ପଞ୍ଚାୟତିରାଜ ଓ ଲୋକସେବା ଦିବସରେ ଟାଟାଷ୍ଟିଲ ତରଫରୁ ମାଉଣ୍ଟ ଲିଟେରା ଜି ସ୍କୁଲରେ ୫୦ତମ ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହ ପାଳିତ

ବ୍ୟାସନଗର;୦୫/୦୩(ନି.ପ୍ର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡ଼ିଶାର ନିର୍ମାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଜୟନ୍ତୀ ଅବସରରେ ଟାଟାଷ୍ଟିଲ କଳିଙ୍ଗନଗର ତରଫରୁ ମାଉଣ୍ଟ ଲିଟେରା ଜି ସ୍କୁଲ ଠାରେ ୫୦ତମ ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହରେ ଟାଟାଷ୍ଟିଲର ସେଫ୍ଟି ମ୍ୟାନେଜର ମୁକେଶ ସିଂ, ଜି ସ୍କୁଲର ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପାଧ୍ୟକ୍ଷ ସୁକାନ୍ତ କୁମାର ତ୍ରିପାଠୀ ପ୍ରମୁଖ ବିଜୁବାବୁଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଏହି ଅବସରରେ ଅଗ୍ନି ନିରାପତ୍ତା ବିଭାଗର ବହୁ ସୁରକ୍ଷା କର୍ମୀ ଯୋଗଦେଇଥିଲେ।

କୋଭିଡ କଟକଣା ସତ୍ୱେ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଅଗ୍ନି ନିରାପତ୍ତା ବିଭାଗ ପକ୍ଷରୁ ପିଲାମାନଙ୍କୁ ସୁରକ୍ଷା ବିଷୟରେ ସଚେତନତା କରାଇଥିଲେ। ବିପତ୍ତି ସମୟରେ କିଭଳି ନିଜକୁ ସୁରକ୍ଷା ରଖିବା ସହ ସମସ୍ତଙ୍କୁ ସୁରକ୍ଷା ଦେଇପାରିବା ଏ ସମ୍ପର୍କରେ ମୁକେଶ ସିଂ ବିଶେଷ ବିବରଣୀ ଦେବାସହ ଡିଜିଟାଲ ମାଧ୍ୟମରେ ଅନେକ ପ୍ରଶିକ୍ଷଣ ଶୈଳୀ ପ୍ରୋଜେକ୍ଟର ଜରିଆରେ ଦେଖାଇଥିଲେ। ଆକସ୍ମିକ ଦୁର୍ଘଟଣା ସମୟରେ କିଭଳି ନିଜକୁ ସୁରକ୍ଷା ଦେଇପାରିବା ଏ ସମ୍ପର୍କରେ ମଧ୍ୟ ବକ୍ତବ୍ୟ ଦେଇଥିଲେ।ନିଆଁ କୁ କିଭଳି ଭାବରେ ଆୟତ୍ତ କରାଯାଇପାରିବ ଅଗ୍ନି ସୁରକ୍ଷା କର୍ମୀ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।ଏହି ଅବସରରେ ସ୍କାଉଟ ଗାଇଡ଼ ମାଷ୍ଟର ଶ୍ରୀମନ୍ତ କୁମାର ରାୟ ପରିଚାଳନା ଦାୟିତ୍ବ ନିଭାଇବା ସହ ସ୍କାଉଟ ଓ ସ୍କାଉଟ ଗାଇଡ଼ର ଛାତ୍ର ଛାତ୍ରୀ ମାନଙ୍କୁ ବିଶେଷ ଦାୟିତ୍ୱ ପ୍ରଦାନ କରିଥିଲେ। ପ୍ରଶାସନିକ ଅଧିକାରୀ ଶ୍ରୀ ସିଂ ଙ୍କୁ ମେଡାଲ ଦେବା ସହ ପୁଷ୍ପଗୁଚ୍ଛରେ ସମ୍ବର୍ଦ୍ଧନା କରିଥିଲେ।ଉକ୍ତ ସଭାରେ ବିଦ୍ୟାଳୟର ବଲବୀର ସିଂ,ସୋନିଆ ବେଦି, ଵିଦ୍ୟାଧର ପରିଡା,ଅର୍ଯ୍ୟନ୍ର ରାଉତ,ତୁଷାର ରଞ୍ଜନ,ଉଦୟ କୁମାର ଓଝା,ଅମୀୟ କୁମାର ପ୍ରମୁଖ ଯୋଗଦେଇ ଶାନ୍ତି ଶୃଙ୍ଖଳା ଭାବରେ ପରିଚାଳନା କରିଥିଲେ।ଶେଷରେ ସୁକାନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close