୯୦ତମ ଫାସି ଦିବସ ପାଳନ କଲା ଭଗତ ସିଂ ସ୍ମୃତି ସଂସଦ
ବ୍ୟାସନଗର ; ୨୩/୦୩ (ଉ.ପ୍ର) : ମହାନ ବିପ୍ଲବୀ କ୍ରାନ୍ତିକାରୀ ଶହୀଦ ଭଗତ ସିଂ, ସୁଖଦେବ, ରାଜଗୁରୁଙ୍କ ୯୦ତମ ଫାସି ଦିବସ ପାଳନ ପରିପ୍ରେକ୍ଷୀରେ ଭଗତ ସିଂ ସ୍ମୃତି ସଂସଦ ନେତାଜୀ ନଗର ଡୋଲୀପୁର ତରଫରୁ ଝାଟିଆସାହିସ୍ଥିତ ଅଭିମନ୍ୟୁ କଳା ମଣ୍ଡପ ପରିସରରେ ସ୍ମୃତି ସଂସଦର ସଭାପତି ଶ୍ରମିକ ନେତା ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା ଯଥା ପ୍ରତିଯୋଗିତା, ଆଲୋଚନା ସଭା ଓ ଦେଶାତ୍ମାବୋଧକ କାର୍ଯ୍ୟକ୍ରମ କରାଯାଇଥିଲା । ମହାନ ବିପ୍ଲବୀ ଶହୀଦ ଭଗତ ସିଂ ଶୀର୍ଷକ ଆଲୋଚନା ସଭାକୁ ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ରସାନନ୍ଦ ମହାନ୍ତି ଉଦଘାଟନ କରିଥିଲେ । ଉକ୍ତ ସଭାରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି, ପୂର୍ବତ୍ତନ ପୌରାଧ୍ୟକ୍ଷ୍ୟା ଶ୍ରୀମତୀ ସବିତା ରାଉତ, ବରିଷ୍ଠ ଆଇନଜୀବି ଗୋକୁଳାନନ୍ଦ ମହାନ୍ତି, ଶିକ୍ଷକନେତା ଦୁଷ୍ମନ୍ତ କୁମାର ନାୟକ, ଆମ୍ବେଦକର ସ୍ମୃତି ସଂସଦର ସମ୍ପାଦକ ବାବୁଲାଲ ଗୁରୁ, ସାଇ ନାଟ୍ୟ ପରିଷଦର ବିକାଶ ଦାସ ପ୍ରମୁଖ ଆଲୋଚନା ସଭାରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଆଜି ସମଗ୍ର ଭାରତ ବର୍ଷରେ କେନ୍ଦ୍ରର ବି ଜେ ପି ସରକାର ଭଗତ ସିଂ ଙ୍କ ସ୍ବପ୍ନକୁ ଧୂଳିସାତ କରି ଶ୍ରମିକ ବିରୁଦ୍ଧରେ ଶ୍ରମ ଆଇନ ଆଣିବା, କୃଷକ ଙ୍କ ବିରୁଦ୍ଧରେ ନୂତନ କୃଷୀ ନୀତି ଆଣିବା ଏବଂ ଉତ୍କଟ ବେକାରୀ ସମସ୍ୟା ଓ ଦରଦାମ ବୃଦ୍ଧି କୁ ବକ୍ତା ମାନେ ନିଜ ନିଜର ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ । ଭଗତ ସିଂ ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖିବାର ଚିନ୍ତା କରୁଥିବା ବେଳେ ଆଜି ମୋଦି ସରକାର ଧର୍ମ ଓ ଜାତି ନାମରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରିବାକୁ ବକ୍ତାମାନେ ନାପସନ୍ଦ କରିଛନ୍ତି । ଏହା ବିରୋଧରେ ଆନ୍ଦୋଳନକୁ ତୀବ୍ରତର କରାଗଲେ ଭଗତ ସିଂହ ସୁଖଦେବ, ରାଜଗୁରୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ସଭା ପୂର୍ବରୁ ସାଇ ନାଟ୍ୟ ପରିଷଦ ପକ୍ଷରୁ ଚନ୍ଦନ ଦାସଙ୍କ ଦ୍ୱାରା ଦେଶାତ୍ମବୋଧ ନୃତ୍ୟ ଓ ସଂଗୀତ ଗାନ କରାଯାଇଥିଲା । ଆଇ ଏନ ଟି ୟୁ ସି ର ସହ ସମ୍ପାଦକ ପରମାନନ୍ଦ ସେଠୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ସ୍ମୃତି ସଂସଦର ସହ ସମ୍ପାଦକ ଧୀରେନ୍ଦ୍ର ବେହେରା ପ୍ରାରମ୍ଭିକ ସୂଚନା ଦେଇଥିଲେ । ସଂସଦ ତରଫରୁ ଉକ୍ତ କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ଦାସ, ସନ୍ତୋଷ କୁମାର ବରାଳ, ବେବିନା ଜେନା, ମାଳତୀ ଟୁଡୁ, ମିନତୀ ମିଶ୍ର, ଏସ କେ ଇମତାଜ, ପଦ୍ମାବତୀ କିସକୁ ପ୍ରମୁଖ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସଭା ଶେଷରେ ସଭାପତି ପ୍ରଫୁଲ୍ଲ ନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଶହୀଦ ଭଗତ ସିଂ ଙ୍କ ପ୍ରତିମୂର୍ତ୍ତି ନେତାଜୀ ନଗର ଡୋଲୀପୁରରେ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଉକ୍ତ ପ୍ରସ୍ତାବକୁ ସମସ୍ତ ଅତିଥି ମାନେ ସମର୍ଥନ କରିଥିଲେ ।