କୃଷିଭିତିକ ପର୍ବ ‘ଅକ୍ଷୟ ତୃତୀୟା’ କରୋନା କଟକଣା ମଧ୍ୟରେ ପାଳିତ

ବ୍ୟାସନଗର,୧୫/୫(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ରାଜ୍ୟର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଆସୁଥିବା ବେଳେ କିଛି ବର୍ଷ ହେବ ଅନେକ କୃଷି ଉପରୁ ଦୃଷ୍ଟି ହଟାଇ ଅନ୍ୟ କ୍ଷେତ୍ରରେ ମନୋନିବେଶ କରୁଛନ୍ତି । ରାଜ୍ୟରେ ଖଣି କାର୍ଯ୍ୟରେ, ଶିଳ୍ପର ଆଗମନ ପରେ ପରେ ବହୁ ଲୋକ କିପରି ଏଥିରେ କାମ ପାଇବେ ସେଥିଲାଗି ତତ୍ପର ହୋଇ ଧାଁ ଧପଡ଼ କରି, ଧରାଧରି କରି, କିଛି ନିଜ ମେରିଟ୍‌ରେ ଜୀବୀକା ପାଇଥିଲେ । ଏବେ ରାଜ୍ୟରେ ଖଣି କାର୍ଯ୍ୟ ବହୁମାତ୍ରାରେ ହ୍ରାସ ପାଇଥିବା ବେଳେ ବହୁ ଶିଳ୍ପ ସଂସ୍ଥା ବନ୍ଦ କାରଣରୁ ଅନେକାଂଶରେ ଛଟେଇ ବଢ଼ି ଚାଲିଛି । ରାଜ୍ୟର ୪ କୋଟି ୭୦ଲକ୍ଷ ଲୋକଙ୍କ ଜୀବନ ଜୀବିକା ପାଇଁ ଏବେ ଚିନ୍ତା ବଢ଼ିଯାଇଛି । ଏହାର ମୁଖ୍ୟ କାରଣ ‘କରୋନା’ର ପ୍ରଭାବ ଜାରୀ ଓ ଏହାକୁ ରୋକିବା ପାଇଁ କଟକଣା ପରେ କଟକଣା ଲାଗୁ । ଯାହା କିଛି ବଂଚିବାର ରାହା ଉଜ୍ଜୀବିତ ରହିଛି ତାହା କେବଳ କୃଷି ପାଇଁ ଓ ଛୋଟ ହେଉ ବଡ଼ ହେଉ ସରକାରୀ ଚାକିରି ପାଇଁ । ଏହି ପରୀପ୍ରେକ୍ଷୀରେ ଓ କରୋନା କଟକଣା ମଧ୍ୟରେ ଆଜି ରାଜ୍ୟରେ ‘ଅକ୍ଷୟ ତୃତୀୟା’ ପାଳିତ ହୋଇଯାଇଛି । ଏକା ଏକା କଟକଣା ମଧ୍ୟରେ ‘ଅକ୍ଷୟ ତୃତୀୟା’ ପାଳିଥିବା କିଛି ବ୍ୟକ୍ତିଙ୍କର ମତାମତ ଆସନ୍ତୁ ଶୁଣିବା:-

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close