ମାକାଳିତ୍ରାଙ୍କ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ
ଭଦ୍ରକ;୧୫/୦୩ (ଶିବ ଶଙ୍କର ପଣ୍ଡାଙ୍କ ଠାରୁ):
ଭଦ୍ରକ ଜିଲ୍ଲା ବହୁଦରଡ଼ାପଞ୍ଚାୟତ ଅଧୀନରେ ଥିବା ମାକାଳିତ୍ରାଙ୍କ ପୀଠ ଓ ପଞ୍ଚାୟତର ନାନାଦି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି |ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ କରକମଳରେ ସମାହିତ ହୋଇଛି। ସମସ୍ତ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବହୁ ଆଗଧାଡିର ନେତା, ସ୍ଥାନୀୟ ବାସିନ୍ଦାଙ୍କ ସମେତ ବହୁଦରଡ଼ା ପଞ୍ଚାୟତର ସରପଞ୍ଚ ତଥା ଜିଲ୍ଲା ବିଜୁ ଯୁବଜନତା ଦଳ ସଭାପତି ମୁକୁନ୍ଦଦେବ ସାମଲ, ପଞ୍ଚାୟତ ସମିତି ସଭ୍ୟା ସବିତା ମହାପତ୍ର ପ୍ରମୁଖ ଉପସ୍ଥିତ ଥିଲେ |ପ୍ରତେକ ମୁହୁର୍ତରେ ଭଦ୍ରକ ବିଧାୟକ ଓ ସାଂସଦଙ୍କ ଭଦ୍ରକ ଉନ୍ନତିକରଣ କାର୍ଯ୍ୟକୁ ଭଦ୍ରକ ବାସି ଓ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି |
Live Share Market