ଶିକ୍ଷା ବୃତ୍ତି ନେବାକୁ ଆସିଥିବା ଜନୈକାଙ୍କ ସହ ଗଣଦୁଷ୍କର୍ମ

ଯାଜପୁର;୦୯/୦୩(ଶୁଭେନ୍ଦୁ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଶିକ୍ଷାବୃତ୍ତି ନେବାକୁ ଆସିଥିବା ଜନୈକା ଯୁକ୍ତ ଦୁଇ ନାବାଳିକା ଛାତ୍ରୀଙ୍କୁ ଚାରିଜଣ ଯୁବକ ଜଣ ଜଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଗତ 7ତାରିଖ ଡୁବୁରୀ ଅଞ୍ଚଳର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଜର କଲେଜ ପଢୁଆ ଯୁବକ ବନ୍ଧୁ ସହ ବ୍ରହ୍ମଣୀପାଳ ସ୍ଥିତ ଏକ ଘରୋଇ କାରଖାନାକୁ ମେଧାବୀ ଛାତ୍ରୀବୃତ୍ତି ନେବାକୁ ଆସିଥିବା ବେଳେ କୌଣସି କାରଣରୁ ସେମାନେ କାଳିଆପାଣିରେ ରାତିରେ ରହିଥିଲେ ଏବଂ କାଳିଆପାଣି ବଜାରକୁ ଯାଉଥିବା ସମୟରେ କାଳିଆପାଣି ଖଣି ଅଞ୍ଚଳର କଲରଙ୍ଗୀ ନିକଟରେ ସେମାନଙ୍କୁ ଫଲୋ କରି ପଛେ ପଛେ ଯାଇଥିଲେ । ସମ୍ପୃକ୍ତ ଚାରିଜଣ ଦୁର୍ବୃତ୍ତ ନିଛାଟିଆ ରାସ୍ତାରେ ଅଟକାଇ ନାବାଳିକାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ଅସହାୟ ଅବସ୍ଥାରେ ଛାତ୍ରୀ ଜଣକ ନିରୁପାୟ ହୋଇ ଅର୍ଦ୍ଧ ନଗ୍ନ ଅବସ୍ଥାରେ ନିକଟରେ ଥିବା ଜଣେ ମହିଳା ହୋମଗାର୍ଡଙ୍କ ଘରେ ଦୌଡ଼ି ଦୌଡ଼ି ପଶିଯାଇଥିଲେ। ହୋମଗାର୍ଡଙ୍କ ପାଖରୁ ଖବର ପାଇ କାଳିଆପାଣି ପୋଲିସ ରାତି ସାରା ଖୋଜାଖୋଜି କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ OISFର ରୋଷେୟା ଭାବେ କାମ କରୁଥିବା ସନ୍ତୋଷ ପୃଷ୍ଟି, ସତ୍ୟବ୍ରତ ବେହେରା ଓରଫ୍ ବବଲୁ, ଉମେଶ ଚନ୍ଦ୍ର ମହାନ୍ତ ଓରଫ୍ ସିଲୁ ଓ ରବି ନାଏକ ନାମକ 4ଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ସୂଚନା ମିଳିଛି। ସନ୍ତୋଷର ବୟସ 31 ହୋଇଥିବା ବେଳେ ଅନ୍ୟମାନଙ୍କ ବୟସ 20 ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close