ଚଣ୍ଡିଖୋଲ ନିକଟ ବେଣାପୁରରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର

ପଟୁଣିଆ,୦୪/୩(ଅନୀଲ କୁମାର ସାମନ୍ତରାୟଙ୍କ ଠାରୁ): ଚଣ୍ଡିଖୋଲ-ପାରାଦୀପ ଜାତୀୟ ୫ନଂ. ରାଜପଥର ବେଣାପୁର ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ ରାତ୍ରୀ ଡ଼୍ୟୁଟି କରିବା ପାଇଁ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପଟୁଣିଆ ପଂଚାୟତ ନଛିପୁର ଗ୍ରାମର ସନ୍ତୋଷ ନାୟକ ୪୦ବର୍ଷ ଓ ଅରୀକ୍ଷିତ ଦଳାଇ ୫୫ ବର୍ଷ ନାମକ ୦୨ଜଣ ଦୀନ ମଜରିଆ ଶ୍ରମିକ ସାଥି ହୋଇ ଏକ ସ୍କୁଟି ଯୋଗେ ଧାନମଣ୍ଡଳର ଓସିଲକୁ କାମ କରିବାକୁ ଯାଉଥିବା ବେଳେ ବାଲିଚନ୍ଦ୍ରପୁର ଆଡୁ ଆସୁଥିବା ଏକ ଟ୍ରକ ପଛ ପଟୁ କ୍ଷ୍ରିପ୍ତ ବେଗରେ ଧକ୍‌କା ଦେବା ଫଳରେ ୦୨ଜଣ ଶ୍ରମିକ ରାସ୍ତାରେ ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ସ୍କୁଟି ପଛରେ ବସିଥିବା ସନ୍ତୋଷଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍କୁଟି ଚାଳକ ଅରକ୍ଷିତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକଟି କ୍ଷ୍ରିପ୍ତ ବେଗରେ ପଳାଇ ଯିବା ବେଳେ ବେଣାପୁର-କଂଟିଗଡ଼ିଆ ମଝିରେ ଥିବା ଶ୍ରୀରାମପୁର ଟୋଲ ପ୍ଲାଜାର ଗେଟ୍‌କୁ ଭାଙ୍ଗି ଦେଇଥିବାର ଜଣାଯାଇଛି । ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ତୁରନ୍ତ ଠାବ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି । ଶମ୍ରିକ ନେତା ତଥା ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତ ଶ୍ରମିକଙ୍କ ମୃତ୍ୟୁ ପାଇଁ ଶୋକ ବ୍ୟକ୍ତ କରିବା ସହ ସଂକଟାପନ୍ନ ଥିବା ଅରକ୍ଷିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close