କୋରାଇ ଜହ୍ନାକଣା ଗ୍ରାମରେ ଅଙ୍ଗନବାଡୀ କର୍ମୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସଚେତନତା

ଯାଜପୁର,୧୮/୪(ବସନ୍ତ କୁମାର ପାତ୍ରଙ୍କ ଠାରୁ): ୨ୟ ଲହର ‘କରୋନା’ ସମଗ୍ର ଦେଶ ତଥା ଆମ ରାଜ୍ୟ ଓଡ଼ିଶାରେ ଉଗ୍ର ରୂପ ନେଇଚାଲିଥିବାରୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସମଗ୍ର ଯାଜପୁର ଜିଲ୍ଲାରେ ଗତ କାଲି ଠାରୁ ରାତ୍ର ୯ଟା ଠାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫୁ ଘୋଷିତ ହୋଇଛି । ସ୍ୱାସ୍ଥ୍ୟ ସଚେତନତା ପାଇଁ ଅଙ୍ଗନବାଡ଼ୀ ଓ ସ୍ୱାସ୍ଥ୍ୟ କର୍ମୀମାନେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି । କୋରାଇ ବ୍ଲକର ଜହ୍ନା ଗ୍ରାମ ପଂଚାୟତର ଜହ୍ନାକଣା ଗ୍ରାମରେ ଆଜି ଗାଁ କଲ୍ୟାଣ ସମିତି ତରଫରୁ ଅଙ୍ଗନବାଡୀ କର୍ମୀ ମନିକା ମଂଜରୀ ମିଶ୍ରଙ୍କ ତତ୍ୱାବଧାନରେ ସ୍ୱାସ୍ଥ୍ୟ ସଚେତନତା କରାଯାଇଥିଲା । ଏଥିରେ ଗ୍ରାମର ବହୁ ମହିଳା ଭାଗ ନେଇ ମାସ୍କ ପରିଧାନ, ଆବଶ୍ୟକୀୟ ପରିମଳ, ସାମାଜିକ ଦୂରତା ଅବଲମ୍ବନ, ହାତ ଧୂଆ ଆଦି ଉପରେ ଶିକ୍ଷା ଲାଭ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close