କଳିଙ୍ଗନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଯାଜପୁରରୋଡ଼ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କୁ ୧୫ ଦଫା ଦାବୀ ପତ୍ର

ବ୍ୟାସନଗର: କଳିଙ୍ଗନଗର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଯାଜପୁରରୋଡ଼ର ସଭାପତି ଡ଼ଃ. ଗୌରୀଶଙ୍କର ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଗଣେଶ ବଜାର ସ୍ଥିତ ବାସଭବନଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ମହାସଂଘର ଆହ୍ୱାନ କ୍ରମେ ୧୫ ଦଫା ଦାବୀ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା, ଯଥା ବକେୟା ୩ ମାସର ମହଙ୍ଗା ଭତ୍ତା, ଚିକିତ୍ସା ସୁବିଧା ଓ ଚିକିତ୍ସା ଭତ୍ତା, ବସ୍ ଯାତ୍ରାରେ ୫୦% ରିହାତି, ୮୦ ବର୍ଷ ପରିବର୍ତ୍ତେ ୬୫ ବର୍ଷ ବୟସରେ ୨୦% ଅତିରିକ୍ତ ପେନସନ୍ ପ୍ରଦାନ, ୨୦୧୭ରୁ ଉଚ୍ଛେଦ କରିଥିବା ପେନସନ୍ ବିଭାଗକୁ ପୁନଃ ସ୍ଥାପନ, ପେନସନ୍ ଭୋଗୀଙ୍କୁ ବାର୍ଷିକ ବର୍ଦ୍ଧିତ ଅର୍ଥ ଦିଆଯାଉ ଇତ୍ୟାଦି ଗୃହୀତ ହୋଇଥିଲା । ସ୍ଥାନୀୟ ଗୋଶାଳା ଠାରେ ସରକାର ଦେଇଥିବା ଜାଗାରେ ସଂଘ ଏକ ଔଷଧୀୟ ଉଦ୍ୟାନ ନିର୍ମାଣ କରିବା ଓ ଜନହିତକର କାର୍ଯ୍ୟ କରିବା ପାଇଁ ଉପସ୍ଥିତ କର୍ମକର୍ତ୍ତା ଓ ସଭ୍ୟମାନେ ଦୃଢ଼  ସହ ପ୍ରକାଶ କରିଥିଲେ ।
ସହରରେ ନାନାଦି ଅଭାବ ଅସୁବିଧା ଏପରିକି ବିଜୁଳି କାଟ୍ ଏବଂ ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ହ୍ରାସ କରିବା ପାଇଁ,  ଦୁଇଟି ରେଳ ଫାଟକ ଠାରେ ଉଡ଼ନ୍ତା ବା ଭୂତଳ ପୋଲ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସଭା କ୍ଷୋଭ ପ୍ରକାଶ କରିଥିଲା ଯେ ତୁରନ୍ତ ଉକ୍ତ କାର୍ଯ୍ୟ କୁ ସମାଧାନ ନ କଲେ ସଂଘ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ମତ ପ୍ରକାଶ ପାଇଥିଲା ।
ପରେ ପରେ ସଂଘର ସଭାପତି ଡ଼ଃ. ଗୌରୀଶଙ୍କର ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ଦାମୋଦର ପଣ୍ଡା, କାର୍ଯ୍ୟକାରୀ ସମ୍ପାଦକ ନୀରଞ୍ଜନ ଘଡ଼ାଇ, ଅର୍ଥ ସମ୍ପାଦକ ପ୍ରଦୀପ୍ତ କୁମାର ମହାନ୍ତି, କାର୍ଯ୍ୟକାରୀ ସଭ୍ୟ ଧୃବ ଚରଣ କର, ସଭ୍ୟ ଲକ୍ଷ୍ମୀଧର ସାହୁ, ଉପସଭାପତି ଯୁଗଳ କିଶୋର ମିଶ୍ର, ସଂଗଠନ ସମ୍ପାଦକ ଇଂ ଅକ୍ଷୟ କୁମାର ମୁଦୁଲି, ଇଂ ବିମ୍ବାଧର କର, ଇଂ ନରୋତ୍ତମ ସାହୁ, ଇଂ କାଶୀନାଥ ରାଉତ, ଡ଼଼ଃ ବିଷ୍ଣୁ ମୋହନ ସାହୁ, କିଶୋର ଚ଼ନ୍ଦ୍ର ଦାସ, ବଟକୃଷ୍ଣ ପ୍ରଧାନ, ସାମ୍ବାଦିକ ଅଭିମନ୍ୟୁ ମିଶ୍ର ପ୍ରମୁଖ ମିଳିତ ହୋଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଭେଟି ସଂଘର ୧୫ ଦଫା ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ବୋଲି ଦାମୋଦର ପଣ୍ଡା ସାଧାରଣ ସମ୍ପାଦକ  ଜଣାଇଛନ୍ତି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close