ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବି, ନେସ୍କୋ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ ଏପ୍ରିଲ ୫ରେ

ବ୍ୟାସନଗର ; ୦୩/୦୪ (ବସନ୍ତ କୁୁୁମାର ପାତ୍ରଙ୍କ ଠାରୁ):  ରାଜ୍ୟ ସରକାର ମହାମାରୀ କରୋନା ସମୟରେ ବିଦ୍ୟୁତ ଗ୍ରାହକ ମାନଙ୍କ ଅର୍ଥନୈତିକ ଅବସ୍ଥା ଶୋଚନୀୟ ଥିବାବେଳେ ୬ ମାସ ପୂର୍ବରୁ ପ୍ରତ୍ୟେକ ୟୁନିଟ ପିଛା ୨୦ପଇସା ବୃଦ୍ଧି କରିଥିବା ବେଳେ ଏବେ ଟାଟା ପାୱାରକୁ ହସ୍ତାନ୍ତର ପୂର୍ବରୁ ପୁନର୍ବାର ୟୁନିଟ ପିଛା ୩୦ପଇସା ବୃଦ୍ଧି କରିବା ବେଡି ଉପରେ କୋରଡ଼ା ମାଡ଼ ସଦୃଶ ଏହାର ପ୍ରତିବାଦରେ  ଆଇ ଏନ ଟି ୟୁ ସି ଏଵଂ ସି ଆଇ ଟି ୟୁ ପକ୍ଷରୁ ଏହାକୁ ପ୍ରତ୍ୟାହାର ଦାବିରେ ଆଇ ଏନ ଟି ୟୁ ସି ର ରାଜ୍ୟ ଉପ ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧକ୍ଷ୍ୟତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସି ଆଇ ଟି ୟୁର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଆଇ ଏନ ଟି ୟୁ ସିର ଜିଲ୍ଲା ସହ ସମ୍ପାଦକ ପରମାନନ୍ଦ ସେଠୀ, ସି ଆଇ ଟି ୟୁ ର ଧୀରେନ୍ଦ୍ର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ଏଭଳି ପୁଟୁଳି ଟିକସ ବୃଦ୍ଧି କରି ସମସ୍ତ ଚାଷୀ, ଶ୍ରମିକ, କର୍ମଚାରୀ, କ୍ଷୁଦ୍ର ବ୍ୟବସାୟୀ ତଥା ବିଦ୍ୟୁତ ଉପଭୋକ୍ତା ମାନଙ୍କ ପ୍ରତି ଶକ୍ତ ଆଘାତ ବୋଲି ମିଳିତ ୟୁନିଅନ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଏଠାରେ ସୂଚନା ଯୋଗ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଅହେତୁକ ଟିକସ ବୃଦ୍ଧି ଫଳରେ ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଅହେତୁକ ଦର ବୃଦ୍ଧି ହୋଇଥିବା ବେଳେ ବଡ଼ ବଡ଼ କର୍ପୋରେଟ ହାଉସକୁ ଅନୁକମ୍ପା ଦେଖାଇ କୋଟି କୋଟି ଟଙ୍କା ବିଦ୍ୟୁତ ଶୁଳ୍କ ଛାଡ଼ କରୁଥିବା ବେଳେ ସାଧାରଣ ଲୋକେ କରୋନା ସମୟରେ ଆର୍ଥିକ ସଙ୍କଟରେ ସମ୍ମୁଖୀନ ହେଉଥିବା ସମୟରେ ବିଦ୍ୟୁତ ଶୁଳ୍କ ଆଦାୟ ନାମରେ ଗ୍ରାହକଙ୍କ ଉପରେ ଜୋର ଜୁଲମ କରି ବିଦ୍ୟୁତ ସଂଯୋଗ ବିଛିନ୍ନ କରିବା ନେସ୍କୋ ଓ ଟାଟା ପାୱାରଙ୍କ ମଧ୍ୟରେ ହୋଇଥିବା ମଧୁଚନ୍ଦ୍ରିକାକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଥିବା ଘଟଣା ପଦାରେ ପଡିଯାଇଛି । ରାଜ୍ୟ ସରକାରଙ୍କର ବିଦ୍ୟୁତ ଗ୍ରାହକଙ୍କ ପ୍ରତି ହେଉଥିବା ଆର୍ଥିକ ବୋଝ ତଥା ଅନ୍ୟାୟ ଭାବେ ପୁନର୍ବାର ୟୁନିଟ ପିଛା ୩୦ପଇସା ବୃଦ୍ଧିକୁ ପ୍ରତ୍ୟାହାର ନ କଲେ ଆସନ୍ତା ଏପ୍ରିଲ ୫ତାରିଖ ଯାଜପୁର ରୋଡ ସ୍ଥିତ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀ ମହାନ୍ତି ଓ ଶ୍ରୀ ନାୟକ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close