ଯାଜପୁର ଜିଲ୍ଲାରେ ଆଳୁର ଅହେତୁକ ମୂଲ୍ୟ ବୃଦ୍ଧି, ଦର ନିୟନ୍ତ୍ରଣ ପାଇଁ କାର୍ଯ୍ୟାନୁଷ୍ଠାନ ଦାବୀ

ଯାଜପୁର,୦୬/୫(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଚଳିତ ମାସ ୦୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନିଆ ଲକ୍‌ଡାଉନ ପାଇଁ ଖାଉଟି ନାହିଁ ନ ଥିବା ଶୋଚନାରେ ପଡ଼ି ଯେଝାଯେଝା ସ୍ତରରେ ଆଳୁ, ପିଆଜ, ଅଦା, ରସୁଣ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପନିପରିବା, ତେଜରାତି ସାମଗ୍ରୀ, ଚାଉଳ, ଅଟା, ଚୂଡା, ଚିନି, ଚା ପତି ଆଦିକୁ ଘରକୁ ବୋହି ନେଇଛନ୍ତି । ରଜ ବଜାର ପରି ଗତ ୪ ତାରିଖ ରିଖ ମଂଗଳବାର ଦିନ ତମାମ ହାଟ ବଜାରରେ ନାହି ନ ଥିବା ଭିଡ ପରିଲକ୍ଷିତ ହୋଇଥିଲା । ଏହାର ପ୍ରମୁଖ କାରଣ ଥିଲା ସରକାରଙ୍କ କୋଭିଡ କଟକଣା ଯଥା:- ପାଦରେ ଚାଲି ଚାଲି ଅଧ କି.ମି ମଧ୍ୟରେ ନିଜ ନିଜର ପନିପରିବା, ଅତ୍ୟାବଶ୍ୟକ ସାମଗ୍ରୀ ଓ ଓ÷ଷଧ ଆଦିକୁ ଏହି ୧୫ ଦିନର ଲକ୍‌ଡାଉନ ସମୟ ମଧ୍ୟରେ ସଂଗ୍ରହ କରିବା । ବଜାରକୁ କିପରି ଯାଇହେବ… ଓଜନିଆ ଜିନିଷକୁ କିପରି ମୁଣ୍ଡରେ ବୋହି ଅଣାଯିବ, ଦୂରରେ ଥିବା ପରିଚିତ ଦୋକାନରୁ କିପରି ସାମଗ୍ରୀ ଅଣାଯିବ ଏଭଳି ବିଭିନ୍ନ ଆଶଙ୍କାରେ ଗ୍ରାହକମାନେ ବ୍ୟସ୍ତବିବ୍ରତ ହୋଇ ଘରକୁ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ସାମଗ୍ରୀ ନେଇଯାଇଥିବାର ଦେଖାଯାଇଥିଲା । ସରକାର ତ ଚାଉଳ ଦେଉଛନ୍ତି…..ଅଧିକାଂଶଙ୍କ ପାଖରେ ଟଙ୍କାର ଘୋର ଅଭାବ ଥିବାରୁ ଅତିକମରେ ଘରକୁ ଆଳୁ ନେଇଗଲେ ନିଜ ସଂସାରକୁ ଏହି ସମୟରେ ଯେନତେନ ପ୍ରକାରର ଚଳେଇ ନେବେ ବୋଲି ଚିନ୍ତା କରି ଆଳୁକୁ ଟାର୍ଗେଟ କରିଥିଲେ ଅଧିକାଂଶ ଗ୍ରାହକ । ଏହାର ସୁରାକ ପାଇ ଆଳୁ ଷ୍ଟୋରମାନେ ମନଇଚ୍ଛା ଦର ବଢ଼ାଇ ଦେଇଥିବା ବେଳେ ଖୁଚୁରା ବେପାରୀମାନେ ବି ପୁଣି କିଛି ଦର ବଢ଼ାଇ ଦେବାରୁ ପୂର୍ବରୁ ଶସ୍ତା ଥିବା ଆଳୁ ଦର ହଠାତ୍ କି.ଗ୍ରା ପ୍ରତି ୨୦ରୁ ୨୫ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବାର ଦେଖାଯାଇଥିଲା । ଜିଲ୍ଲାର ଅଧିକାଂଶ ସ୍ଥାନରେ ଆଳୁର ଅହେତୁକ ମୂଲ୍ୟ ବୃଦ୍ଧି ଉପରେ ବୁଦ୍ଧିଜୀବୀମାନେ ଆପତି ଉଠାଇଥିଲେ ବି ସେପରି କୈାଣସି କାର୍ଯ୍ୟାନୁଷ୍ଠାନ କୈାଣସି ଠାରେ ହୋଇଥିବାର ଦେଖାଗଲାନି । ଗତ ୪ ତାରିଖ ଦିନ ପାଣିକୋଇଲି ଅଂଚଳରେ ଆଳୁର କଳାବଜାରୀ ଚାଲିଥିବା ବେଳେ ଏହା ଉପରେ ସେପରି କିଛି ଖବର ପ୍ରକାଶିତ / ପ୍ରସାରିତ ନ ହେବାକୁ ନେଇ ଗୁଞ୍ଜରଣ ସୃଷ୍ଟି ହୋଇଛି । ଅବଶ୍ୟ ପରେ ପରେ ଆଳୁର ଦର ସାମାନ୍ୟ ହ୍ରାସ ପାଇଛି । ମାତ୍ର ୨.୫ କି.ଗ୍ରାକୁ ଆଳୁ ଦର ୫୦ଟଙ୍କା ଏବେ ବି ରହିଛି । କରୋନା କଟକଣା ସାଂଗକୁ ପ୍ରାୟ ଅଧିକାଂଶ ଆବଶ୍ୟକୀୟ ଜିନିଷର ଦର ବଢ଼ି ବଢ଼ି ଚାଲିଥିବା ବେଳେ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସେପରି ସଫଳ ହୋଇଥିବାର ଦେଖାଯାଏ ନାହିଁ । ବରଂ ଅଧିକାଂଶ ନେତା ଓ ଅଧିକାରୀ ଦରଦାମ ପ୍ରସଙ୍ଗରେ ନିଜକୁ ଜନସାଧାରଣଙ୍କ ଠାରୁ ଦୂରେଇ ରଖୁଛନ୍ତି । ରିଫାଇନ ତେଲ ଠାରୁ ଆରମ୍ଭ କରି ଖାଇବା ସୋରିଷ ତେଲ, ଡାଲି ଆଦିର ଦର କେବେ କମିବ ଓ କେମିତି କମିବ ସେ ଉତର ଯେପରି କାହା ପାଖରେ ନାହିଁ । ଗ୍ରାହକଙ୍କୁ ସୁବିଧା ଦେବା ପାଇଁ କଳାବଜାରୀ ରୋକିବାକୁ ସରକାର ସମୟୋଚିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି । ପାଣିକୋଇଲି ଭଳି ଏକ ଗମନାଗମନ ସୁବିଧା ଥିବା ସ୍ଥାନରେ ଆଳୁର ଦର ବୃଦ୍ଧି ଉପରେ ସମାଜସେବୀ ରାମଚନ୍ଦ୍ର ବାରିକଙ୍କ ପ୍ରତିକ୍ରିୟା ଆସନ୍ତୁ ଶୁଣିବା:-

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close