ନିଖୋଜ ପୁଅକୁ ଖୋଜି ଆଣିବାକୁ ବାପା – ମା ଙ୍କ ନିବେଦନ

ଯାଜପୁର; ୦୫/୦୫ ( ଶୁଭେନ୍ଦୁ ନାୟକଙ୍କ ଠାରୁ) :  ଦୁଇ ମାସ ହେବ ପୁଅର ମିଳୁନି ପତା ।  ନିଖୋଜ ପୁଅକୁ ଫେରେଇ ଆଣିବାକୁ ସ୍ଥାନୀୟ ପୋଲିସ ପ୍ରଶାସନଙ୍କୁ ବ୍ୟାକୁଳ ନିବେଦନ କରିଛନ୍ତି ପରିବାର । ଏହିଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ବୋତଲଣ୍ଡା ଗ୍ରାମରୁ ।  ଏହି ଗ୍ରାମର କୁଶ ଓଝାଙ୍କ ୨୧ବର୍ଷୀୟ ପୁଅ ମହେଶ୍ୱର ଓଝା ଦୁଇ ମାସ ତଳେ ଡୁବୁରୀ ଅଞ୍ଚଳର od04L 9445 ନମ୍ବର ଟ୍ରକ ରେ ହେଲ୍ପର ଭାବରେ ଯାଇଥିବା ବେଳେ ଉକ୍ତ ଟ୍ରକର ଡ୍ରାଇଭର ଦିଲୀପ ଜେନା ନାମକ ଜଣେ ବ୍ୟକ୍ତି ମହେଶ୍ୱରଙ୍କୁ ଯୋଡ଼ା ଅଞ୍ଚଳରେ ଛାଡ଼ିଦେଇ ଚାଲି ଆସିଥିଲେ । ସେହିଦିନ ଠାରୁ ପୁଅ ମହେଶ୍ୱର ଆଉ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରି ନାହିଁ କି ଘରକୁ ମଧ୍ୟ ଫେରି ନାହିଁ । ଡ୍ରାଇଭର ଦିଲୀପଙ୍କୁ ପଚାରିଲେ ସିଏ କହୁଛନ୍ତି ତମ ପୁଅ କୁଆଡେ ଗଲା ମୁଁ ଜାଣି ନାହିଁ ।  ଏ ନେଇ ପରିବାର ତରଫରୁ ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ ହେଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।  ଖୁବଶୀଘ୍ର ନିଖୋଜ ପୁଅକୁ ଖୋଜି ଆଣିବାକୁ ନିବେଦନ କରିଛନ୍ତି ପରିବାର ଲୋକେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close