ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ଆଇ ଏନ ଟି ୟୁ ସି ଏବଂ ସି ଆଇ ଟି ୟୁ ପକ୍ଷରୁ ନେସ୍କୋ ଅଧିକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ବ୍ୟାସନଗର ; ୦୫/୦୪ ( ବସନ୍ତ କୁମାର ପାତ୍ରଙ୍କ ଠାରୁ ) :  ସ୍ଥାନୀୟ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରେ ଆଇ ଏନ ଟି ୟୁ ସି ଓ ସି ଆଇ ଟି ୟୁ ପକ୍ଷରୁ ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟୁତ ଶୁଳ୍କ ବୃଦ୍ଧି କୁ ତୁରନ୍ତ ପ୍ରତ୍ୟାହାର କରିବା ଦାବି ନେଇ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ସେଠାରେ ଏକ ପ୍ରତିବାଦ ସଭା ଆଇ ଏନ ଟି ୟୁ ସି ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରଘୁନାଥ ମାଝୀଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ  ହୋଇଯାଇଛି। ଏହି ସଭାରେ ଆଇ ଏନ ଟି ୟୁ ସି ର ରାଜ୍ୟ ଉପ ସଭାପତି ବିଦ୍ୟାଧର ମହାନ୍ତି, ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ ରାଜ୍ୟ ସରକାର ଏକ ବର୍ଷ ରେ ୨, ୨ ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି କରିବା ଓ ବିଦ୍ୟୁତ ନିୟାମକ ଆୟୋଗ ଙ୍କ ଦ୍ୱାହି ଦେଇ ମଧ୍ୟବିତ୍ତ, ଓ ଗରିବ ତଥା କ୍ଷୁଦ୍ର ବ୍ୟବସାୟୀ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ବୋଲି ଦୃଢ଼ ପ୍ରତିବାଦ କରିଥିଲେ ।  ଆମ ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ବଳକା ଥିବାବେଳେ ମହାମାରୀ କରୋନା ରେ ଲୋକଙ୍କ ଅର୍ଥନୈତିକ ଅବସ୍ଥା ଶୋଚନୀୟକୁ ରାଜ୍ୟ ଶକ୍ତି ମନ୍ତ୍ରୀ ବିଚାର କୁ ନନେଇ ଟାଟା ପାୱାର ସହିତ ହାତ ମିଳାଇ ବର୍ଷ ରେ ୨, ୨ ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି କରିବା ଅର୍ଥାତ ୟୁନିଟ ପିଛା ୩0ପଇସା ବୃଦ୍ଧି କରି ୩ ଟଙ୍କାରେ ପହଞ୍ଚାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଅଟେ !ଏହି ପ୍ରତିବାଦ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଆଇ ଏନ ଟି ୟୁ ସି ର ଜିଲ୍ଲା ସମ୍ପାଦକ ନୃସିଂହ ଚରଣ ପହି, ସହ ସମ୍ପାଦକ ପରମାନନ୍ଦ ସେଠୀ, ବିଜୟ କୁମାର ବୋଇତାଇ, ଚନ୍ଦ୍ରକାନ୍ତ ଖଣ୍ଡାଇ, ପଦ୍ମନାଭ ନାୟକ, ଧୀରେନ୍ଦ୍ର ବେହେରା, ବେବିନା ଜେନା, ସତ୍ୟପ୍ରକାଶ କୁଅଁର, ଜଗବନ୍ଧୁ ନାୟକ, ସେକ ଆତାରୁଦ୍ଦିନ ଅହମ୍ମଦ,ଅଭିମନ୍ୟୁ ପାତ୍ର  ବିଜୟାଲଷ୍ମୀ ମହାନ୍ତି, ସୁନାରାମ ଟୁଡୁ, ବାସନ୍ତୀ ଦାସ, ଭାରତୀ ପରିଡା, ମାଳତୀ ଟୁଡୁ, ସଞ୍ଜୁଲତା ବାରିକ, ଲଷ୍ମୀଧର ପାତ୍ର  ପ୍ରମୁଖ ଏହି ଘେରାଉ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ କି ଆମ ରାଜ୍ୟ ଅନ୍ୟ ରାଜ୍ୟକୁ ବଳକା ବିଦ୍ୟୁତ ବିକ୍ରି କରୁଥିବା ବେଳେ ସେହି ରାଜ୍ୟ ମାନେ 50ୟୁନିଟ ପର୍ଯ୍ୟନ୍ତ ଶୁଳ୍କ ଛାଡ଼ କରିବା ଓ ୟୁନିଟ ପିଛା ୧ ଟଙ୍କାରେ ଦେଉଥିବା ବେଳେ ଆମ ରାଜ୍ୟ ସରକାର ବଡ଼ ବଡ଼ କର୍ପୋରେଟ ହାଉସ କୁ ଅନୁକମ୍ପା ଦେଖାଇ ବିଦ୍ୟୁତ ଶୁଳ୍କ ଛାଡ଼ କରୁଥିବା ବେଳେ ସାଧାରଣ ଉପଭୋକ୍ତା ମାନଙ୍କ ତ୍ରୁଟି ପୂର୍ଣ୍ଣ ବିଲ କୁ ସଂଶୋଧନ ନକରି ବିଦ୍ୟୁତ ସଂଯୋଗ ବିଛିନ୍ନ କରିବା ଘଟଣା ବିଦ୍ୟୁତ ଗ୍ରାହକ ଅଧିକାର ଆଇନ କୁ ବିରୁଦ୍ଧାଚରଣ କରୁଅଛି !ଶେଷରେ ଆଇ ଏନ ଟି ୟୁ ସି ଓ ସି ଆଇ ଟି ୟୁ ର ଏକ ପ୍ରତିନିଧି ଦଳ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ତୁରନ୍ତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଦାବି ନିମନ୍ତେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଯଦି ସରକାର ତୁରନ୍ତ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ନ କରନ୍ତି ଆଗାମୀ ଦିନରେ ଗାଁ ରୁ ସହର ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ସାଧାରଣ ଉପଭୋକ୍ତା ମାନଙ୍କୁ ନେଇ ଜନ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଶ୍ରୀ ମହାନ୍ତି ଓ ଶ୍ରୀ ନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି । 
 
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close