ଯୁବକଙ୍କୁ ପିଟି ପିଟି ହତ୍ୟା

ଭଦ୍ରକ;୧୭/୦୩ ( ଶିବ ଶଙ୍କର ପଣ୍ଡାଙ୍କ ଠାରୁ) : ପୂର୍ବ ଶତ୍ରୁତା ସହିତ ଜମି ବାଡ଼ି ଘଟଣା କୁ କେନ୍ଦ୍ର କରି ମା ଆଗରେ ଯୁବକଙ୍କୁ ଶାବଳ ଓ ବାଡ଼ିରେ ପିଟି ପିଟି ମାରି ଦେଲେ ଆକ୍ରମଣ କାରି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଜମୁକୁନ୍ଦପୁର ବେହେରା ସାହିରେ। ଏହି ସାହିର ସଂଜିତ ବେହେରାଙ୍କ ପରିବାର ସେହି ସାହିର ଲଷ୍ମୀଧର ବେହେରାଙ୍କ ପରିବାର ମଧ୍ୟରେ ଜମିଜମା ଘଟଣାକୁ ନେଇ ପୂର୍ବରୁ ଝମିଲା ହୋଇଥିଲା ଓ ଥାନାରେ ସମାଧାନ ହୋଇଥିଲା। ତେବେ ଆଜି ହଠାତ ଲଷ୍ମୀଧରଙ୍କ ପରିବାର ଲୋକ ମାନେ ସଙ୍ଘ ବଦ୍ଧ ଭାବେ ଆସି ସଂଜିତ ବେହେରାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ। ଏପରିକି ସଂଜିତଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡ଼ି ଓ ଶାବଳରେ ଆକ୍ରମଣ କରିଥିଲେ। ଏଥିରେ ପ୍ରତିବାଦ କରିବାରୁ ତାଙ୍କ ମା ଓ ଭାଉଜଙ୍କୁ ମଧ୍ୟ ସେମାନେ ଆକ୍ରମଣ କରି ଗୁରୁତର କରି ଦେଇଥିଲେ। ଏହି ୩ଜଣଙ୍କୁ ଗ୍ରାମବାସୀ ମାନେ ତୁରନ୍ତ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା ବେଳେ ଏଠାରେ ଡାକ୍ତର ସଂଜିତଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଚିକିସ୍ଥିତ ହେଉଛନ୍ତି।ଏହି ଖବର ସମ୍ପୃକ୍ତ ଅଂଚଳରେ ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଥିଲା ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close