ଗୋପାଳପୁର୍ କ୍ଷେତ୍ର ଚିକିତ୍ସାଳୟରେ କରୋନା ଟୀକା ନେବାପାଇଁ ଲୋକମାନଙ୍କର ଲମ୍ବା ଲାଇନ୍
Lଯାଜପୁର ; ୧୧/୦୪ ( ବସନ୍ତ କୁମାର ପାତ୍ରଙ୍କ ଠାରୁ) : ଯାଜପୁର ଜିଲ୍ଲା ଗୋପାଳ ପୁର୍ କ୍ଷେତ୍ର ଚିକିତ୍ସାଳୟରେ କରୋନା ଟୀକା ନେବାପାଇଁ ଲୋକମାନଙ୍କର ଲମ୍ବା ଲାଇନ୍ ଲାଗିଥିବା ବେଳେ ମେଡିକାଲର କର୍ମଚାରିମାନେ ମନମୁଖୀ କାର୍ଯ୍ଯ କରୁଛନ୍ତି ଯେଉଁଥିରେ ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ନିଜର ସମ୍ପର୍କିତ ମାନଙ୍କୁ ପ୍ରଥମେ ଟୀକା ଦିଆଯାଉଛି। ଲୋକମାନଙ୍କ ମଧ୍ୟରେ ବାଛ ବିଚାର୍ ରାଜନୀତି କରିବା ଇତ୍ୟାଦି ମେଡିକାଲରେ ଦେଖାଯାଉଛି। ସେଥିପାଇଁ ଗୋପଲପୁର୍ ମେଡିକାଲରେ ହେଉଥିବା ଘଟଣାକୁ ଉପରିସ୍ଥ ଅଧିକାରୀ ମାନେ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହୋଇଛି।
Live Share Market