ଜିଲ୍ଲା ସଂସ୍କୃତି ପରିଷଦ ବୈଠକ ଅନୁଷ୍ଠିତ

ଯାଜପୁର, ୧୦ା୩: ମହାତ୍ମା ଗାନ୍ଧୀଙ୍କର ପ୍ରଥମ ଓଡିଶା ଆଗମନ ଘଟିଥିଲା ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ । ସେହିପରି ଯାଜପୁର ଜିଲ୍ଲାକୁ ୧୯୩୪ ମସିହା ମଇ ୨୧ ତାରିଖରେ ଗାନ୍ଧିଜୀ ପଦାର୍ପଣ କରିଥିଲେ । ତେଣୁ ଏହି ଦୁଇ କାର୍ଯ୍ୟକ୍ରମକୁ ସ୍ମରଣୀୟ ଭାବେ ଜିଲ୍ଲାରେ ପାଳନ କରାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଚକ୍ରୱର୍ତୀ ସିଂହ ରାଠୋର ସୂଚନା ଦେଇଚ୍ଥନ୍ତି । ଆଜି ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ରାଠୋର ଗାନ୍ଧିଜୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତିକୁ ସରକାର ପାଳନ କରିବା ସହ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମର ୧୨୫ ବର୍ଷ ପୂର୍ତି ଚଳିତ ବର୍ଷ ପାଳନ କରୁଚ୍ଥନ୍ତି ବୋଲି କହିଥିଲେ । ତେଣୁ ଏହାକୁ ବର୍ଷ ବ୍ୟାପି ବିବିଧ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବ । ମାର୍ଚ୍ଚ ୨୩ ରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଗାନ୍ଧୀଙ୍କ ଓଡିଶା ନାମରେ ଏକ ନାଟକ ନାଟ୍ୟ ନିର୍ଦ୍ଦେଶକ ନରୋତମ ପରିଡାଙ୍କ ନିର୍ଦ୍ଦେଶନାରେ ଗୈାତମ ବୁଦ୍ଧ ସଂସ୍କୃତି ଭବନରେ ପରିବେଷଣ କରାଯିବ । ସେହିପରି ମେ ୨୧ ରେ ବୈରୀ ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସେ କହିଥିଲେ । ଏହି ନାଟକରେ ଯାଜପୁରକୁ ଗାନ୍ଧୀଙ୍କ ଆଗମନ ଓ ତାଙ୍କର କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ଭିତିକ ଅଭିନୟ ବା ସୂଚନା ରହିବ । ଜାତୀୟ ରାଜପଥରେ ଯାଜପୁରକୁ ମାର୍ଗଦର୍ଶୀ ସାଇନ୍ ବୋର୍ଡ ଲଗାଯିବା ସଂପର୍କରେ ସଦସ୍ୟମାନେ ମତ ଦେଇଥିଲେ । ଜାତୀୟ ରାଜପଥର ମରାମତି କାର୍ଯ୍ୟ ଚାଲୁ ରହିଚ୍ଥି । ଏହାର ପୂର୍ଣ୍ଣାଙ୍ଗ ହେଲେ ନିୟମ ଅନୁସାରେ ସାଇନ୍ ଏଜ୍ ବା ସୂଚନା ପଂଳକ ନିଶ୍ଚିତ ସ୍ଥାନୀତ ହେବ ବୋଲି ସେ ସୂଚନା ଦେଇଥିଲେ । ଅପର ପକ୍ଷରେ ମାର୍ଚ୍ଚ ୨୩ ତାରିଖ ଠାରୁ ମେ ୨୧ ତାରିଖ ପର୍ଯ୍ୟନ୍ତ ଯାଜପୁର ଓ ବ୍ୟାସନଗର ଗାନ୍ଧୀ ଚ୍ଥକକୁ ସଜ୍ଜିତ କରାଯିବାକୁ ସେ ପୈାର କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ସଂସ୍କୃତି ପରିଷଦର ସଦସ୍ୟମାନଙ୍କ ସହଯୋଗ ଓ ପରାମର୍ଶ କ୍ରମେ ଜିଲ୍ଲାର ସଂସ୍କୃତିକୁ ଅଧିକ ପରିବ୍ୟାପ୍ତ କରାଯିବ ବୋଲି କହିଥିଲେ । ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱାଗତ ଓ ବୈଠକର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଗାନ୍ଧି କମିଟିର ସଦସ୍ୟ ସ୍ୱର୍ଗତ ଗୁଣନିଧି ଗୁରୁଙ୍କ ବିୟୋଗରେ ବୈଠକ ପ୍ରାରମ୍ଭରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ସଂସ୍କୃତି ପରିଷଦର ଉପଦେଷ୍ଟା ଡଃ ଜ୍ଞାନ ରଂଜନ ପତି, ଡଃ ରୁଦ୍ର ନାରାୟଣ ପୃଷ୍ଟି, ଡଃ ସୂର୍ଯ୍ୟମଣି ଖୁଣ୍ଟିଆ, ସଦସ୍ୟା ସଂଯୁକ୍ତା ମହାପାତ୍ର, ସଦସ୍ୟ ସୁବ୍ରତ କୁମାର ଦାସ, ବଟକୃଷ୍ଣ ମହାପାତ୍ର, ଶୁଭେନ୍ଦୁ କୁମାର ଭୂୟାଁ, ଦୟାନିଧି ନାୟକ, ବାଇଧର ମାଝୀ, ଡଃ ବିକ୍ରମ କୁମାର ମହାପାତ୍ର, ବିରଜା ବଳ, ନରୋତମ ପରିଡା, ମହେଶ୍ୱର ଓଝା, ରମାକାନ୍ତ ସାହୁ, ହରିହର ସ୍ୱାଇଁ, ସନ୍ତୋଷ କୁମାର ନନ୍ଦ, ପ୍ରିୟ ରଂଜନ କର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close