କନ୍ଦରପୁର ମାଟିରେ ଡିଏସପି ସତ୍ୟଜିତ ଦାଶଙ୍କୁ ସରସ୍ୱତୀ କଳା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା

କଟକ: କଟକ ସଦର ବ୍ଲକ ଉପକଣ୍ଠ କନ୍ଦରପୁର ଥାନା ଆଇଆଇସି ସତ୍ୟଜିତ ଦାଶ ପଦୋର୍ଣ୍ଣତି ପାଇ ଡିଏସପି ପଦବୀରେ ଅନ୍ୟତ୍ର ବଦଳି ହୋଇ ଯାଉଥିବା ଅବସରେ ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ୱତୀ କଳା ପରିଷଦ ପକ୍ଷରୁ ଶ୍ରୀଯୁକ୍ତ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପରିଷଦ ପକ୍ଷରୁ ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ, କଣ୍ଠଶିଳ୍ପୀ ଇଂ.ଅମୀୟ ପଟ୍ଟନାୟକ, ଇଂ.ବିଶ୍ୱଜିତ ସାହୁ ପ୍ରମୁଖ କାର୍ଯ୍ୟକର୍ତା ଥାନାରେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ,ଉତ୍ତରୀୟ, ନୋଜମାସ୍କ ଦେଇ ସମ୍ବର୍ଦ୍ଧିତ କରିବାସହ ତାଙ୍କର ଉଜ୍ଵଳ ଭବିଷ୍ୟତ କାମନା କରିଛନ୍ତି । ଏହି ସମ୍ବର୍ଦ୍ଧନା ପର୍ଵରେ ଅତିରିକ୍ତ ଥାନା ଅଧିକାରିଣୀ ଅର୍ପିତା ଖଟୁଆ,ଏସ୍ ଆଇ ରାଧାକାନ୍ତ ସେଠୀ,ଏସଆଇ ସଦାଶିବ ପଣ୍ଡା, ଶଶିକାନ୍ତ ବେହେରା, ଭାବଗ୍ରାହୀ ମହାପାତ୍ର, ସାରଦା ପ୍ରସନ୍ନ ସାହୁ, ସଦାନନ୍ଦ ରାଉତ ଏବଂ ଥାନାର ବହୁ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ,ଶ୍ରୀଯୁକ୍ତ ଦାଶ ପୂର୍ବରୁ କନ୍ଦରପୁର ଥାନାରେ ଦୀର୍ଘ ଦିନ ଆଇଆଇସି ପଦବୀରେ କାର୍ଯ୍ୟକରି  କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ କାର୍ଯ୍ୟ କରିବା ସହ ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ଭାବେ ସର୍ବଜନବିଦିତ ହୋଇ ବହୁ ଜନହିତକର କାର୍ଯ୍ୟ,ସାହିତ୍ୟ ସଂସ୍କୃତି ସେଵା,କମିଶନରେଟ ପୋଲିସ କଟକ ଭୁବନେଶ୍ୱର ରକ୍ତଦାନ ମହାସେବା ଆଦି ବହୁବିଧ ସେବାକାର୍ଯ୍ୟକୁ ସୁଦୂର ପ୍ରସାରି କରାଇ ଉଚ୍ଚପ୍ରଶଂସିତ ହୋଇପାରିଛନ୍ତି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close