Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

କବଜାରରେ ୪୦ କିଲୋମିଟର ଜାତୀୟ ରାଜପଥ: ଯାଜପୁର ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନିଅନ୍ତୁ

ଯାଜପୁର,୧୦/୪: ଚଣ୍ଡୀଖୋଲରୁ ଡୁବୁରୀ ଅଭିମୁଖେ ଯାଇଥିବା ଜାତୀୟ ରାଜପଥର ପ୍ରାୟ ୪୦ କିଲୋମିଟର ଏବେ ଲୁହାପଥର ପରି ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକ ଗୁଡିକ କବ୍ଚାରେ ରହିଯାଇଛି । ଏଥିପାଇଁ ହଜାର ହଜାର ଲୋକ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବାରୁ ଯାଜପୁର ଜିଲ୍ଲାପାଳ ତୁରନ୍ତ ଏଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଦାବି କରିଛନ୍ତି ।
ସତୀଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ଯେ, ଏହି ୪୦ କିଲୋମିଟର ରାସ୍ତାରେ ଜଣେ ପଥଚାରୀ ଚାଲି ଚାଲି ଯିବାକୁ ବି ରାସ୍ତା ନାହିଁ । ଯିଏ ଯୋଉଠି ସେଇଠି ଟ୍ରକମାନେ ସେମିତି ଦିନ ଦିନ ଧରି ଠିଆ ହୋଇ ରହିଛନ୍ତି । ସତେ ଯେମିତି ଏଠି ଆଇନ କାନୁନ କିଛି ନାହିଁ । ଗୁରୁତର ଅସୁସ୍ଥ ଏବଂ ଦୁର୍ଘଟଣାରେ ଜୀବନ ସହ ସଂଘର୍ଷ କରୁଥିବା ରୋଗୀ ଆମ୍ବୁଲାନ୍ସରେ ଆସି ସେହି ରାସ୍ତାରେ ହନ୍ତସନ୍ତ ହେବା ସହ ଜୀବନ ସହ ଲଢ଼ୁଛନ୍ତି । ନାଁ ଆଗକୁ ଯାଇ ପାରୁଛନ୍ତି ନାଁ ପଛକୁ ଯାଇ ପାରୁଛନ୍ତି । ଯନ୍ତ୍ରଣାରେ ଛଟପଟ ହୋଇ କେହି କେହି ମୃତ୍ୟୁବରଣ କରୁଛନ୍ତି । ଦୀର୍ଘ କିଲୋମିଟର ଯାଉଥିବା ବସ ବି ସେମିତି ଠିଆ ହୋଇ ରହୁଛି । ବସରେ ଥିବା କୋମଳ ଶିଶୁ ଏବଂ ବୃଦ୍ଧ ବ୍ୟକ୍ତିମାନେ ଖାଇବାକୁ ନପାଇ ବସରେ ଦିନ ଦିନ ଧରି ହତାସ ହୋଇ ମୁଣ୍ଡରେ ହାତ ଦେଇ ବସୁଛନ୍ତି । ଅନେକ ଗାଡି ଆଗକୁ ପଛକୁ ଯାଇ ନ ପାରି ରାସ୍ତା କଡରେ ଟିକେ ଖାଲି ଜାଗା ପାଇଲେ ସେଠାରେ ଗାଡି ସାଇଡ କରି ଶୋଇ ଯାଉଛନ୍ତି । ରାତି ପାହି ଯାଉଛି ହେଲେ ଯାଇ ପାରୁ ନାହାନ୍ତି । ସ୍କଲ ପିଲାଟିଏ ତାର ସ୍କୁଲକୁ ଯାଇ ପାରୁନି । ଏକ ହଜାରରୁ ଉର୍ଦ୍ଧ୍ୱ ଗାଁର ଲୋକେ ଏଥିପାଇଁ ଏକପ୍ରକାର ନାକାବନ୍ଦୀ । ସତେ ଯେମିତି ଏଠି ସରକାର, ଆଇନ କାନୁନ ବୋଲି କିଛି ନାହିଁ । ଜାତୀୟ ରାଜପଥରେ ଏଭଳି ଭିଡ ପାଇଁ କରୋନା ନିୟମ କାର୍ଯ୍ୟକାରୀ ହେଉନି । କାହା ସ୍ୱାର୍ଥ ପାଇଁ ଏଭଳି ଜଙ୍ଗଲରାଜ ଚାଲିଛି? ପାରାଦ୍ୱୀପରେ ଯେତିକି ଟ୍ରକ ମାଲ ଅନ୍‌ଲୋଡ ହେଉଛି, ସେହି ଅନୁସାରେ ମାଇନିଂରୁ ଟ୍ରକ ଲୋଡ ହୋଇ ଆସିଲେ ଏହି ଉତ୍କଟ ସମସ୍ୟା ଦେଖାଯାନ୍ତା ନାହିଁ । ଏହି ଛୋଟିଆ ସମସ୍ୟା ପାଇଁ ଲକ୍ଷାଧିକ ଲୋକେ ସମସ୍ୟା ଭୋଗିବା ସହ ସରକାର ବିରୋଧରେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର ତୁରନ୍ତ ଏଥିନେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସତୀଶ ଅନୁରୋଧ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close