ପଂଚୁ ଦୋଳ ଓ ହୋଲି ଉତ୍ସବ ପାଳନ ଉପରେ ସମାଜସେବୀ ଓ ରାଜନେତା ରାମଚନ୍ଦ୍ରଙ୍କ ମତାମତ

କୋରେଇ, ୨୧ା୩ : ଯାଜପୁର ଜିଲ୍ଲାର ଜଣେ ବିଶିଷ୍ଟ ସମାଜସେବୀ, ସାମ୍ବାଦିକ, ରାଜନେତା ତଥା ଯାଦବ ନେତା ରାମଚନ୍ଦ୍ର ବାରିକ ତାଙ୍କ ନିଜସ୍ୱ ଉଦ୍ୟମରେ ବହୁ ସମାଜସେବା କରୁଥିବାର ଦେଖାଯାଏ । ବିଭିନ୍ନ ପ୍ରସଙ୍ଗରେ ସେ ମଧ୍ୟ ନିଜର ମତାମତ ରଖିଥାନ୍ତି । ପୁଣି ଦେଶର ବିଭିନ୍ନ ସ୍ଥାନରେ କରୋନା ବ୍ୟାପୁଥିବା ବେଳେ ରାଜ୍ୟରେ କରୋନା ପୁଣି ତା’ର କାୟା ମେଲାଇବାର ସମ୍ଭାବନା ଥିବାରୁ ସରକାରୀ ସ୍ତରରେ କଟକଣା ଲାଗୁ ହୋଇଛି । ହୋଲିରେ ରଂଗ ଖେଳକୁ ସଙ୍କୁଚିତ କରିବା ପାଇଁ ନିୟମାବଳୀ ପ୍ରସ୍ତୁତ ହୋଇଛି । ସର୍ବସାଧାରଣ ସ୍ଥାନ, ରାସ୍ତାରେ ରଂଗ ଖେଳକୁ ବାରଣ କରାଯିବାର ଯୋଜନା ହୋଇଛି । ଶ୍ରୀ ବାରିକ ପାଣିକୋଇଲି ଅଂଚଳରେ ଜଣେ ପରୋପକାରୀ ବ୍ୟକ୍ତି ଭାବେ ବେଶ ପରିଚିତ । ପଂଚୁ ଦୋଳ ଓ ହୋଲି ଉତ୍ସବ ପାଳନ ଉପରେ ରାମଚନ୍ଦ୍ର ତାଙ୍କର ମତାମତ ଏଠାରେ ରଖିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close