ବ୍ୟାସନଗର ବରିଷ୍ଠ ନାଗରିକ ମଂଚ କାର୍ଯ୍ୟାଳୟରେ ଯୋଗ ଶିବିରର ୦୩ ବର୍ଷ ପୂର୍ତି ଉତ୍ସବ ପାଳିତ

ବ୍ୟାସନଗର,୦୫/୪(ସୁମନ କୁମାର ରାୟଙ୍କ ଠାରୁ): ବ୍ୟାସନଗର ପୈାରାଂଚଳରେ ବିଭିନ୍ନ ପ୍ରକାରର ସେବାମୂଳକ ଓ ସାମାଜିକ କାର୍ଯ୍ୟକ୍ରମ ଜାରୀ ରଖିଥିବା ‘ବ୍ୟାସନଗର ବରିଷ୍ଠ ନାଗରିକ ମଂଚ’ ଆଜି ଯୋଗ ଶିବିରର ୦୩ ବର୍ଷ ପୂରଣ ଅବସରରେ ଏକ ବିଶେଷ ଉତ୍ସବ ପାଳନ କରିଛି । କରୋନା କଟକଣା ପାଇଁ ହୋଇଥିବା ସଟ୍‌ଡ଼ାଉନ ଓ ଲକ୍‌ଡାଉନକୁ ଛାଡି ଅନ୍ୟ ସମୟରେ ଦୀର୍ଘ ୦୩ ବର୍ଷ ଧରି ମଂଚ କାର୍ଯ୍ୟାଳୟରେ ଯୋଗ ଶିବିର ପରିଚାଳିତ ହୋଇଆସୁଥିଲା । ଆଜି ସୋମବାର ଏହି ଶିବିରର ୦୩ବର୍ଷ ପୂରଣ ହୋଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଥିଲେ ଯେ କରୋନା ପରିସ୍ଥିତିରେ ଯୋଗ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ଆମ ନିରାମୟ ସ୍ୱାସ୍ଥ୍ୟ ପାଇଁ ଯୋଗ ଅପରିହାର୍ଯ୍ୟ ଅଟେ । ବିନା ଦେୟରେ ପତଞ୍ଜଳି ଯୋଗ ସମିତି ସହାୟତାରେ ବରିଷ୍ଠ ଯୋଗ ଶିକ୍ଷକ ବଟକୃଷ୍ଣ ପ୍ରଧାନ, ଧ୍ରୃବଚରଣ କର ଆଦିଙ୍କୁ ନେଇ ନିରନ୍ତର ଯୋଗ ଶିକ୍ଷା ପ୍ରଦାନ କରିଆସୁଥିବାରୁ ଉଭୟ ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ଓ ପତଞ୍ଜଳି ଯୋଗ ସମିତି ସହରରେ ଉଦାହରଣ ସୃଷ୍ଟି କରି ଧନ୍ୟବାଦର ପାତ୍ର ହୋଇଛନ୍ତି ବୋଲି ସେ କହିଥିଲେ । ପ୍ରଥମେ ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଯୋଗ ଶିବିରର ଆୟୋଜନ ଓ ଆବଶ୍ୟକତା ଉପରେ ସୂଚନା ପ୍ରଦାନ ସହ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଏଥିରେ ବ୍ୟାସନଗର ଯୋଗ ପ୍ରଭାରୀ ଧ୍ରୃବଚରଣ କର, ବରିଷ୍ଠ ଯୋଗ ଶିକ୍ଷକ ବଟକୃଷ୍ଣ ପ୍ରଧାନ, ବିଭୀଷଣ ନାୟକ, ମଂଚର ବରିଷ୍ଠ କର୍ମକର୍ତା ଲମ୍ବୋଦର ମଲ୍ଲିକ, ମହେଶ୍ୱର ପ୍ରଧାନ, କୈଳାସ ଚନ୍ଦ୍ର ବେହେରା, ଅରୁଣା ଖଣ୍ଡାଇ, ସନାତନ ମଲ୍ଲିକ, ବିକାଶ ରଂଜନ କର, ବରିଷ୍ଠ ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତି, ବିନୋଦିନୀ ବଳ, ସନ୍ଧ୍ୟାରାଣୀ ଜେନା, ଅଞ୍ଜଳି ସାହୁ, ଗୀତା ମହାପାତ୍ର, ଚିନ୍ତାମଣି ସାମଲ, ଦୀପକ ମଲ୍ଲିକ ପ୍ରମୁଖ ଯୋଗ ଦେଇ ଯୋଗ ଶିବିରର ଉପକାରିତା ଉପରେ ଆଲୋକପାତ କରିବା ସହ ଶିବିର ଆୟୋଜନରେ ମଂଚର ସଂପାଦକ ଶ୍ରୀ ସାମଲଙ୍କ ସହଯୋଗର ଭୂୟସୀ ପ୍ରଂଶସା କରିଥିଲେ । ଏହି ଅବସରରେ ଯୋଗ ଗୁରୁ ବଟକୃଷ୍ଟ ପ୍ରଧାନଙ୍କୁ ତାଙ୍କ ଉଲ୍ଲେଖନୀୟ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ମଂଚର ଉପଦେଷ୍ଟା, ନୋଟାରୀ ପବ୍ଲିକ ତଥା ରୋଟାରିଆନ ଲୋକନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close