ ଡ଼ା ସୁଧାଂଶୁ ଶେଖର ବଳଙ୍କୁ ପ୍ରଦାନ କରିଛନ୍ତି । ଏହି ସହାୟତା ପାଇଁ ଅତିରିକ୍ତ ଜିଲାପାଳ ଶ୍ରୀ ଦାସଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ସହ କରୋନା ରୋଗୀମାନଙ୍କ ପାଇଁଏହା ବିଶେଷ ଉପାଦେୟ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close