“ମେ ଆଇ ହେଲ୍ପ ୟୁ ମୋ ପରିବାର” ତରଫରୁ ନିରୀହ ପଶୁ ପକ୍ଷୀ ମାନଙ୍କୁ ଖାଦ୍ୟ ବଣ୍ଟନ

ବାଲେଶ୍ୱର/ଜଳେଶ୍ୱର; ୨୫/୦୪ ( ବ୍ରଜ ଗୋପାଳ ସେନଙ୍କ ଠାରୁ): ମେ ଆଇ ହେଲ୍ପ ୟୁ ମୋ ପରିବାର ତରଫରୁ ଶନିବାର ଓ ରବିବାର ସକାଳ ଓ ସନ୍ଦ୍ୟାରେ ନିରୀହ ପଶୁପକ୍ଷୀଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି। ସାରା ରାଜ୍ୟରେ ସପ୍ତାହିକ ଲକଡାଉନ ଲାଗି ସମସ୍ତ ଦୋକାନ ବଜାର ବନ୍ଦ ଯାହା ଫଳରେ ନିରୀହ ପଶୁ ପକ୍ଷୀ ମାନେ ଖାଦ୍ୟ ଲାଗି ଅସୁବିଧା ହେବା ନଜର ରଖି  ମେ ଆଇ ହେଲ୍ପ ୟୁ ଜଳେଶ୍ୱର ସାମାଜିକ ସଂଗଠନ ବଡବଜ଼ାର, ଷ୍ଟେସନ ବଜ଼ାର,ନୂଆ ବଜ଼ାର, ବ୍ଲକ ବଜ଼ାର, ଲକ୍ଷ୍ମଣନାଥ, ଜୀ କେ ଭଟ୍ଟର ହସ୍ପିଟାଲ ପ୍ରତି ଅଞ୍ଚଳରେ ଥିବା ନିରୀହ ପଶୁ ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ବଣ୍ଟନ ବ୍ୟବସ୍ତା କରାଯାଇଅଛି। ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଯେଉଁ ପରି ଭାବେ ଅତ୍ୟନ୍ତ କଷ୍ଟ ଦେଉଅଛି ତାହାକୁ ନଜର କରି ସଂଗଠନ ଏହି ପ୍ରୟାସ କରିବାର ଜଣା ପଡିଛି। କାଯ୍ୟକ୍ରମରେ ସଂଗଠନର ସଦସ୍ୟ ଜଗନ୍ନାଥ ପରିଡାଙ୍କ ଆହ୍ୱାନ କ୍ରମେ ସଂଗଠନ କାଯ୍ୟକର୍ତା ସାମିଲ ହୋଇଥିଲେ । ଏହି କାଯ୍ୟକ୍ରମରେ ନରହରି ବେହେରା, ଆଶୁତୋଷ ଜେନା, ସତ୍ୟବ୍ରତ ପ୍ରାମାଣିକ,ରମେଶ ଜେନା, ଏସ କେ ଆବେଦ, ଯୋଗେସ ରାଠି, ଦେବବ୍ରତ ପଣ୍ଡା, ଅଜୟ ପଣ୍ଡା, ଏଲେନ ଘୋଷ, ଜୟଦେବ ସାମଲ, ସନ୍ଦୀପ ମହାନ୍ତି, ଅଜିତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଜନସାଧାରଣଙ୍କୁ ନିଜଘରେ ବଳକା ଖାଦ୍ୟକୁ ପଶୁ ଓ ପକ୍ଷୀ ମାନଙ୍କୁ ଦେବାକୁ ନିବେଦନ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close