ଘରୋଇ ବିଦ୍ୟାଳୟଗୁଡିକ ଫି ଛାଡ଼ ଦାବିରେ ଓଡ଼ିଶା ଅଭିଭାବକ ମହାସଂଘର ଯାଜପୁରରୋଡ଼ରେ ସାମ୍ୱାଦିକ ସମ୍ମିଳନୀ

ବ୍ୟାସନଗର; ୧୩/୦୩(ପଦ୍ମଲୋଚନ ନାୟକଙ୍କ ଠାରୁ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ କୋଭିଡ-୧୯ ସମୟରେ ସ୍କୁଲ ଫି ଛାଡ଼କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଯାଜପୁରରୋଡ଼ରେ ଥିବା କେତେକ ଘରୋଇ ସ୍କୁଲର ମାନମାନୀ ଫି ଆଦାୟ, ଫି ନଦେଲେ ପିଲାଙ୍କୁ ପରୀକ୍ଷା ଓ ଅନଲାଇନ ପାଠ ପଢ଼ାରୁ ବଞ୍ଚିତ କରିବା ଭଳି ଅନେକ ଅଭିଯୋଗ ଆସିବା ପରେ ଓଡିଶା ଅଭିଭାବକ ମହାସଂଘ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି। ସୂଚନାନୁଯାୟୀ ବ୍ୟାସନଗର ସ୍ଥିତ ରୋମାନ ଡୋଲିପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ ଏ ସମ୍ପର୍କରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ। ଉକ୍ତ ସଭାରେ ରାଜ୍ୟ ଉପାଧ୍ୟକ୍ଷ କୁଳମଣି ଧଳ, ଯାଜପୁର ଜିଲ୍ଲାର ଆବାହକ ସଞ୍ଜିତ କୁମାର ଜେନା, ସହ ଆବାହକ ଶିଶିର କୁମାର ରାଉତ, ଯୁଗ୍ମ ଆବାହକ ଅମୀୟ କୁମାର ଘଡେଇଙ୍କ କହିବାନୁସାରେ ଯାଜପୁର ଜିଲ୍ଲାର ବ୍ୟାସନଗର ପୋୖରାଞ୍ଚଳରେ ଥିବା କେତେକ ଘରୋଇ ବିଦ୍ୟାଳୟ ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରିବା ପରିଲକ୍ଷିତ ହୋଇଛି। ଉଚ୍ଚ ନ୍ୟାୟାଳୟର ଫି ଛାଡ଼ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ଜିଲ୍ଲାର ସମସ୍ତ ଘରୋଇ ସ୍କୁଲମାନଙ୍କୁ ଡାକି ଧବଳଗିରି ହାଇସ୍କୁଲ ଠାରେ ଏକ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ୱେ କେତେକ ଘରୋଇ ବିଦ୍ୟାଳୟ ଏହାକୁ ମାନୁ ନ ଥିବାର ମହାସଂଘ ଦାବି କରିଛି। ଏ ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ବାସୁଦେବ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ଟେଲିଫୋନ ଜରିଆରେ ଗତ ମାର୍ଚ୍ଚ ୪ ତାରିଖରେ ଏ ଦିଗରେ ବିହିତ ପଦକ୍ଷେପ ନେବାପାଇଁ ଅନୁରୋଧ କରିଥିଲେ। ଶ୍ରୀ ନାୟକ କହିଥିଲେ କି ଯେଉଁମାନେ ନିର୍ଦେଶନାମାକୁ ନ ମାନିବେ ଧାରା ୯ ଓ ୧୦ ସରକାରୀ ରିଜୋଲେସନ ୨୩ ସେପ୍ଟେମ୍ବର ୨୦୦୬ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏପରିକି ସ୍ୱୀକୃତି ପ୍ରତ୍ୟାହାର କରାଯିବ ବୋଲି ବୈଠକରେ କହିଥିଲେ। ଅଭିଭାବକ ମହାସଂଘ ନୂତନ ଶିକ୍ଷା ବର୍ଷରେ ବହି ତାଲିକା ପ୍ରଦାନ କରିବା, ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଗରିବ ଓ ଅନଗ୍ରସର ୨୫% ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବା ଭଳି ବିଭିନ୍ନ ନିର୍ଦ୍ଦେଶନାମାକୁ ପାଳନ କରିବାକୁ ଦାବି କରିଛି।


ଏହି ସମ୍ମିଳନୀ ପୂର୍ବରୁ ଡୁନ ସ୍କୁଲ, ଯାଜପୁରରୋଡ଼ ପ୍ରଥମ ବିଦ୍ୟାଳୟ ଭାବେ ସରକାରୀ ନିୟମକୁ ମାନି ସମସ୍ତ ଫି ଛାଡ କରିଥିବାରୁ ଏହାର ଅଧ୍ୟକ୍ଷ ରମେଶ କୁମାର ସାହୁ, ପ୍ରିନ୍ସିପାଲ ଇନ୍ଦ୍ରମଣି ଭୂୟାଁଙ୍କୁ ଅଭିଭାବକ ମହାସଂଘ କୃତଜ୍ଞତା ଜଣାଇଛି। ଏହି ବୈଠକରେ ଯାଜପୁର ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ନାୟକ, ଯୁଗ୍ମ ସମ୍ପାଦକ ସୁବ୍ରତ କୁମାର କେସି, କୋଷାଧ୍ୟକ୍ଷ ଗୟାଧର ବିଶ୍ୱାଳ, ମିହିର କୁମାର ଦାସ, ସତ୍ୟନାରାୟଣ ପଣ୍ଡା, ଅଜୟ କୁମାର ବେହେରା, ଦିଲୀପ ମାଝୀ, ବିନୋଦିନି ଦୋରା, ସମରେଶ କରଣ, ଶ୍ୱେତା ରାୟ, ସୁପ୍ରିୟା ଦାସ, ଶ୍ରାବଣୀ ସାହୁ, ମଞ୍ଜୁଶ୍ରୀ ରାଉତ, ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ବିଜୟ ସଂଗ୍ରାମ ସେନାପତି, ବିଜୟାନନ୍ଦ ମହାରଣା, ଅମୁଲ୍ୟ ରାଉତ, ଉମେଶ କୁମାର ରାଉତ, ପ୍ରିୟବ୍ରତ ପରିଡା, ପବିତ୍ର କୁମାର ରାଉତ, ରଞ୍ଜନ କୁମାର ଦାସ, ଜୟଜିତ ପରିଡା, ଶିଶିର କୁମାର, ସରୋଜ କୁମାର, ପବନ ସରାଫ ପ୍ରମୁଖ ସଦସ୍ୟବୃନ୍ଦ ସେଣ୍ଟ ଜାଭିଅର ହାଇସ୍କୁଲ, ବ୍ୟାସ ପବ୍ଲିକସ୍କୁଲ, ଜେମସ ସ୍କୁଲର ଉପସ୍ଥିତ ଥିଲେ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close