ବ୍ୟାସନଗରରେ କରୋନା ଟୀକା ପ୍ରଦାନରେ ଅନିୟମିତତା, ଟୀକା ବିକ୍ରି ଅଭିଯୋଗ

ବ୍ୟାସନଗର, ୧୧/୫(ଟିକାୟତ ପାଲ/ଦୁଷ୍ମନ୍ତ କୁମାର ରାଉତ/ସୁଦୀପ୍ କୁମାର ମିଶ୍ରଙ୍କ ଠାରୁ): ବ୍ୟାସନଗର ସହରରେ ଥିବା ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘କରୋନା’ ଟୀକା ପ୍ରଦାନରେ ଅନିୟମିତତା ହୋଇଥିବାର ଆଜି ଗୁରୁତର ଅଭିଯୋଗ ଉଠିଛି । ଗତ କାଲି ୨୦୦ ଜଣଙ୍କୁ ଟୀକା ଦେବା ପାଇଁ ଧାର୍ଯ୍ୟ ହୋଇଥିôବା ବେଳେ କିପରି ୨ୟ ଡୋଜ ଟୀକା ଶୀଘ୍ର ନେଇ ହେବ ସେଥିଲାଗି ଲୋକଙ୍କ ପ୍ରତିଦ୍ୱନ୍ଦିତା ବଢ଼ିଥିଲା । ରାତ୍ର ୩ଟାରୁ ଲୋକେ ମେଡିକାଲକୁ ଆସି ଟୀକା ନେବା ପାଇଁ ଲାଇନ ଦେଇଥିଲେ । ମାତ୍ର ଟୀକାକରଣ କାର୍ଯ୍ୟ ସକାଳ ୮ଟା ପରେ ଆରମ୍ଭ ହୋଇଥିଲା । ଟୀକା ନେବା ପାଇଁ ପ୍ରାୟ ୧ହଜାର ବ୍ୟକ୍ତି ଲାଇନ ଦେଇଥିବା ବେଳେ ୨୦୦ ବ୍ୟକ୍ତିଙ୍କୁ ଏଥିପାଇଁ ମେଡିକାଲ ତରଫରୁ ଅଭିନବ ଉପାୟରେ ଟୁକନ ଯୋଗାଇ ଦିଆଯାଇଥିଲା । ପୂର୍ବଦିନ କୁଯାଯାଇଥିଲା ଯେ, ଯେଉଁମାନେ ଆଗରେ ଆସିବେ ସେମାନଙ୍କୁ ଟୁକନ ଦିଆଯିବ ଫାଷ୍ଟ କମ ଫାଷ୍ଟ ଗୀଭ୍ ବେସିସରେ । ସେଥିପାଇଁ ୨୦୦ ଟୀକା ପାଇଁ ମେଡିକାଲରେ ଲମ୍ବା ଲାଇନ ଲାଗିଥିଲା । ଲାଇନ ଲାଗିବା ପରେ କିଛି ବ୍ୟକ୍ତି ଦେଖିବାକୁ ପାଇଲେ ଯେ, ଗେଟରେ ଅଚାନକ ନୋଟିସ ମରାଯାଇ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନେ ଗତ ମାର୍ଚ୍ଚ ୨୦ ତାରିଖ ମଧ୍ୟରେ ୧ମ ପାନ ଟୀକା ନେଇଛନ୍ତି ସେମାନେ ହିଁ ୨ୟ ପାନ ଟୀକା ନେଇପାରିବେ । ଫଳରେ ବହୁ ବ୍ୟକ୍ତି ଘଂଟା ଘଂଟା ଧରି ଧାଡ଼ିରେ ଠିଆ ହୋଇ ମଧ୍ୟ ନୂଆ ନିୟମ ପାଇଁ ଟୀକା ନେଇପାରିଲେ ନାହିଁ । ନୋଟିସ ଅନୁଯାୟୀ ଧାଡ଼ିରେ ଥିବା ପ୍ରଥମ ୨୦୦ ଜଣଙ୍କୁ ଟୁକନ ମିଳିବା ସ୍ଥିର ହୋଇଥିଲା । ଏହି ଧାରାରେ ଧାଡ଼ିରେ ଥିବା କିଛି ବ୍ୟକ୍ତିଙ୍କୁ ଟୁକନ ଦିଆଯାଇଥିବା ବେଳେ ମେଡ଼ିକାଲ ଅଧିକାରୀଙ୍କ ଛତ୍ରଛାୟା ତଳେ ଥିବା କିଛି ବ୍ୟକ୍ତି ସକାଳ ୯ଟା ପରେ କାରରେ ଆସିଥିବା କିଛି ଧୋବଧାବଳିଆ ଲୋକଙ୍କୁ ଉକୋôଚ ନେଇ ଟୁକନ ଦେଇଥିବାର ଦେଖାଯାଇଥିଲା । ଫଳରେ ଗତ କାଲି ଟୀକାକରଣକୁ ନେଇ ସମସ୍ୟା ଉପୁଜିଥିଲା ଓ ଏହା ସୋସିଆଲ ମିଡିଆରେ ମଧ୍ୟ ଛାଇ ହୋଇଯାଇଥିଲା । ସେଥିପାଇଁ ଆଜିର ଟୀକାକରଣ ପାଇଁ ଗତ ମାର୍ଚ୍ଚ ୪, ୫ ଓ ୬ ତାରିଖରେ ଟୀକା ନେଇଥିବା ୨୦୦ ଜଣ ବ୍ୟକ୍ତିଙ୍କ ପଞ୍ଜିକୃତ ମୋବାଇଲରେ ଫୋନ କଲ ଯିବ ବୋଲି ଗତ କାଲି କୁହାଯାଇଥିଲା । ହେଲେ ଏକଥା ପ୍ରଚାର ପ୍ରସାର ହୋଇ ନ ଥିବାରୁ ଆଜି ମଧ୍ୟ ଗତ କାଲି ଭଳି ବଡ଼ି ଭୋରରୁ ପୁଣି ୦୧ ହଜାରରୁ ଉର୍ଦ୍ଧ ଲୋକଙ୍କ ଭିଡ଼ ଜମିଥିଲା । ମେଡିକାଲ କର୍ତୃପକ୍ଷ ଟୀକାକୁ ମଧ୍ୟସ୍ଥିଙ୍କ ଜରିଆରେ ବାହାରେ ବିକିବା ପାଇଁ ଅଭିନବ ଯୋଜନା କରି ଯେଉଁମାନେ ପୂର୍ବରୁ ସେମାନଙ୍କ ୨ୟ ଡୋଜ ଟୀକା ନେଇସାରିଛନ୍ତି ସେଭଳି କିଛି ଲୋକଙ୍କ ସହ ଆଉ କିଛି ନୂଆ ଲୋକଙ୍କୁ ମିଶାଇ ତାଲିକା ବାହାର କରାଯାଇଥିଲା । ଫଳତଃ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ ହାତଗଣତି କେତେକ ଲୋକଙ୍କୁ ଆଜି ଟୀକା ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ଫେରାଇ ଦିଆଯାଇଥିଲା । ଗତ ମାର୍ଚ୍ଚ ୪, ୫ ଓ ୬ ତାରିଖରେ ଟୀକା ନେଇଥିବା ବ୍ୟକ୍ତିଙ୍କ ପାଖକୁ ଫୋନ କଲ ନ ଯାଇଥିଲେ ସେମାନେ ୨ୟ ପାନ ଆଜି ନେଇ ପାରିବେନି ଓ ତୁରନ୍ତ ମେଡିକାଲ ପରିସର ଛାଡି ଚାଲିଯିବାକୁ ପୋଲିସ କହିଥିଲା । ଫଳରେ ହଜାରେରୁ ଉର୍ଦ୍ଧ ବ୍ୟକ୍ତି ଆଜି ମଧ୍ୟ ଟୀକା ନ ନେଇ ମନସ୍ତାପରେ ବହୁ ସମୟ ଅପେକ୍ଷା କରି କରି ଘରକୁ ଫେରିଥିଲେ । ମେଡିକାଲ କର୍ତୃପକ୍ଷଙ୍କ ସ୍ପଷ୍ଟ ନିୟମ ଅଭାବରୁ ୨ଦିନ ହେଲା ହଜାର ହଜାର ଲୋକ ଏପରି ଅକଥନୀୟ ଅସୁବିଧା ଭୋଗୁଛନ୍ତି । ୨ୟ ଡୋଜ ଟୀକା ନେଇସାରିଥିବା କିଛି ବ୍ୟକ୍ତିଙ୍କୁ ସେମାନଙ୍କ ଅଜାଣତରେ ପୁଣି ତାଲିକାରେ ପୁରାଇ ସେମାନଙ୍କୁ ଆଉ ଟୀକା ନ ଦେବା ଫଳରେ ଆଜି ବହୁ ଟୀକା ବଳି ଯାଇଥିବାର ଜଣାଯାଇଛି ଓ ଏହି ଟୀକାକୁ ମଧ୍ୟସ୍ଥିଙ୍କ ଜରିଆରେ ବାହାରେ ବିକ୍ରି କରାଯାଉଥିବାର ଅଭିଯୋଗ ହେଉଛି । ଏପରିକି, ଆଜି କିଛି ବ୍ୟକ୍ତି ମଧ୍ୟସ୍ତିଙ୍କ ସହଯୋଗରେ ୧୫୦ ଟଙ୍କା ଉତ୍କୋଚ ଦେଇ ଟୀକା ନେଇଥିବାର ଦେଖାଯାଇଥିଲା । ସ୍ଥାନୀୟ ୨ନଂ. ୱାର୍ଡ଼ର ସୁମତି ବାରିକ, ସ୍ୱର୍ଣ୍ଣଲତା ରାୟ, ଗୋଲାପ ଦେଇ, ଦମୟନ୍ତୀ ବଳ ସେମାନଙ୍କ ୨ୟ ଡୋଜ ଟୀକା ୧୦-୧୫ଦିନ ପୂର୍ବରୁ ନେଇସାରିଥିବା ବେଳେ ଏହି ୱାର୍ଡ଼ର ପ୍ରେମଲତା ପଣ୍ଡିତ ତାଙ୍କ ୨ୟ ଡୋଜ ଅନଗୁଳରେ ନେଇଛନ୍ତି । ଏପରି ଟୀକା ନେଇଥିବା ବହୁ ବ୍ୟକ୍ତିଙ୍କୁ ପୁଣି ଆଜି ଟୀକା ନେବାକୁ ହୋଇଥିବା ତାଲିକାରେ କାହିଁକି ସାମିଲ କରାଯାଇଛି ? ? ? ଏହାଛଡ଼ା ସେମାନେ ଏବାବଦରେ କିଛି ଜାଣିନ୍ତି ନାହିଁ ମଧ୍ୟ । ଏହି ୫ଜଣ ନୁହଁନ୍ତି ବରଂ ବହୁ ଅଧିକ ଲୋକଙ୍କୁ ଏପରି ଭାବେ ସାମିଲ କରି ଟୀକାକୁ ବିକ୍ରି କରାଯାଇଥିବାର ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ଗୁରୁତର ଅଭିଯୋଗ ଉପରେ ସି.ଡି.ଏମ.ଓ ସୁଧାଂଶୁ ଶେଖର ବଳ କହିଛନ୍ତି ଯେ ଯାଜପୁରରୋଡ ମେଡିକାଲ କର୍ତୃପକ୍ଷ ତାଙ୍କ ମନଇଚ୍ଛା ନିୟମ କରି ଟୀକା ଦେଉଥିବା ତାଙ୍କ ନଜରକୁ ଆସିଛି ଓ ଆବଶ୍ୟକ ହେଲେ ଏହାର ତଦନ୍ତ କରାଯିବ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close