ଧୂଳିଗଡ଼ ଜଙ୍ଗଲ ଦିନକୁ ଦିନ ଧ୍ୱଂସ ହେବାରେ ଲାଗିଛି
ଯାଜପୁର; ୦୫/୦୪ (ବସନ୍ତ କୁମାର ପାତ୍ରଙ୍କ ଠାରୁ) : ଦାନଗଦି ବ୍ଲକ ଧୂଳିଗଡ଼ ଜଙ୍ଗଲ ବହୁ ପୁରାତନ ବହୁ ଔଷଧୀୟ ଗଛରେ ପରିପୂର୍ଣ୍ଣ ଥିଲା ଧିରେ ଧିରେ ଏହା ଲୋପ ପାଇବାକୁ ବସିଲାଣି। ଶାଳ ପିଆଶାଳ ବହୁତ୍ ମୂଲ୍ୟ ବାନ ଗଛ ସବୁ ଥିଲା ସେ ସବୁ ଦୃଷ୍ଟିକୁ ଆସୁ ନାହିଁ। ଜବର ଦଖଲ ହୋଇ ଜଙ୍ଗଲ ଭିତରକୁ ଘର ମାଡିଚାଲିଛି। ଏହାର ଆଖପାଖରେ ବହୁତ୍ ଗୃହ ପାଳିତ ପଶୁ ପକ୍ଷୀ ନିର୍ଭର କରନ୍ତି । ବର୍ତମାନ ଖାଲି ମଦ ବୋତଲ ଓ ପଲିଥିନରେ ଭର୍ତି ଥିବା ଦେଖିବାକୁ ମିଳୁଛି। ଜଙ୍ଗଲ ସାଜିଛି ଜୁଆ ଆଡ୍ଡା, ଗଛ ନିଆଁ ଲଗାଇ କାଟିବା କାମ ଦିନ ଦ୍ବିପ୍ରହରରେ ଚାଲିଛି। ଜଙ୍ଗଲ କମିଟି, ବନ ବିଭାଗ କର୍ମଚାରୀ ମାନେ ଆଖି ବନ୍ଦ କରିବା ପରିଲକ୍ଷିତ ହେଉଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ଶିଳ୍ପାଞ୍ଚଳ ପରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଏହି ଜଙ୍ଗଲ। ଦାନଗଦି ମେଡିକାଲର ବର୍ଜ୍ୟ ପଦାର୍ଥ ଏଠାରେ ମଧ୍ୟ ନ ପୋତି ଖୋଲାରେ ପକାଇ ଦିଆଯାଉଛି। ପରିବେଶ ବିତ ଓ ବୁଦ୍ଧି ଜିବୀଙ୍କ ମହଲରେ ଏହାକୁ ଦେଖି ଅସନ୍ତୋଷ ପ୍ରକାଶ ପାଇଛି।
Live Share Market