ମାର୍ଶାଘାଇ ପୁରୁଷୋତ୍ତମପୁର ରାମମନ୍ଦିର ପ୍ରାଙ୍ଗଣ ବାଞ୍ଛାବଟ ମହାପୁରୁଷକଂ ମଠରେ ଭାଗବତସପ୍ତା ଓ ହରିହାଟ ପାଳିତ

ମାର୍ଶାଘାଈ: ପ୍ରତିବର୍ଷଭଳି ଚଳିତବର୍ଷ ମାର୍ଶାଘାଇ ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମରେ ଥିବା ରାମମନ୍ଦିର ପ୍ରାଙ୍ଗଣରେ ବାଞ୍ଛାବଟ ମହାପୁରୁଷକଂ ମଠରେ ପରମ୍ପରାରେ ପାଳିତ ହୋଇ ଆସୁଥିବା ଭାଗବତସପ୍ତା ଓ ହରିହାଟ ନିଡାମ୍ବରଭାବେ ପାଳିତ ହୋଇ ଯାଇଛି | କୋଭିଡ ନିୟମକୁ ପାଳନ କରିବା ସହ ମହାପୁରୁଷକଂ ପୂଜାର୍ଚ୍ଚନା ରୀତିନୀତି ନିୟମ ଅନୁଯାଇ ପାଳିତ ହୋଇ ଯାଇଛି | ମାଘସପ୍ତମୀରୁ ଆରମ୍ଭ ହୋଇଥାଏ ଏହି ଆଧ୍ୟାତ୍ମିକ କାର୍ୟ୍ୟକ୍ରମ| ୧୯.୨.୨୧ରିଖ ଶୁକ୍ରବାରଦିନ ଠାରୁ ଆରମ୍ଭ ହୋଇ ୨୫.୨.୨୧ରିଖ ଗୁରୁବାର ଦିନ ଏହି କାର୍ୟ୍ୟକ୍ରମର ଉଜ୍ଜାପନୀ ଉତ୍ସବ ପାଳିତହୋଇ ଯାଇଛି | ୭ଦିନଧରି ମାହାପୁଷକଂ ପୀଠରେ ପୁଜକକଂ ଦ୍ବାରା ଭାଗବତ ପାଠ କରାଯିବା ସହ ଗ୍ରାମରେ କାହାରି ଘରେ ଆମିଷ ପ୍ରବେଶ କରେ ନାହିଁ | ଚଳିତବର୍ଷ ଜିଲ୍ଲା ପରିଷଦ ପ୍ରଦିପ୍ତ ଗାହଣ (ଟୁଲୁ)କଂ ତତ୍ତ୍ବାବଧାନରେ ଅନଷ୍ଠିତ ହୋଇଥିଲା | ସ୍ଥାନିୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଉକ୍ତ କାର୍ୟ୍ୟକ୍ରମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଯୋଗଦେଇ ସମସ୍ତକଂର ଉତ୍ତୋରତର କାମନା କରିଥିଲେ | ୨୫.୨.୨୧ରିଖ ଗୁରୁବାରରେ ଏହି ଆଧ୍ୟାତ୍ମିକ କାର୍ୟ୍ୟକ୍ରମର ଉଜ୍ଜାପନୀ ଉତ୍ସବ ପାଳିତ ହୋଇ ଯାଇଛି | ୬୦ଜଣ ମା,ଭଉଣୀ ମାନକଂଦ୍ବାରା ଭାଗବତ ପଠନ କରାଯିବା ସହ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀକଂ ସହ ବିଭିନ୍ନ ସ୍ଥାନରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀକଂ ଦ୍ବାରା ହରିନାମରେ ପ୍ରକମ୍ପିତ ହେଇଥିଲା ଉକ୍ତସ୍ଥାନ | ଉକ୍ତ ସ୍ଥାନରେ ମାନସିକ କରିଥିବା ଭକ୍ତକଂ ମନସ୍କାମନା ପୂର୍ଣ୍ଣ ହେଉଥିବାରୁ ପ୍ରତିବର୍ଷ ବିଭିନ୍ନ ସ୍ଥାନରୁ ମାନସିକ ଭକ୍ତକଂ ଭିଡ ପରିଲକ୍ଷିତ ହେଉଥିଲା | ମହାପୁରୁଷକଂ ଔଲୋକିକ ଶକ୍ତିର ମହାତ୍ମ୍ୟକୁ ଭକ୍ତମାନେ ବେଶ ହ୍ରୁଦଙ୍ଗମ କରିଥିବାରୁ ଉକ୍ତ ପୀଠରେ କେହି ମିଛ କହି ନ ଥାନ୍ତି ବୋଲି ଜାଣିବାକୁ ମିଳୁଛି | ଶେଷ ଦିନରେ ସମସ୍ତ ଗ୍ରାମବାସୀ ଏକାଠି ହେଇ ପାରୁଥିବାରୁ ସମସ୍ତକଂ ମନରେ ଆନନ୍ଦ ଉଲ୍ଲାସ ଖେଳି ଯାଇଛି | ଚଳିତବର୍ଷ ପୂର୍ବତନ ସଭାପତି ପ୍ରହଲ୍ଲାଦ ଚନ୍ଦ୍ର ପରିଡାକଂ ଦେହାନ୍ତ ଯୋଗୁ ୨ମିନଟ ନିରବ ପାର୍ଥନା କରାଯାଇଥିଲା | ଶେଷରେ ଆନନ୍ଦ ବଜାରରେ ସମସ୍ତ ଭକ୍ତମାନେ ପ୍ରଶାଦ ସେବନ କରିଥିଲେ | ଉକ୍ତ କାର୍ୟ୍ୟକ୍ରମକୁ ଗ୍ରାମର ସଭାପତି ବିକଳି ରାଉତ (ନଣ୍ଡାଭାଇ), ଦୁର୍ୟୋଧନ ରାଉତ, ଜଶୋବନ୍ତ ରାଉତ, ଶ୍ରୀଧର ରାଉତ, ଅଲେଖ ରାଉତ, ବିଚିତ୍ରାନନ୍ଦ ରାଉତ, ସରୋଜ ନାୟକ, କବି ରାଉତ, ଶକଂର୍ଷଣ ରାଉତ, ରମେଶ ନାୟକ, ଧିରେନ୍ଦ୍ର ରାଉତ, ସରୋଜ ନାୟକ (ବାବୁନି), ପଞ୍ଚାନନ ରାଉତ ପ୍ରମୁଖ ପରିଚାଳନା କରିଥିଲାବେଳେ ସମସ୍ତ ଗ୍ରାମବାସୀ ବ୍ରୁନ୍ଦ ଆନନ୍ଦ ଉଲ୍ଲାସରେ ସହଯୋଗ କରିଥିଲେ |
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close