ସୁକିନ୍ଦାରେ ବ୍ୟାପକ ରାଜସ୍ବ ହାନି, କୁମ୍ଭକର୍ଣ୍ଣ ନିଦ୍ରାରେ ସୁକିନ୍ଦା ପ୍ରଶାସନ

ଯାଜପୁର; ୦୬/୦୫ ( ଶୁଭେନ୍ଦୁ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ।  ସ୍ଥାନୀୟ ପୋଲିସ, ଜଙ୍ଗଲ ବିଭାଗ ଏବଂ ତହସିଲକୁ ମାସିକିଆ ହାତ ଗୁଞ୍ଜା ଦେଇ ବେଧଡକ ଭାବେ ଚାଲିଛି ଏହି ବଡ ଧରଣର ଚୋରା କାରବାର, କଥାରେ ଅଛି ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ତ ପାହାଚ ପାହାଚ । ତଳୁ ଉପର ଯାଏଁ ସବୁ ସରକାରୀ ବାବୁ ପାଲଟିଛନ୍ତି ଦୁର୍ନୀତିର ଗନ୍ତାଘର । ସୁକିନ୍ଦା ଅଞ୍ଚଳରେ ପ୍ରତେକ ଦିନ ଗୋଚର ଅନାବାଦୀ ଏବଂ ଜଙ୍ଗଲ ଜମିରୁ ସହ ସହ ମହରମ ମାଟି ଏବଂ ମାଙ୍କଡା ପଥର ଖନନ କରାଯାଇ ବିଭର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରାଯିବା ସହ ବେଆଇନ ଭାବେ ଜିଲ୍ଲା ବାହାରକୁ ହେଉଛି ଚୋରା ଚାଲାଣ ।  ଯଦି ଏନେଇ କୌଣସି ସାଧାରଣ ଲୋକ ଅଭିଯୋଗ କରନ୍ତି ତାହେଲେ ଚୋର ମୁହଁ ଟାଣ ଭଳି ଏହି ପଥର ଏବଂ ମାଟି ମାଫିଆ ମାନେ ରାସ୍ତା ଉପରେ ସାଧାରଣ ଲୋକଙ୍କୁ ପଥର ଗାଡି ଚଢ଼େଇଦେବେ ବୋଲି ମଧ୍ୟ ଧମକ ଦେଉଛନ୍ତି । ଏଠି ପ୍ରଶ୍ନ ଉଠୁଛି କାହା ସାହସରେ ବଳିଆନ ଏହି ମାଫିଆମାନେ । ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନୀ ହେଉଥିବା ବେଳେ ବିଭାଗୀୟ କର୍ମଚାରୀଙ୍କ ମୁହଁରେ ପଡିଛି ତାଲା, ବେଳେ ବେଳେ ଧର୍ମକୁ ଆଖି ଠାର ଭଳି ପଥର ମାଫିଆଙ୍କ ପରିବର୍ତ୍ତେ କିଛି ବାଲି ବୋଝେଇ ଟ୍ରାକ୍ଟରକୁ ଧରି କାମ ସାରିଦେଉଛି ସୁକିନ୍ଦା ତହସିଲ,ଏଠି ଜନସାଧାରଣଙ୍କ ମନରେ ଆଉ ଏକ ପ୍ରଶ୍ନ ଉଙ୍କି ମାରୁଛି ସରକାର ନିୟମ କରିଛନ୍ତି ଗାଡିଗୁଡିକ ୧୫ ବର୍ଷରୁ ଅଧିକ ହୋଇଥିଲେ ଚାଲି ପାରିବନି ଏଠି କିନ୍ତୁ ଏହାର ଓଲଟା ଅନୁରୂପ ଦେଖିବାକୁ ମିଳୁଛି ଏବଂ ଯେଉଁ ଗାଡିଗୁଡିକ ସବୁ ଚୋରା ମାଙ୍କେଡା ପଥର ଏବଂ ଚୋରା ମୋହରମ ବୋହୁଛନ୍ତି ସେଥିମଧ୍ୟରୁ ଅଧିକାଂଶ ଗାଡିର ଇନ୍ସୁରାନ୍ସ କି ଫିଟନେସ ନଥାଇ ମଧ୍ୟ ଚୋରା କାଯ୍ୟରେ ଲିପ୍ତ କରାଉଛନ୍ତି । ଏହା ଉପରେ କଣ ସୁକିନ୍ଦା ପ୍ରଶାସନର ନଜର ପଡୁନି, ତାହେଲେ ମୋ ସରକାର କଣ ପାଇଁ ? ମୋ ସରକାରଙ୍କ ବୋର୍ଡରେ ଉଲେଖ ରହିଛି ଆମେ ସରକାରୀ କର୍ମଚାରୀ ଲୋକଙ୍କ ଚାକର ଏବଂ ଲୋକଙ୍କ ପଇସାରେ ଆମେ ଦରମା ନେଉଛୁ, ହେଲେ ସୁକିନ୍ଦା ଅଞ୍ଚଳର ସରକାରୀ କର୍ମଚାରୀଙ୍କ ଭୂମିକା ସମ୍ପୂର୍ଣ ନିଆରା, ଏହି ମାଫିଆମାନେ ଖାଲି ସୁକିନ୍ଦା ନୁହଁ ଯାଜପୁର ଜିଲ୍ଲା ପ୍ରଶାସନର କିଛି ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ମଧ୍ୟ ଅର୍ଥ ଲାଞ୍ଚ ଦେଇ ଚଳେଇଛନ୍ତି ସେମାନଙ୍କର କଳା ସାମ୍ରାଜ୍ୟ । ଯାହାଫଳରେ ଲଘୁ ଖଣିଜ ଚୋରା ଚାଲାଣ କରୁଥିବା ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ସୁନ ଦେଖିବାକୁ ମିଳିଛି। ଦେଖିବାକୁ ବାକି ରହିଲା ଏହି ସବୁ ମାଫିଆମାନଙ୍କ ଉପରେ କେବେ ଦୃଢ଼ କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close