କଳିଙ୍ଗନଗର ଓ ବ୍ୟାସନଗରରେ ସଟ୍‌ଡାଉନର ପ୍ରଭାବ

ବ୍ୟାସନଗର,୦୧/୫(ପ୍ରଭାତ କୁମାର ଭୂୟାଁ/ବସନ୍ତ କୁମାର ପାତ୍ରଙ୍କ ଠାରୁ): ରାଜ୍ୟରେ ୨ୟ ଲହର ‘କରୋନା’କୁ ପ୍ରଶମିତ କରିବା ପାଇଁ ସରକାର ବିଭିନ୍ନ କଟକଣା ଲଗାଇଛନ୍ତି । ପୂର୍ବରୁ ସମଗ୍ର ଯାଜପୁର ଜିଲ୍ଲାରେ ରାତ୍ର ୯ଟା ଠାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫୁ ଘୋଷିତ ହୋଇଛି । ଏହାଛଡ଼ା ସପ୍ତାହର ଶନିବାର ଓ ରବିବାରରେ ବ୍ୟାସନଗର ଓ ଯାଜପୁର ପୈାରାଂଚଳ ସମେତ କେତେକ ଅଧିକ ଜନସମାଗମ ହେଉଥିବା ସ୍ଥାନକୁ ସଟଡାଉନ ରଖାଯାଇଛି । ଜୀବିକା ଠାରୁ ଜୀବନକୁ ଅଧିକ ପ୍ରାଧାନ୍ୟ ଦେଇ ଅଧିକାଂଶ ଲୋକେ ସଟ୍‌ଡାଉନ ନିୟମକୁ ପାଳନ କରୁଥିବାର ଦେଖାଯାଉଛି । ସମଗ୍ର ବ୍ୟାସନଗର ସହର, ଦାନଗଦି, ମିଲିଟାରୀ ଛକ, ନୂଆଗଡ଼ ଗୋଲେଇ ଛକରେ ଆଦି ସ୍ଥାନରେ ଆଜି ସଟଡାଉନର ପ୍ରଭାବ ବେଶ ବାରି ହୋଇ ପଡିଥିଲା । ଯାଜପୁରରୋଡ ଆଦର୍ଶ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି ଓ ତାଙ୍କ ଟିମ କଟକଣାକୁ କାଏମ ରଖିବା ପାଇଁ ଅହରହ ଲାଗିପଡିଛନ୍ତି । ପାଟ୍ରୋଲିଂ ସମେତ ବିଭିନ୍ନ ଛକମାନଙ୍କରେ ମାସ୍କ ପରିଧାନ, ହେଲମେଟ ତନଖି ଆଦି କରାଯାଉଥିବା ବେଳେ ବାହାରକୁ ଆସିଥିବାର କାରଣ ସଂର୍ପକରେ ଯାଂଚ କରୁଛନ୍ତି । ଅମାନିଆଙ୍କ ଠାରୁ ଫାଇନ ବି ଆଦାୟ କରାଯାଉଛି । ଆଦର୍ଶ ଥାନା ଅଧିକାରୀ ଶ୍ରୀ ମହାନ୍ତି, ପୋଲିସ ଅଧିକାରୀ ପବିତ୍ର କୁମାର ମହାରଣାଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସଟଡାଉନ ପାଳନ ନିୟମର କଡ଼ାକଡ଼ି ଉପରେ ଯାଂଚ ଜାରୀ ରଖିଥିବାର ଦେଖାଯାଏ । ଅଯଥା ବାହାରେ ବୁଲାବୁଲି ନ କରି ସାବଧାନତା ଅବଲମ୍ବନ କରିବା ସହ ସଟଡ଼ାଉନରେ ଘରେ ରହିବାକୁ ପୋଲିସ ପକ୍ଷରୁ ବାରମ୍ବାର ସୂଚନା ଦିଆଯାଉଛି । ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ କ୍ଷେତ୍ରରେ ଆଇନ ଅମାନ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଆଜି ନୂଆଗଡ଼ ଗୋଲେଇ ଛକରେ କିଛି ଅମାନିଆ ଆଇନ ଅମାନ୍ୟ କରି ଆଡ୍ଡା ଜମାଇଥିବାର ଖବର ପାଇ ପୋଲିସ ସେଠାରେ ପହଚିଂଲାରୁ ସେମାନେ ଛତ୍ରଭଂଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close