ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷ ହୃଷିକେଶ ରାଉତଙ୍କ ପାଇଁ ଶୋକ

ବ୍ୟାସନଗର,୧୯/୫(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷ, ସରକାରୀ ଓକିଲ (ଜି.ପି), ବିଶିଷ୍ଟ ଶ୍ରମିକ ନେତା ହୃଷିକେଶ ରାଉତଙ୍କ ଗତ କାଲି ପୂର୍ବାହ୍ନରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ‘ଉଦୟବଟ’ ତରଫରୁ ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସହଯୋଗୀ ସଂପାଦକ ତଥା ବିଶିଷ୍ଟ ସାହିତ୍ୟିକ ପ୍ରଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ସମାଜସେବୀ ରୋଟାରିଆନ ସୁଦୀପ୍ କୁମାର ମିଶ୍ର, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ନାରୀନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, କମଳୀନି ସାମଲ, ସମାଜସେବୀ ରାମଚନ୍ଦ୍ର ବାରିକ, ବରିଷ୍ଠ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି, ସାମ୍ବାଦିକ କୈଳାସ ରାଉତ, ବିଶ୍ୱରଂଜନ ପଟ୍ଟନାୟକ, ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ପଣ୍ଡା, ବ୍ୟାସନଗର କୁବେର ସମାଜ ସଭାପତି ହୃଷିକେଶ ସାହୁ, ଅଭିଷେକ ମଲ୍ଲ, ପ୍ରଫୁଲ୍ଲ ବାରିକ, ଗୈାରୀଶଙ୍କର ପତି ପ୍ରମୁଖ ତାଙ୍କର ବହୁମୁଖି ପ୍ରତିଭାର ସ୍ମୃତିଚାରଣ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତାଙ୍କ ବିୟୋରେ ବ୍ୟାସନଗର ମାଟି ତା’ର ଏକ ଅମୂଲ୍ୟ ସନ୍ତାନକୁ ହରାଇଲା ବୋଲି କହିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close