ମାହାଙ୍ଗା ସାଇବାବା ମନ୍ଦିରରେ ନୂତନ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ; ତ୍ରିଦିବସୀୟ ଯଜ୍ଞର ପୂର୍ଣ୍ଣାହୁତି ସମ୍ପନ୍ନ

ମାହାଙ୍ଗା: ମାହାଙ୍ଗା ଜରିଆ ନଦୀ କୂଳରେ ଅବସ୍ଥିତ ସାଇବାବାଙ୍କ ମନ୍ଦିରରେ ଶ୍ରୀ ଶ୍ରୀ ଶିରିଡି ସାଇବାବାଙ୍କର ଏକ ମାର୍ବଲ ମୂର୍ତି ସ୍ଥାପନ କରାଯାଇ ପ୍ରାତଃ ସମୟରେ ସେଥ୍‌ôରେ ପ୍ରାଣ ପ୍ରତିଷ୍ଠା କରାଯାଇଛି । ସାଇ ପ୍ରଶାନ୍ତି ଟେମ୍ପୁଲ ଟ୍ରଷ୍ଟ , ମାହାଙ୍ଗା ପକ୍ଷରୁ କୋଭିଡ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଯଥାବିଧି ସମ୍ପନ୍ନ କରାଯାଇଥିଲା । ଦିର୍ଘ ତିନି ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁପ୍ତ ଗଙ୍ଗା ଭାବେ ପରିଚିତ ଜରିଆ ନଦୀ ଆଳତୀ, ନିକଟସ୍ତ ସମସ୍ତ ଗ୍ରାମ ଗୁଡିକର ଗ୍ରାମ ଦେବତୀ ଓ ସ୍ଥାନୀୟ ଅଂଚଳର ଅନ୍ୟାନ୍ୟ ଦେବାଳୟରେ ପୂଜାର୍ଚ୍ଚନା କରାଯାଇ ଯଜ୍ଞ ଆରମ୍ଭ କରାଯାଇଥିଲା । ଯଜ୍ଞ ଏବଂ ଏହି ବିଗ୍ରହ ପ୍ରାଥ ପ୍ରତିଷ୍ଠାର କର୍ତା ଓ କର୍ତୀ ଭାବରେ ସାଇପେମୀ ତଥା ମାହାଙ୍ଗା ପୁଷ୍ପଗିରୀ ମହାବିଦ୍ୟାଳୟର ଅଧ୍ୟାପକ ସୁଧାଂଶୁ ଶେଖର ଷଢଙ୍ଗୀ ଏବଂ ତାଙ୍କର ଧର୍ମ ପତ୍ନୀ ବିଷ୍ଣୁପ୍ରିୟା ଷଢଙ୍ଗୀ ଏବଂ ଉପକର୍ତା ଓ ଉପକର୍ତୀ ଭାବରେ ଉମେଶ ଚନ୍ଦ୍ର ନାୟକ ଓ ତାଙ୍କର ଧର୍ମପତ୍ନୀ ସ୍ୱର୍ଣ୍ଣଲତା ନାୟକ ଯୋଗଦେଇ ସମସ୍ତ ପୂଜାର୍ଚ୍ଚନା ବିଧିପୂର୍ବକ ସୁଚାରୁ ରୂପେ ତୁଲାଇଥିଲେ ।
୨୦୧୪ ମସିହାରୁ ଏଠାରେ ଏକ ମନ୍ଦିର ସ୍ଥାପନ କରାଯାଇ ସାଇବାବାଙ୍କ ଫଟୋଚିତ୍ର ସର୍ବବିଧି ବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଆସୁଥିଲା । ଶିରିଡିରୁ ଆସିଥିବା ପୂଜକ ଅଶୋକ ପଣ୍ଡିତ ଏଠାରେ ସେହିଦିନ ଠାରୁ ପୂଜାପାଠ କରିଆସୁଛନ୍ତି । ଏବେ ସେଇଠାରେ ଉପର ମହଲାରେ ନୂତନ ଭାବେ ନିର୍ମିତ ମନ୍ଦିରରେ ଶିରିଡିରୁ ଆସିଥିବା ୫ ଫୁଟ୍ ୬ ଇଂଚ ଉଚ୍ଚତା ବିଶିଷ୍ଟ ସାଇବାବାଙ୍କ ମାର୍ବଲ ମୂର୍ତି ସ୍ଥାପନ କରି ପ୍ରାଣପ୍ରତିଷ୍ଠା କରାଯାଇ ଯଥାବିଧି ପୂଜାର୍ଚ୍ଚନା ସମ୍ପନ୍ନ ହୋଇଛି ।
ସରକାରୀ କୋଭିଡ୍ ଗାଇଡ୍‌ଲାଇନ୍‌କୁ ଅନୁସରଣ କରାଯାଇ ଅତି ସ୍ୱଳ୍ପ ସଂଖ୍ୟକ ଲୋକମାନଙ୍କ ଦ୍ୱାରା ଭଜନ କୀର୍ତନ, ଶବର ସମ୍ପ୍ରଦାୟ ପକ୍ଷରୁ ଗୀତ ନାଚ ଆଦି ଛୋଟ ଛୋଟ ସାଂସ୍କୃ୍‌ତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।
         ସାଇ ପ୍ରଶାନ୍ତି ଟେମ୍ପୁଲ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ରାମଚନ୍ଦ୍ର ପରିଡା, ଯୁଗ୍ମ ମ୍ୟାନେଜିଙ୍ଗ ଟ୍ରଷ୍ଟି ସରୋଜ କୁମାର ଜେନା, ଚେୟାରମ୍ୟାନ ବିନୋଦ କୁମାର ପରିଡା, ଭାଇସ ଚେୟାରମ୍ୟାନ୍ ସଚ୍ଚିନ୍ଦ୍ର ନାଥ ବାରିକ, କୋଷଧ୍ୟକ୍ଷ ଗଣେଶ୍ୱର ସାହୁ, ଟ୍ରଷ୍ଟ ବୋର୍ଡର ମେମ୍ବର ସର୍ବଶ୍ରୀ ନିରଞ୍ଜନ ମହାନ୍ତି , ଅନୁପ କୁମାର ସଂହ୍ନା, ସୁରେନ୍ଦ୍ରନାଥ ବାରିକ, କିର୍ତୀଚନ୍ଦ୍ର ଦାସ, ଗୋବିନ୍ଦ୍ରଚନ୍ଦ୍ର ବେହେରା, ଧିରେନ୍ଦ୍ର କୁମାର ସ୍ୱାଇଁ, ରସରାଜ ବୀରକିଶୋର ସ୍ୱାଇଁ, କ୍ଷିରୋଦଚନ୍ଦ୍ର ନାୟକ, ମନୋରଞ୍ଜନ ନାୟକ, ସତ୍ୟନାରାୟଣ ବଳ, ପଦ୍ମନାଭ ମହାନ୍ତି ଓ ଉଷାରାଣୀ ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମରେ ସର୍ବଶ୍ରୀ ରବୀନ୍ଦ୍ର ମହାନ୍ତି , ଅମୁଲ୍ୟ ମହାନ୍ତି , ତନ୍ମୟ ପ୍ରଶାଦ ବାରିକ , ଯୋଗେଶ ଚନ୍ଦ୍ର ମହାନ୍ତି, ଦେବେନ୍ଦ୍ର ଦଳାଇ , ବିଜୟ କୁମାର ରାଉତ, ବାସୁଦେବ ମହାନ୍ତି , ବିରଂଚି ମହାନ୍ତି, ଆନନ୍ଦଚନ୍ଦ୍ର ସାହୁ, ରଜନୀକାନ୍ତ ପରିଡା, ତାରାକାନ୍ତ ମହାପାତ୍ର , ସୁରେନ୍ଦ୍ର କୁମାର ସିଂହ, ସୁଦାମ ସାହୁ, ମନୋଜ ସ୍ୱାଇଁ ରବିନ୍ଦ୍ରନାଥ ସିଂହ୍ନା, ମୂତ୍ୟୁଞ୍ଜୟ , କିଶୋର, ବଳରାମ, ଶାରଦା , ତୁସାରକାନ୍ତ , ସ୍ମୃତି , ଜଗନ୍ନାଥ, ଗିରୀଜା, ରୁଦ୍ର, ଚିତ୍ତରଞ୍ଜନ, ତୋଫାନ୍ , ବଳରାମ, ପୁର୍ଣ୍ଣଚନ୍ଦ୍ର, କୁଲୁ, ବାଇନ, ଦିପୁନା, ପୁନା, ପପୁଲ , ହୃଷିକେଷ , ରାଜା ଓ ଟଚୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନରେ ସକ୍ରିୟ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close