ଯାଜପୁର ଜିଲାରେ କୋଭିଡ ଟୀକାର ବ୍ୟାପକ ଅନିୟମିତତାର ପ୍ରତିକାର ଦାବି କଲା ଅଣ ସଂଗଠିତ ଶ୍ରମିକ କଂଗ୍ରେସ 

ବ୍ୟାସନଗର: ଆଜି ତା 16.5.21ରିଖ କରୋନା ସଂକ୍ରମଣ ୨ୟ ଲହର ଶୀର୍ଷ ରେ ପହଞ୍ଚି ଥିବାବେଳେ ରାଜ୍ୟରେ ପ୍ରତ୍ୟେକ ଦିନ 10ହଜାର ରୁ ଉର୍ଦ୍ଧ କରୋନାରେ ସଂକ୍ରମିତ ହେଉଛନ୍ତି ଏବଂ ବହୁ ସଂକ୍ରମିତ ମୃତ୍ୟମୁଖରେ ପଡୁଛନ୍ତି ! ଅନୁରୂପ ଭାବେ ଯାଜପୁର ଜିଲାରେ ପ୍ରତ୍ୟେକ ଦିନ 400ରୁ ଉର୍ଦ୍ଧ କରୋନାରେ ସଂକ୍ରମିତ ହେଉଛନ୍ତି ! କୋଭିଡ ଟୀକା ଯୋଗାଇବାରେ ସରକାରଙ୍କ ବିଫଳତା ପ୍ରକାଶ ପାଇଛି ! ଟୀକା ନେବାକୁ ଡାକ୍ତରଖାନାମାନଙ୍କରେ ରାତିରୁ ଲୋକମାନେ ଲମ୍ବା ଧାଡିରେ ରହି ଟୀକା ନ ପାଇବା ଓ ବିଭିନ୍ନ ପ୍ରକାରର ନିର୍ଦ୍ଦେଶନାମା ଯେଉଁଭଳି ପ୍ରଥମ ଟୀକାର 28 ଦିନ ପରେ କହିବା ଏହା 42ଦିନ ଏବଂ ପ୍ରଶାସନିକ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଶେଷରେ 84 ରୁ 112ଦିନ କହିବା   ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି ହେଉଥିବାରୁ ଯାହାକୁ ନେଇ ଯାଜପୁର ଜିଲ୍ଲାର 4ଗୋଟି ବ୍ଲକ ଯଥା କୋରେଇ, ସୁକିନ୍ଦା, ଦାନଗଦି, ବ୍ୟାସନଗର ମୁନିସିପାଲିଟିର କର୍ମକର୍ତ୍ତାମାନଙ୍କୁ ନେଇ  ଅଣ ସଂଗଠିତ ଶ୍ରମିକ କଂଗ୍ରେସ ଜିଲ୍ଲା ଅଧକ୍ଷ ଚନ୍ଦ୍ରକାନ୍ତ ଖଣ୍ଡାଇଙ୍କ ଅଧକ୍ଷତାରେ ଜୂମ ବୈଠକ ଆୟୋଜିତ ହୋଇଯାଇଛି ! ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଯୋଗଦେଇ କହିଲେ କି ମହାମାରୀ କରୋନାରେ ଜିଲ୍ଲାର ୫ ଲକ୍ଷରୁ ଉର୍ଦ୍ଧ କାର୍ଯ୍ୟରତ ଅଣ ସଂଗଠିତ ଶ୍ରମିକମାନଙ୍କ ଜୀବନ ଜୀବିକା ଉପରେ ଶକ୍ତ ଆଘାତ ଆସିଥିଲେ ହେଁ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଏଥି ପ୍ରତି ଦୃଷ୍ଟି ନ ଦେଇ ବରଂ ଶ୍ରମିକ ଛଟେଇ, କଳକାରଖାନା ବନ୍ଦ ସହିତ ଉଠା ଦୋକାନୀ ଓ କ୍ଷ୍ୟୁଦ୍ର ବ୍ୟବସାୟୀଙ୍କ ଉପରେ ଆକ୍ରମଣ କରିବା ଘଟଣାକୁ ଦୃଢ଼ ସମାଲୋଚନା କରିଥିଲେ !ଏଥିପ୍ରତି ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଅଣ ସଂଗଠିତ ଶ୍ରମିକ ମାନେ ବଞ୍ଚିବାକୁ ହେଲେ ସମସ୍ତ ଙ୍କୁ ମାସିକ 7500ଟଙ୍କା ଦେବାପାଇଁ ଦାବି କରିଛନ୍ତି ! ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ରାଜ୍ୟ ଉପାଧ୍ୟାକ୍ଷା ଜ୍ୟୋସ୍ନା ସେନାପତି, ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, ରାଇ ଚରଣ ମହାନ୍ତି, ବାଲେଶ୍ୱର ଅଧକ୍ଷ ବିକାଶ ଦାସ, ଝାରସୁଗୁଡାର ରାଜେଶ ସାହିସ, ଖୋର୍ଦ୍ଧାର ଭାରତୀ ଦାସ, ସୋସିଆଲ ମିଡ଼ିଆ ସଂଯୋଜକ ସତ୍ୟପ୍ରକାଶ କୁଅଁର, ବ୍ୟାସନଗର ଅଧକ୍ଷ ପଦ୍ମନାଭ ନାୟକ, କୋରେଇର ସେକ ଆତାର ଉଦ୍ଦିନ ଅହମ୍ମଦ, ପରୀକ୍ଷିତ ମଲ୍ଲିକ, ସୁକିନ୍ଦାର ଅମୁଲ୍ୟ ମଲ୍ଲିକ, ଗୋଲଖ ମହାନ୍ତି, ଦାନଗଦିର ସୀମାନ୍ତ ପାତ୍ର, ଯାଜପୁରର ଦିଲ୍ଲୀପ ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି କହିଲେ କି ସୁକିନ୍ଦା, ଦାନଗଦି, ବ୍ୟାସନଗର ପୌରପରିଷଦ ତଥା କୋରେଇ ବ୍ଲକ ମାନଙ୍କରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, କୋଭିଡ ସ୍ୱାବ କେନ୍ଦ୍ର ବହୁଳ ଭାବେ ଖୋଲିବା, କରୋନା ଟୀକା ଓ ଅକ୍ସିଜେନ ଗଛିତ ରଖିବା, କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତି ଙ୍କ ସଂଖ୍ୟା ଘୋଷଣା କରିବା ସହିତ ତାଙ୍କ ପରିବାର କୁ ପ୍ୟାକେଜ ଘୋଷଣା କରି କ୍ଷତିପୂରଣ ଯୋଗାଇଦେବା, କାମ ଧନ୍ଦା ଛାଡି ବସିରହିଥିବା ଶ୍ରମିକମାନଙ୍କ ନିମନ୍ତେ ବସ୍ତି ଓ ଗ୍ରାମାଞ୍ଚଳମାନଙ୍କରେ ରନ୍ଧା ଖାଦ୍ୟ ଯୋଗାଇଦେବା ଓ ଟୀକାକରଣରେ ସରଳୀକରଣ କରିବା ଦାବି କରାଯାଇଥିଲା ! ଶେଷରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ହେଲ୍ପଲାଇନ ଖୋଲି ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସହଯୋଗ କରିବା ସହିତ ଆସନ୍ତା ମଇ 21ତାରିଖ ଭାରତର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 30ତମ ଶହୀଦ ଦିବସ ପାଳନ କରିବା ନିମନ୍ତେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା !
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close