ସୂଚନା ଅଧିକାର କର୍ମୀଙ୍କ ଗାଡି ଉପରକୁ ବୋମାମାଡ଼ ଘଟଣାର ୩ଜଣ ଅଭିଯୁକ୍ତ ଗିରଫ
ଯାଜପୁର; ୦୮/୦୪ ( ଶୁଭେନ୍ଦୁ ନାୟକଙ୍କ ଠାରୁ) : ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଗାଡି ଉପରକୁ ବୋମାମାଡ଼ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। । ପୂର୍ବ ଶତ୍ରୁତାକୁ ନେଇ ହୋଇଥିଲା ବୋମାମାଡ଼। ଘଟଣାରେ ୩ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗତ ୨୭ତାରିଖ ରାତିରେ ଧର୍ମଶାଳା ଥାନା ଇମାମନଗର ଗାଁରେ ଘଟିଥିଲା ଏହି ଘଟଣା। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଯାଜପୁର ଏସପି ରାହୁଲ ପି ଆର। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।
Live Share Market